ମିଳିଲାନି ନୋମିନେଶନ, IIFA ଉପରେ ବର୍ଷିଲେ ସୋନୁ ନିଗମ

ମୁମ୍ବାଇ: ଇଣ୍ଟରନ୍ୟାଶ୍‌ନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ (ଆଇଆଇଏଫ୍‌ଏ) ୨୦୨୫ ଆଓ୍ବାଡର୍‌ସ ସମାରୋହ ଗତ ୮ ଏବଂ ୯ ତାରିଖରେ ଜୟପୁରରେ ଆୟୋଜିତ ହୋଇଥିଲା। ଏହି ସମାରୋହରେ ବିଭିନ୍ନ ଶ୍ରେଣୀରେ ଶ୍ରେଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା।

ତେବେ ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ‘ବେଷ୍ଟ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର’ ଶ୍ରେଣୀରେ ନୋମିନେଶନ ମିଳି ନ ଥିଲା। ଏନେଇ ସୋନୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ସମାଲୋଚନାମୂଳକ ପୋଷ୍ଟ ଶେୟାର କରିଛନ୍ତି। ଏଥିପାଇଁ ସେ ରାଜସ୍ଥାନ ସରକାରଙ୍କୁ ଦାୟୀ କରିଛନ୍ତି। ରାଜସ୍ଥାନ ସରକାରଙ୍କ ଅମଲାତନ୍ତ୍ରର ଚାପରେ ପଡ଼ି ଆଇଆଇଏଫ୍‌ଏ’ର ଆୟୋଜକଙ୍କ ପକ୍ଷରୁ ତାଙ୍କ ନାମକୁ ‘ବେଷ୍ଟ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର’ ଶ୍ରେଣୀରେ ମନୋନୀତ କରାଯାଇ ନାହିଁ ବୋଲି ସୋନୁ ଅଭିଯୋଗ ଆଣିଛନ୍ତି।

ସୋନୁ ତାଙ୍କ ପୋଷ୍ଟରେ ‘ବେଷ୍ଟ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର’ ଶ୍ରେଣୀରେ ମନୋନୀତ ହୋଇଥିବା ଗାୟକଙ୍କ ନାମ ଥିବା ଏକ ସ୍କ୍ରିନ୍‌ଶଟ୍‌କୁ ଶେୟାର କରିଥିଲେ। ପୋଷ୍ଟ’ର ବ୍ୟାକ୍‌ଗ୍ରାଉଣ୍ଡରେ ସେ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ‘ମେରେ ଢୋଲନା ୩.୦’ ଗୀତକୁ ଲଗାଇଥିଲେ। ଏହି ଲୋକପ୍ରିୟ ଗୀତ ପାଇଁ ବି ତାଙ୍କୁ ନୋମିନେଶନ ମିଳିଲା ନାହିଁ ବୋଲି ସୋନୁ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି।

ପ୍ରକାଶ ଯେ, ଗତବର୍ଷ ଡିସେମ୍ବରରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆୟୋଜିତ ରାଇଜିଂ ରାଜସ୍ଥାନ କାର୍ଯ୍ୟକ୍ରମରେ ସୋନୁ ପର୍ଫର୍ମାନ୍ସ ଦେଉଥିବାବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଅଧାରୁ ଉଠି ପଳାଇଥିଲେ। ସେତେବେଳେ ସୋନୁ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ରାଜସ୍ଥାନ ଅମଲାତନ୍ତ୍ରର ଚାପରେ ତାଙ୍କୁ ଆଇଆଇଏଫ୍‌ଏ ଆଓ୍ବାର୍ଡ ପାଇଁ ମନୋନୀତ କରାଯାଇ ନ ଥିଲା ବୋଲି ସୋନୁ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri