Odisha Elections 2024

ବଜାରରେ ସୋନି ବିଜେଡ୍‌୫୦ଏଲ୍‌ ସିରିଜ

ଭୁବନେଶ୍ୱର,୪।୭: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ବ୍ରାଭିଆ ୪କେ ଏଚ୍‌ଡିଆର୍‌ ଡିସ୍‌ପ୍ଲେର ନୂଆ ବିଜେଡ୍‌୫୦ଏଲ୍‌ ସିରିଜିର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ନାକାସିମା ଟୋମୋହିରୋ କହିଛନ୍ତି, ଆମେ ଆମ ପ୍ରଫେସନାଲ୍‌ ବ୍ରାଭିଆ ଡିସ୍‌ପ୍ଲେରେ ଉନ୍ନତି ଆଣିବା ବେଳେ ଗ୍ରାହକମାନଙ୍କ ସଦ୍ୟତମ ଅଭିଳାଷ ଓ ଆବଶ୍ୟକତାକୁ ପୂରଣ କରିବା ଉପରେ ଧ୍ୟାନ ଦେବା ସହ ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲୁ। ନୂଆ ମଡେଲ୍‌ ସମ୍ପ୍ରସାରଣ କରିବା ଏବଂ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ନୂଆ ପ୍ରଯୁକ୍ତି ବ୍ୟବହାର କରିବା ଜରିଆରେ ଆମେ ତାହା ହାସଲ କରିଛୁ। ଏହାର ଛବିର ମାନ, ନମନୀୟତା, ବିଭିନ୍ନ ଆକାର ଓ ସହଜରେ ବ୍ୟବହାର କରି ହେବା ଭଳି ସୁବିଧା ସହିତ ପ୍ରୋ ଏଭି ବ୍ୟବହାରକାରୀମାନେ ସୋନିର ପ୍ରଫେସନାଲ୍‌ ଡିସ୍‌ପ୍ଲେକୁ ବିଶ୍ୱାସ କରିପାରିବେ ଏବଂ ଆଜିର ବାଣିଜି୍ୟକ ଦୃଶ୍ୟପଟ୍ଟ ହେଉଥିବା ପରିବର୍ତ୍ତନକୁ ପୂରଣ କରିବା ଲାଗି ରହିଥିବା ସୁବିଧା ଅନୁସାରେ ନୂଆ ସିରିଜ୍‌କୁ ପସନ୍ଦ କରିବେ। ଅପରପକ୍ଷରେ ୯୮ଇଞ୍ଚ୍‌ ବିଜେଡ୍‌୫୦ଏଲ୍‌ର ଅନ୍ୟତମ ଆକର୍ଷଣ ହେଉଛି, ସୋନିର ପ୍ରଫେସନାଲ୍‌ ବ୍ରାଭିଆ ବିଜେଡ୍‌୪୦ଜେ ସିରିଜ୍‌ ତୁଳନାରେ ଏଥିରେ ୨୨% ହାଲୁକା ଏବଂ ୨୮% ପତଳା ବେଜେଲ୍‌ ବ୍ୟବହାର କରାଯାଇଛି। ଯାହା ଭରସାଯୋଗ୍ୟତା, ଛବିର ଗୁଣାତ୍ମକ ମାନ ଓ ବ୍ୟାପକ ଭାବେ କମ୍ପାଟିବିଲିଟି ଦରକାର କରୁଥିବା ବାଣିଜ୍ୟିକ ପରିବେଶରେ ଉନ୍ନତି ଆଣିବ। ଏହାର ଚମତ୍କାର ଡିସ୍‌ପ୍ଲେ ପ୍ରାୟ ସବୁ ପ୍ରକାର ଆବଶ୍ୟକତା ପୂରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

ଅତୁଳନୀୟ ବୀମା ସମାଧାନକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୫: ଘରୋଇ ବଜାରରେ ବୀମା ଶିଲ୍ପର ଚାହିଦା ବୃଦ୍ଧି ପାଉଛି। ଏପରିକି ଗ୍ରାହକଙ୍କୁ ଅତୁଳନୀୟ ବୀମା ସମାଧାନ ଯୋଗାଇଦେବାକୁ ଘରୋଇ ବୀମା କମ୍ପାନୀ ବନ୍ଧନ ଲାଇଫ୍‌...

ବଜାରରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌, ବ୍ଲାକ୍‌ ଏଡିଶନର ଅନାବରଣ

ଭୁବନେଶ୍ୱର,୨୦।୫: ଟିଭିଏସ୍‌ ମୋଟର କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ସିରିଜ୍‌କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ...

୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୦।୫ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ୨୦୨୪-୨୫ ଆର୍ଥକ ବର୍ଷରେ ପ୍ରାୟ ୪୩,୦୦୦...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri