ସେପ୍ଟେମ୍ବରରେ ସୋନାଲିକାର ୨୬.୨% ଅଭିବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ଚଳିତ ପାର୍ବଣ ଋତୁରେ ରେକର୍ଡ ବିକ୍ରି ହାସଲ କରିଛି। ଏପରିକି କମ୍ପାନୀ ଗତ ସେପ୍ଟେମ୍ବର ମାସରେ ୧୮,୬୧୯ ଟ୍ରାକ୍ଟର ବିକ୍ରି କରିବା ସହ ୧୫% ବଜାର ଅଂଶ ହାସଲ କରିଛି। ଏହି ବର୍ଦ୍ଧିତ ବିକ୍ରି କମ୍ପାନୀର ଅଭିବୃଦ୍ଧିକୁ ୨୬.୨%ରେ ପହଞ୍ଚାଇଛି, ଯାହାକି ଶିଳ୍ପ ଅଭିବୃଦ୍ଧି (ହାରାହାରି ୧୮.୯%)କୁ ପଛରେ ପକାଇଛି। ସେହିପରି ସୋନାଲିକା ଟ୍ରାକ୍ଟର ଗତ ମାସରେ ସର୍ବାଧିକ ୧୫,୫୬୩ ଟ୍ରାକ୍ଟର ଉତ୍ପାଦନ କରିଛି। ଏଗୁଡିକୁ କୃଷକଙ୍କ ସ୍ବତନ୍ତ୍ର ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍‌ କରାଯାଇଛି ଏବଂ ଏହା କମ୍ପାନୀକୁ ପାର୍ବଣ ଋତୁ ଚାହିଦାକୁ ପୂରଣ କରିବା ପାଇଁ କମ୍ପାନୀକୁ ସକ୍ଷମ କରିବ। ଆଲୋଚ୍ୟ ମାସରେ କମ୍ପାନୀ ପ୍ରତିଦିନ ସର୍ବାଧିକ ୭୦୨ ଟ୍ରାକ୍ଟର ଉପତ୍ାଦନ କରିଛି। ସୋନାଲିକାର ଅତ୍ୟାଧୁନିକ ଟ୍ରାକ୍ଟରଗୁଡିକ ଉପରେ ଏବେ ୧୪୦ ଦେଶର ୧୪ ଲକ୍ଷ କୃଷକ ବିଶ୍ୱାସ କରୁଛନ୍ତି ଏବଂ ଏଗୁଡିକ ବିଶ୍ୱବ୍ୟାପୀ ଚାଷଜମିରେ ଚମତ୍କାର ପ୍ରଦର୍ଶନ ପାଇଁ ସୁପରିଚିତ। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ପାର୍ବଣଋତୁ ଉତ୍ସାହଜନକ ସମୟ ଆଣିଛି ଯାହା ସମ୍ପୂର୍ଣ୍ଣ ସକାରାତ୍ମକ। ଆମର କଷ୍ଟମାଇଜ୍‌ଡ ଟ୍ରାକ୍ଟର ରେଞ୍ଜ୍‌ ପାଇଁ ଏକ ଉତ୍ସାହଜନକ ପ୍ରତିକ୍ର୍ରିୟା ହାସଲକରି ଏବଂ ଆମର ଉପତ୍ାଦନ ବୃଦ୍ଧି କରି ଆମେ ଖୁସି ଅନୁଭବ କରୁଛୁ। ବ୍ରାଣ୍ଡ୍‌ ସୋନାଲିକା ଉପରେ ଆପଣଙ୍କର ବିଶ୍ୱାସ ପାଇଁ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ। କାରଣ ଆମେ ଏବେ ୧୪ ଲକ୍ଷ କୃଷକଙ୍କ ଏକ ଶକ୍ତିଶାଳୀ ପରିବାରକୁ ନେଇ ଗର୍ବ ଅନୁଭବ କରୁଛୁ। ପାର୍ବଣ ଋତୁ ପାଇଁ କମ୍ପାନୀର ବହୁ ପ୍ରତୀକ୍ଷିତ ଅଫର ‘ସୋନାଲିକା ହେଭି ଡ୍ୟୁଟି ଧମାକା’-ସୋନାଲିକାର ସର୍ବଭାରତୀୟ ସ୍ତରୀୟ ଡିଲରଶିପ୍‌ ଓ କୃଷକଙ୍କ ପାଇଁ ଲାଇଭ୍‌ ରହିଛି। କୃଷକମାନେ ଏବେ ନିଜର ନିକଟସ୍ଥ ସୋନାଲିକା ଡିଲରଶିପ୍‌ରେ ପହଞ୍ଚିପାରିବେ ଏବଂ ସୋନାଲିକା ହେଭି ଡ୍ୟୁଟି ଧମାକା କ୍ୟାମ୍ପେନ୍‌ର ଲାଭ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?