ଭୁବନେଶ୍ୱର,୪।୭: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ବ୍ରାଭିଆ ୪କେ ଏଚ୍ଡିଆର୍ ଡିସ୍ପ୍ଲେର ନୂଆ ବିଜେଡ୍୫୦ଏଲ୍ ସିରିଜିର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ନାକାସିମା ଟୋମୋହିରୋ କହିଛନ୍ତି, ଆମେ ଆମ ପ୍ରଫେସନାଲ୍ ବ୍ରାଭିଆ ଡିସ୍ପ୍ଲେରେ ଉନ୍ନତି ଆଣିବା ବେଳେ ଗ୍ରାହକମାନଙ୍କ ସଦ୍ୟତମ ଅଭିଳାଷ ଓ ଆବଶ୍ୟକତାକୁ ପୂରଣ କରିବା ଉପରେ ଧ୍ୟାନ ଦେବା ସହ ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲୁ। ନୂଆ ମଡେଲ୍ ସମ୍ପ୍ରସାରଣ କରିବା ଏବଂ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ନୂଆ ପ୍ରଯୁକ୍ତି ବ୍ୟବହାର କରିବା ଜରିଆରେ ଆମେ ତାହା ହାସଲ କରିଛୁ। ଏହାର ଛବିର ମାନ, ନମନୀୟତା, ବିଭିନ୍ନ ଆକାର ଓ ସହଜରେ ବ୍ୟବହାର କରି ହେବା ଭଳି ସୁବିଧା ସହିତ ପ୍ରୋ ଏଭି ବ୍ୟବହାରକାରୀମାନେ ସୋନିର ପ୍ରଫେସନାଲ୍ ଡିସ୍ପ୍ଲେକୁ ବିଶ୍ୱାସ କରିପାରିବେ ଏବଂ ଆଜିର ବାଣିଜି୍ୟକ ଦୃଶ୍ୟପଟ୍ଟ ହେଉଥିବା ପରିବର୍ତ୍ତନକୁ ପୂରଣ କରିବା ଲାଗି ରହିଥିବା ସୁବିଧା ଅନୁସାରେ ନୂଆ ସିରିଜ୍କୁ ପସନ୍ଦ କରିବେ। ଅପରପକ୍ଷରେ ୯୮ଇଞ୍ଚ୍ ବିଜେଡ୍୫୦ଏଲ୍ର ଅନ୍ୟତମ ଆକର୍ଷଣ ହେଉଛି, ସୋନିର ପ୍ରଫେସନାଲ୍ ବ୍ରାଭିଆ ବିଜେଡ୍୪୦ଜେ ସିରିଜ୍ ତୁଳନାରେ ଏଥିରେ ୨୨% ହାଲୁକା ଏବଂ ୨୮% ପତଳା ବେଜେଲ୍ ବ୍ୟବହାର କରାଯାଇଛି। ଯାହା ଭରସାଯୋଗ୍ୟତା, ଛବିର ଗୁଣାତ୍ମକ ମାନ ଓ ବ୍ୟାପକ ଭାବେ କମ୍ପାଟିବିଲିଟି ଦରକାର କରୁଥିବା ବାଣିଜ୍ୟିକ ପରିବେଶରେ ଉନ୍ନତି ଆଣିବ। ଏହାର ଚମତ୍କାର ଡିସ୍ପ୍ଲେ ପ୍ରାୟ ସବୁ ପ୍ରକାର ଆବଶ୍ୟକତା ପୂରଣ କରିବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

