ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ ଭିତରେ ତା ଖାତାକୁ ସରକାର ଟଙ୍କା ପଠାଇବେ ସେ କହିଛନ୍ତି ।

୨୧ ବର୍ଷ ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ । ଏସ୍‌ଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କହିରଖୁଛୁ କି, ବଜେଟରେ କନ୍ୟା ସୁମଙ୍ଗଳ ଯୋଜନା ନେଇ ଘୋଷଣା ହୋଇଥିଲା । କନ୍ୟା ସୁମଙ୍ଗଳ ଯୋଜନା ଏଜୁକେସନ ବେସଡ଼ ହେବ ବୋଲି ସୂଚନା ଦିଆଯାଇଥିଲା । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ।

 

Dharitri – Odisha’s No.1 Odia Daily