ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୦।୧୧: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ଆଲ୍‌ଫା ୭ ସିରିଜର ଦୁଇଟି ନୂଆ କ୍ୟାମେରାକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଆଲ୍‌ଫା ୭ ସିରିଜର ‘ଆଲ୍‌ଫା ୭ସି୨ ଓ ଆଲ୍‌ଫା ୭ସିଆର୍‌’ମଡେଲ ସାମିଲ ରହିଛି। ଯେଉଁଥିରେ କମ୍ପାକ୍ଟ ଫୁଲ୍‌ ଫ୍ରେମ୍‌ ଇଣ୍ଟରଚେଞ୍ଜିଏବୁଲ ଲେନ୍ସ କ୍ୟାମେରା ଉପଲବ୍ଧ। ଏପରିକି ଆଲ୍‌ଫା ୭ସି୨ରେ ଏକ୍ସମର ଆର ସିଏମ୍‌ଓଏସ୍‌ ସେନ୍ସର ଓ ବିଆଇଓଏନ୍‌ଜେଡ୍‌ ଏକ୍ସଆର୍‌ ଇମେଜ୍‌ ପ୍ରୋସେସିଂ ଇଞ୍ଜିନ ଆଦି ସାମିଲ ରହିଛି, ଯାହା ସ୍ଥିର ଚିତ୍ରଠାରୁ ଆରମ୍ଭକରି ସିନେମା ଆଦିକୁ ଶୁଟ୍‌ କରିବାରେ ସହାୟକ ହେବ। ବିଶେଷକରି ଏହାର ବ୍ୟବହାରକାରୀମାନେ ଭ୍ରମଣ ଓ ଦୈନନ୍ଦିନ ଫଟୋ ଉଠାଇବା ବେଳେ ଉଚ୍ଚ ଗୁଣ ମାନର ଫଟୋ ପାଇପାରିବେ। ଏପରିକି ଏହା ୨୨% ହାଲୁକା ହୋଇଥିବା ବେଳେ ୪୫% କମ୍‌ ଭାଲ୍ୟୁ ରହିଛି। ଏଥିରେ ଅତ୍ୟଧିକ ସମ୍ବେଦନଶୀଳ ଓ କୋଳାହଳ ମୁକ୍ତ ଶୁଟିଂ କରି ହେବ। ସେହିଭଳି ଆଲ୍‌ଫା ୭ସିଆର୍‌ ମଡେଲରେ ଏକ୍ସମ୍‌ ଆର ସିଏମ୍‌ଓଏସ୍‌ ସେନ୍ସର ଓ ବିଆଇଓଏନ୍‌ଜେଡ୍‌ ଏକ୍ସଆର୍‌ ଇମେଜ୍‌ ପ୍ରୋସେସିଂ ଇଞ୍ଜିନ ରହିଛି, ଯାହା ଏଚ୍‌ଡି ଫଟୋ ଉଠାଇବାରେ ସହାୟକ ହେବ। ବିଶେଷକରି ଏହା ୨୯% ହାଲୁକା ହୋଇଥିବା ବେଳେ ୫୩% କମ୍‌ ଭଲ୍ୟୁମର ସୁବିଧା ସହିତ ପିକ୍ସେଲ୍‌ ସିଫ୍‌ଟ ମଲ୍‌ଟି ଶୁଟିଂ ସୁବିଧା ରହିଛି, ଯାହା ଏକାଧିକ ଫଟୋ ଉଠାଇହେବ ଓ ତାହାକୁ ପିସିରେ ନେଇ ଗୋଟିଏ ଫଟୋ ତିଆରି କରାଯାଇପାରିବ। ଉଭୟ କ୍ୟାମେରା ଆକାରରେ ଛୋଟ ହୋଇଥିବା ବେଳେ ଯେକୌଣସି ସ୍ଥାନକୁ ସହଜରେ ନେଇହେବ। ଉଭୟ କ୍ୟାମେରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶକ୍ତି ଥିବା ପ୍ରୋସେସିଂ ୟୁନିଟ୍‌ ରହିଥିବାରୁ ପ୍ରତିଟି ବିଷୟକୁ ଏହା ଭଲ ଭାବେ ଚିହ୍ନଟ କରିପାରିବ। ବିଶେଷକରି ଚଢ଼େଇ, କିଟ, କାର, ଟ୍ରେନ ଓ ବିମାନକୁ ସହଜରେ ଚିହ୍ନଟ କରାଯାଇପରିବ। ଏଥିରେ ଅତି ଉନ୍ନତ ଓ ଚମତ୍କାର ଭିଡିଓ ଉତ୍ତୋଳନ କରି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ଦୁର୍ଘଟଣାଗ୍ରସ୍ତ ହେଲା ନା ଅନ୍ୟ କିଛି? କରାଚୀ ନିକଟରେ ମଝି ଆକାଶରେ ନିଖୋଜ ହୋଇଗଲା ପାକିସ୍ତାନୀ ବିମାନ

କରାଚୀ,୮।୭: ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି…

ମୁଁ ମେଲୋନିଙ୍କୁ ପସନ୍ଦ କରେ: କହୁ କହୁ ଏମିତି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ପ୍ରଶଂସା କରିଛନ୍ତି। ଆଙ୍କାରା ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଇଟାଲୀ ନେତାଙ୍କୁ ଜଣେ ‘ଭଲ…

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri