ସେପ୍ଟେମ୍ବରରେ ସୋନାଲିକାର ୨୬.୨% ଅଭିବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ଚଳିତ ପାର୍ବଣ ଋତୁରେ ରେକର୍ଡ ବିକ୍ରି ହାସଲ କରିଛି। ଏପରିକି କମ୍ପାନୀ ଗତ ସେପ୍ଟେମ୍ବର ମାସରେ ୧୮,୬୧୯ ଟ୍ରାକ୍ଟର ବିକ୍ରି କରିବା ସହ ୧୫% ବଜାର ଅଂଶ ହାସଲ କରିଛି। ଏହି ବର୍ଦ୍ଧିତ ବିକ୍ରି କମ୍ପାନୀର ଅଭିବୃଦ୍ଧିକୁ ୨୬.୨%ରେ ପହଞ୍ଚାଇଛି, ଯାହାକି ଶିଳ୍ପ ଅଭିବୃଦ୍ଧି (ହାରାହାରି ୧୮.୯%)କୁ ପଛରେ ପକାଇଛି। ସେହିପରି ସୋନାଲିକା ଟ୍ରାକ୍ଟର ଗତ ମାସରେ ସର୍ବାଧିକ ୧୫,୫୬୩ ଟ୍ରାକ୍ଟର ଉତ୍ପାଦନ କରିଛି। ଏଗୁଡିକୁ କୃଷକଙ୍କ ସ୍ବତନ୍ତ୍ର ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍‌ କରାଯାଇଛି ଏବଂ ଏହା କମ୍ପାନୀକୁ ପାର୍ବଣ ଋତୁ ଚାହିଦାକୁ ପୂରଣ କରିବା ପାଇଁ କମ୍ପାନୀକୁ ସକ୍ଷମ କରିବ। ଆଲୋଚ୍ୟ ମାସରେ କମ୍ପାନୀ ପ୍ରତିଦିନ ସର୍ବାଧିକ ୭୦୨ ଟ୍ରାକ୍ଟର ଉପତ୍ାଦନ କରିଛି। ସୋନାଲିକାର ଅତ୍ୟାଧୁନିକ ଟ୍ରାକ୍ଟରଗୁଡିକ ଉପରେ ଏବେ ୧୪୦ ଦେଶର ୧୪ ଲକ୍ଷ କୃଷକ ବିଶ୍ୱାସ କରୁଛନ୍ତି ଏବଂ ଏଗୁଡିକ ବିଶ୍ୱବ୍ୟାପୀ ଚାଷଜମିରେ ଚମତ୍କାର ପ୍ରଦର୍ଶନ ପାଇଁ ସୁପରିଚିତ। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ପାର୍ବଣଋତୁ ଉତ୍ସାହଜନକ ସମୟ ଆଣିଛି ଯାହା ସମ୍ପୂର୍ଣ୍ଣ ସକାରାତ୍ମକ। ଆମର କଷ୍ଟମାଇଜ୍‌ଡ ଟ୍ରାକ୍ଟର ରେଞ୍ଜ୍‌ ପାଇଁ ଏକ ଉତ୍ସାହଜନକ ପ୍ରତିକ୍ର୍ରିୟା ହାସଲକରି ଏବଂ ଆମର ଉପତ୍ାଦନ ବୃଦ୍ଧି କରି ଆମେ ଖୁସି ଅନୁଭବ କରୁଛୁ। ବ୍ରାଣ୍ଡ୍‌ ସୋନାଲିକା ଉପରେ ଆପଣଙ୍କର ବିଶ୍ୱାସ ପାଇଁ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ। କାରଣ ଆମେ ଏବେ ୧୪ ଲକ୍ଷ କୃଷକଙ୍କ ଏକ ଶକ୍ତିଶାଳୀ ପରିବାରକୁ ନେଇ ଗର୍ବ ଅନୁଭବ କରୁଛୁ। ପାର୍ବଣ ଋତୁ ପାଇଁ କମ୍ପାନୀର ବହୁ ପ୍ରତୀକ୍ଷିତ ଅଫର ‘ସୋନାଲିକା ହେଭି ଡ୍ୟୁଟି ଧମାକା’-ସୋନାଲିକାର ସର୍ବଭାରତୀୟ ସ୍ତରୀୟ ଡିଲରଶିପ୍‌ ଓ କୃଷକଙ୍କ ପାଇଁ ଲାଇଭ୍‌ ରହିଛି। କୃଷକମାନେ ଏବେ ନିଜର ନିକଟସ୍ଥ ସୋନାଲିକା ଡିଲରଶିପ୍‌ରେ ପହଞ୍ଚିପାରିବେ ଏବଂ ସୋନାଲିକା ହେଭି ଡ୍ୟୁଟି ଧମାକା କ୍ୟାମ୍ପେନ୍‌ର ଲାଭ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri