ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୨ା୩: ସୋନି ଇଣ୍ଡିଆର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷ କରି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସୋନିର ନ୍ୟୁ ଆଲଫା ୭ଆର ଭି କ୍ୟାମେରାର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଲଫା ମିରରଲେସ୍‌ ଇରଚେଞ୍ଜବଲ୍‌ ଲେନ୍ସ କ୍ୟାମେରାର ପ୍ରଶଂସିତ ଆଲଫା ୭ଆର ଭିକୁ ନୂତନ ଆର ସିରିଜ କ୍ୟାମେରା ଭାବେ ଘୋଷଣା କରାଯାଇଛି। ଏହି ଆଲଫା ୭ଆର ଭି ସୋନିର ସର୍ବୋଚ୍ଚ ରିଜୋଲ୍ୟୁଶନ୍‌ ଇମେଜ୍‌ ସେନ୍ସରକୁ ଏକ ନୂତନ ଏଆଇ ପ୍ରୋସେସିଂ ୟୁନିଟ୍‌ ସହ ସଂଯୋଗ କରେ। ସୋନି ଆଲଫା ୭ଆର କୌଣସି ଆଲଫା କ୍ୟାମେରାରେ ୬୧.୦ଏମ୍‌ପି ସ୍ଥିର ଫଟୋ ସବୁଠାରୁ ପ୍ରଭାବଶାଳୀ ୮ଷ୍ଟେପ୍‌ ଇମେଜ୍‌ ସ୍ଥିରତା ପ୍ରଣାଳୀ ପ୍ରଦାନ କରିବା ସହ ସଂଶୋଧିତ ୮କେ ମୁଭି ଆଉଟପୁଟ, ଏକ ନୂତନ ୪ ଆକ୍ସିସ ମଲ୍ଟି-ଆଙ୍ଗଲ ମନିଟର, ହାଇ-ସ୍ପିଡ୍‌ କମ୍ୟୁନିକେଶନ୍‌ ଫଙ୍କଶନ୍‌, ଉଚ୍ଚସ୍ତରୀୟ ଅପରେବିଲିଟି ଏବଂ ସ୍ମୁଥ୍‌ ୱାର୍କଫ୍ଲୋ ଇିଗ୍ରେସନ୍‌ ପ୍ରଦାନ କରୁଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡିଜିଟାଲ୍‌ ଇମେଜିଂ ବିଜନେସ୍‌ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି, ଆମେ ଅତ୍ୟାଧୁନିକ ଆଲଫା ୮ଆର କ୍ୟାମେରାକୁ ଉଚ୍ଚ ରିଜୋଲ୍ୟୁଶନ୍‌ ଏବଂ ଅତ୍ୟନ୍ତ ଉନ୍ନତ ଏଆଇ ପ୍ରୋସେସିଂ ୟୁନିଟ୍‌ ସହିତ ଉପସ୍ଥାପନ କରିବାକୁ ଉସତ୍ାହିତ ଅଛୁ, ଯାହା ଶ୍ରେଷ୍ଠ-ଶ୍ରେଣୀ ଅଟୋଫୋକସ୍‌ ପ୍ରଦର୍ଶନ ପ୍ରଦାନ କରେ। ଆମର ଆଲଫା ୭ ଆର ଲାଇନ୍‌ଅପ୍‌ରେ ଏହି ନୂତନ ସଂଯୋଗ ସର୍ବଶ୍ରେଷ୍ଠ ଇମେଜିଂ ଅଭିଜ୍ଞତା ଏବଂ ବ୍ୟବସାୟୀମାନଙ୍କୁ ସ୍ବାଧୀନତା ପ୍ରଦାନ କରିବାର ଏକ ପ୍ରୟାସ ବୋଲି ଶ୍ରୀବାସ୍ତବ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri