ଭୁବନେଶ୍ୱର,୧୯ା୪(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟର ତାପମାତ୍ରା ଆହୁରି ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମଙ୍ଗଳବାର ସର୍ବୋଚ୍ଚ ତାପମାତ୍ରା ୪୪.୪ ଡ଼ିଗ୍ରୀ ସେଲସିୟସ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିଭଳି ରାଜ୍ୟର ୯ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୨୧ ସହରର ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।