ସୋନୁ ସୁଦ୍‌ ଗରିବ ପରିବାରକୁ ଯୋଗାଇ ଦେବେ ଘର

ମୁମ୍ବାଇ, ୨୦।୭: କରୋନା ମହାମାରୀ ସଙ୍କଟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଦେଶର ବହୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏବେ ପୁଣି ସୋନୁଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ଗରିବ ପରିବାରକୁ ଘର ଯୋଗାଇ ଦେବେ ବୋଲି ସେ ଟୁଇଟ୍‌ କରି ଜୁଲାଇ ୧୯ରେ ସୂଚନା ଦେଇଛନ୍ତି। ସମ୍ପୃକ୍ତ ପରିବାର ସଦସ୍ୟ ରାସ୍ତାକଡ଼ରେ ରହୁଛନ୍ତି। ବିହାରର ପାଟନାରେ ଏହି ପରିବାର ଏକ ଭଡ଼ା ଘରେ ବାସ କରୁଥିଲେ। ତେବେ ସ୍ବାମୀଙ୍କ ମୃତ୍ୟୁପରେ ଘର ମାଲିକ ମୃତକଙ୍କ ସ୍ତ୍ରୀ ଏବଂ ୨ ପିଲାଙ୍କୁ ବାହାର କରି ଦେଇଥିଲେ। ଏନେଇ ସୋନୁ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଏହି ବେଘର ପରିବାରକୁ ଘର ଯୋଗାଇ ଦିଆଯିବ। ସୋନୁଙ୍କ ଟୁଇଟ୍‌କୁ ଅଙ୍କିତ ରାଜଗାଡ଼ିଆ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ବହୁ ୟୁଜର ସୋନୁଙ୍କ ଏଭଳି ବଦାନ୍ୟତା ନେଇ ବେଶ୍‌ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ହି ମ୍ୟାନ

ମୁମ୍ବାଇ: ବଲିଉଡର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ରବିବାର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି...

‘କଫି ୱିଥ୍‌ କରଣ’ର ଶୁଟିଂ ଆରମ୍ଭ

କରଣ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ୱିଥ୍‌ କରଣ’ ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି। ପ୍ରଥମେ ଶୋ’କୁ ନେଇ ଅନେକ ଖବର ସାମ୍ନାକୁ...

୧୫ ବର୍ଷ ବୟସରେ ସୁନ୍ଦରତାକୁ ନେଇ କଟୁକଥା ଶୁଣୁଥିଲେ ଏହି ଅଭିନେତ୍ରୀ, ଏବେ କିନ୍ତୁ…

ବମ୍ବେ: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳନ୍ତି। ଏହାର ତାତ୍ପର୍ଯ୍ୟ ସଫଳତା ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିଥାଏ। ସେଭଳି କିଛି ଘଟିଛି ଅଭିନେତ୍ରୀ...

ଜୀବନ ମୋ ହାତରୁ ଚାଲିଗଲା: ଏପରି କାହିଁକି କହିଲେ ସୋନୁ ସୁଦ

ପ୍ରବାସୀ ଶ୍ରମିକ ତଥା ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କର ପ୍ରିୟ ପାଲଟିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ନିଜ ମା’ଙ୍କର ଖୁବ୍‌ ନିକଟତର ଥିଲେ। ଏ...

ଦର୍ଶକଙ୍କୁ ଡରାଇ ପାରିଲାନି ‘ଭୂତ’: ୩ ଦିନରେ ୧୬.୩୬ କୋଟି ବ୍ୟବସାୟ

ମୁମ୍ବାଇ: ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଭୂତ’ ରିଲିଜ ହୋଇସାରିଛି। ଟ୍ରେଲର ରିଲିଜ ପରେ ଦର୍ଶକେ ଯାହା ଆଶା କରୁଥିଲେ କିନ୍ତୁ ସେମିତି କିଛି କମାଲ...

‘ସାହୋ’ ପାଇଁ କେତେ ପାରିଶ୍ରମିକ ନେଇଛନ୍ତି ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ସାହୋ’ ପାଇଁ ଖୁବ୍‌ ବିଜି ଅଛନ୍ତି। ପ୍ରଥମ ଥର ଲାଗି ସେ...

୧ ହଜାର ପିପିଇ କିଟ୍‌ ଦାନ କଲେ ବିଦ୍ୟା

ମୁମ୍ବାଇ,୨୫।୪: କରୋନା ଭାଇରସକୁ ହରାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ବିଲିଉଡ ସେଲିବ୍ରିଟିମାନେ। ଏବେ...

ଘାତକ କରୋନା ଭୟ: ସେଲ୍ଫ ଆଇସୋଲେଶନରେ ଏ ସବୁ ବଲିଉଡ୍‌ କଳାକାର

ବମ୍ବେ: ଚିନ୍ତା ବଢ଼ାଇଛି ଘାତକ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି। ଏପରିସ୍ଥଳେ...

Advertisement
Archives

Model This Week