ସୋନାଲିକାର ସର୍ବୋଚ୍ଚ ଘରୋଇ ୱାଇଟିଡି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୯।୧୦: ଚଳିତ ଆର୍ଥିକ ବର୍ଷରେ ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ ଏକ ନୂତନ କାର୍ଯ୍ୟଦକ୍ଷତା ବେଞ୍ଚମାର୍କ ସ୍ଥାପନ କରିଛି। ଏପରିକି ପାର୍ବଣ ଋତୁ ପୂର୍ବରୁ କମ୍ପାନୀ ୬୩,୧୩୬ଟି ଟ୍ରାକ୍ଟରର ଏକ ସର୍ବୋଚ୍ଚ ଘରୋଇ ଇୟର ଟୁ ଡେଟ୍‌(ୱାଇଟିଡି) ବିକ୍ରି ରେକର୍ଡ ହାସଲ ସହ ଘରୋଇ ଶିଳ୍ପରେ ଅଗ୍ରଣୀ ମାର୍କେଟ ଶେୟାର ଭାବେ ନିଜର ସ୍ଥିତି ବଜାୟ ରଖିଛି। ଶିଳ୍ପ ପ୍ରଦର୍ଶନ ତୁଳନାରେ ୭ଗୁଣ ଅଧିକ ଉଲ୍ଲେଖନୀୟ ପ୍ରଦର୍ଶନ ଏଥିରେ ସାମିଲ ରହିଛି। ଏହା ବିଶ୍ୱର ସବୁଠାରୁ ବଡ଼ ଟ୍ରାକ୍ଟର ବଜାର ପାଇଁ କୃଷକ କୈନ୍ଦ୍ରିକ ଅଭିନବ କୃଷି ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ବ୍ରାଣ୍ଡ୍‌ର ନିରନ୍ତର ଉତ୍କର୍ଷକୁ ପ୍ରଦର୍ଶିତ କରୁଛି।
ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ପ୍ରତ୍ୟେକ କୃଷକଙ୍କ ଚାହିଦା ସ୍ବତନ୍ତ୍ର ରହିଛି ।ତେଣୁ କଷ୍ଟମାଇଜ୍‌ଡ କୃଷି ସମାଧାନ ବିକଶିତ କରିବାରର ଆଭିମୁଖ୍ୟ ମଧ୍ୟ ଜରୁରୀ ହୋଇପଡିଛି। ଏପରିକି ଏହା ଆମର ଡିଏନ୍‌ଏରେ ଗଭୀର ଭାବେ ଅନ୍ତର୍ନିହିତ ରହିଛି। ଟ୍ରାକ୍ଟର ଶିଳ୍ପ ପାଇଁ ଆମର ସ୍ବତନ୍ତ୍ର ପ୍ରସ୍ତାବ ଆମକୁ ୬୩,୧୩୬ଟି ଟ୍ରାକ୍ଟରର ସର୍ବୋଚ୍ଚ ଘରୋଇ ୱାଇଟିଡି ବିକ୍ରି ରେକର୍ଡ କରିବା ଓ ଭାରତରେ ନିରନ୍ତର ଭାବେ ବଜାର ଅଂଶ ହାସଲ କରିବାକୁ ସକ୍ଷମ କରିଛି। ଏଥିରେ ଶିଳ୍ପ ପ୍ରଦର୍ଶନ ତୁଳନାରେ ୭ଗୁଣ ଅଭିବୃଦ୍ଧି ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ଭାବେ ଆମେ ଟ୍ରାକ୍ଟର କ୍ଷେତ୍ରରେ ଭାରତର ଅଭିବୃଦ୍ଧି କାହାଣୀର ନେତୃତ୍ୱ ନେଇ ଆସୁଥିବା ଏକ ଗର୍ବିତ ଘରୋଇ ବ୍ରାଣ୍ଡ୍‌ । କୃଷକମାନେ ଯେପରି ସର୍ବୋତ୍ତମ ହେଭି ଡ୍ୟୁଟି ଟ୍ରାକ୍ଟରଗୁଡିକ ସହ ସୁସଜ୍ଜିତ ରହିବେ,ତାହା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରସ୍ତୁତ ରହିଛୁ ଏବଂ ଆମେ ଆମର ଅଭିନବ ଯାତ୍ରାକୁ ବଜାୟ ରଖିବୁ। ସେହିଭଳି କଷ୍ଟମାଇଜ୍‌ଡ ଟ୍ରାକ୍ଟର ପ୍ରଦାନ କରିବା ପାଇଁ ସୋନାଲିକାର ଦୃଢ଼ତା ଓ ବେଗ ଏହାକୁ ୧୭ ଲକ୍ଷରୁ ଅଧିକ କୃଷକ ପରିବାର ପାଇଁ ଏକ ପରିଚିତ ନାମରେ ପରିଣତ କରିଛି। କୃଷି ଯାନ୍ତ୍ରିକୀକରଣ ବୃଦ୍ଧି କରିବା ପାଇଁ ବ୍ରାଣ୍ଡ୍‌ର ପ୍ରତିବଦ୍ଧତା,ଭାରତ ସରକାରଙ୍କ ଦୃଷ୍ଟିକୋଣ ସହ ପ୍ରତିଧ୍ୱନିତ୍ୱ କରୁଛି। ସୋନାଲିକା ପକ୍ଷରୁ ଉତ୍ତମ ମୂଲ୍ୟରେ ନୂତନ ଯୁଗର କୃଷି ଟେକ୍ନୋଲୋଜିକୁ ଗ୍ରହଣ କରିବା କ୍ଷେତ୍ରରେ କୃଷକଙ୍କୁ ସହଯୋଗ କରିବା ଓ ସମସ୍ତ ଋତୁରେ ସଫଳତାକୁ ପାଳନ କରିବା ପାଇଁ ଏହାର ବାର୍ଷିକ ‘ସୋନାଲିକା ହେଭି ଡ୍ୟୁଟି ଧମାକା’ର ଶୁଭାରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ରାଇପାହାଡ଼ରେ ଆନ୍ଧ୍ର ନେତା: ଆନ୍ଧ୍ର ଯୋଜନାରେ ସାମିଲ ପାଇଁ ପ୍ରଲୋଭନ

ନନ୍ଦପୁର/ପାଡୁଆ,୬ା୨(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଗୋଲୁର ପଞ୍ଚାୟତ ରାଇପାହାଡ଼ ଗ୍ରାମରେ ଆନ୍ଧ୍ରପ୍ରଦେଶ ନେତାମାନେ ଗୁରୁବାର ବୈଠକ କରିଛନ୍ତି। ଆନ୍ଧ୍ରର…

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri