ପଦ୍ମ ପୁରସ୍କାରକୁ ନେଇ ସୋନୁ ଅସନ୍ତୁଷ୍ଟ

ମୁମ୍ବାଇ: ସାଧାରଣତନ୍ତ୍ର ଦିବସର ପୂର୍ବ ସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା। ତେବେ ଏହି ତାଲିକାକୁ ନେଇ ବିଶିଷ୍ଟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ସୋନୁ ନିଗମ ସୋମବାର ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ମେସେଜ୍‌ ଜାରି କରି ଅସନ୍ତୋଷ ପ୍ରକାଶ କରିଛନ୍ତି। କିଶୋର କୁମାର, ଅଲକା ୟାଗ୍ନିକ, ଶ୍ରେୟା ଘୋଷାଲ, ସୁନିଧି ଚୌହାନଙ୍କ ପରି ଅନେକ ଖ୍ୟାତନାମା ଭାରତୀୟ ସଙ୍ଗୀତଜ୍ଞଙ୍କୁ ଏବେ ମଧ୍ୟ ପଦ୍ମ ପୁରସ୍କାର ମିଳିନାହିଁ ବୋଲି ସେ କହିଛନ୍ତି। ସେହିପରି ପ୍ରଖ୍ୟାତ ସଙ୍ଗୀତଜ୍ଞ ମହମ୍ମଦ ରଫିଙ୍କୁ ଭାରତ ସରକାର କେବଳ ପଦ୍ମଶ୍ରୀ ସମ୍ମାନ ଦେଇ ବସିଯାଇଛନ୍ତି। ସୋନୁ ଆହୁରି କହିଛନ୍ତି, ଅଲ୍‌କାଙ୍କର ସଙ୍ଗୀତ ଜଗତରେ ଲମ୍ବା କ୍ୟାରିୟର ରହିଛି। ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ପକ୍ଷରୁ କୌଣସି ସମ୍ମାନ ମିଳିନାହିଁ। ସେହିପରି ଦୀର୍ଘବର୍ଷ ଧରି ଶ୍ରେୟା ମଧ୍ୟ ସଙ୍ଗୀତ କ୍ଷେତ୍ରରେ ନିଜ ଯୋଗ୍ୟତାକୁ ପ୍ରଦର୍ଶିତ କରିଛନ୍ତି। ସେ ମଧ୍ୟ ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ। ସେହିପରି ସୁନିଧି ନିଜ ସୁମଧୁର ସ୍ବରରେ ଅନେକ ଗୀତ ଗାଇ ବିଭିନ୍ନ ପିଢ଼ିର ଲୋକଙ୍କ ମନ ଜିଣିପାରିଛନ୍ତି। ତାଙ୍କୁ ମଧ୍ୟ ଏଯାଏ କିଛି ବି ସମ୍ମାନ ମିଳିନାହିଁ। ତେଣୁ ଭାରତ ସରକାର ସଙ୍ଗୀତଜ୍ଞମାନଙ୍କୁ ସେମାନଙ୍କର କଳା ଓ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ସମ୍ମାନିତ କରିବାର ଆବଶ୍ୟକତା ରହିଛି, ଯାହାଫଳରେ ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ନୂତନ ଯୁବପିଢ଼ି ମଧ୍ୟ ପ୍ରେରଣା ପାଇପାରିବେ। ୨୦୨୨ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସୋନୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri