ସୋନି ଇଣ୍ଡିଆର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୩୦।୧୧: ସୋନି ଇଣ୍ଡିଆର ନୂତନ ଉତ୍ପାଦ ‘ଇନ୍‌ଜୋନ୍‌ ଏଚ୍‌୫ ଓୟାରଲେସ୍‌ ହେଡ୍‌ସେଟ୍‌’କୁ ନିକଟରେ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷ କରି ଉକ୍ତ ହେଡ୍‌ସେଟ୍‌ ନିରବଚ୍ଛିନ୍ନ ଭାବେ ୨୮ ଘଣ୍ଟା ଗେମ୍‌ ଖେଳିବାର ସୁବିଧା ପ୍ରଦାନ କରିବା ସହ ପିସିରେ ମଧ୍ୟ ବହୁ ସମୟ ଗେମ୍‌ ଖେଳିବା ବେଳେ ଆରାମକୁ ସୁନିଶ୍ଚିତ କରିବ। ଏପରିକି ଇସ୍ପୋର୍ଟସ୍‌ ଟିମ୍‌ ଫନାଟିକ୍‌ ସହଯୋଗିତାରେ ପ୍ରସ୍ତୁତ ଇନ୍‌ଜୋନ୍‌ ଏଚ୍‌୫କୁ ଗେମ୍‌ରେ ଆଗ ରହିବା ଲାଗି ପ୍ରସ୍ତୁତ କରାଯାଇଛି। ସେହିଭଳି ୩୬୦ସ୍ପାଟିଆଲ୍‌ ସାଉଣ୍ଡ ଯାହା ୩ଡି ସାଉଣ୍ଡ ସ୍ପଷ୍ଟ ଓ ତୀକ୍ଷ୍‌ଣ ସାଉଣ୍ଡର ଅନୁଭୂତି ପ୍ରଦାନ କରିବ। ଏହାର ଓଜନ ୨୬୦ଗ୍ରାମ ରହିଛି। ଏଥିରେ ଥିବା କୋମଳ ଇୟର ପ୍ୟାଡ୍‌ ଏବଂ ଲୋ ପ୍ରେସର ଡିଜାଇନ୍‌ ବହୁ ସମୟ ଗେମ୍‌ ଖେଳିବା ବେଳେ ଆରାମକୁ ସୁନିଶ୍ଚିତ କରିବ ଏବଂ ହାଲୁକା ଗଠନ, ଆରାମ ଓ ଦୀର୍ଘସ୍ଥାୟିତ୍ୱର ଏହା ଏକ ଚମତ୍କାର ସମ୍ମିଶ୍ରଣ ହୋଇଥିବାରୁ ଏହାକୁ ପିସିରେ ଲମ୍ବା ସମୟ ପର୍ଯ୍ୟନ୍ତ ଗେମ୍‌ ଖେଳିବା ଲାଗି ବ୍ୟବହାର କରାଯାଇପାରିବ। ସେହିପରି ଏଆଇଭିତ୍ତିକ କୋଳାହଳ ହ୍ରାସ କରୁଥିବା ସୁବିଧା ଏବଂ ବାଇ-ଡିରେକ୍ସନାଲ୍‌ ମାଇକ୍ରୋଫୋନ୍‌ରେ ଅତି ସ୍ପଷ୍ଟ ସ୍ବରକୁ ଅନୁଭବ କରନ୍ତୁ। ଆପଣଙ୍କ କଥା ସେଭଳି ଭଲ ଭାବେ ଶୁଭିବ ତାହାକୁ ଏହା ଅଗ୍ରାଧିକାର ଦେବ, ଫଳରେ ଗେମ୍‌ ରଣନୀତିକୁ ଆପଣ ଉପଯୁକ୍ତ ଢଙ୍ଗରେ କାର୍ଯ୍ୟକାରୀ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri