ସୋନାଲିକାର ରେକର୍ଡ ପରିମାଣର ବିକ୍ରି

ଭୁବନେଶ୍ୱର,୧୯।୧୦ (ଅଭୟ ଦାଶ): ପ୍ରତି ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ମଧ୍ୟରେ ସୋନାଲିକା ରେକର୍ଡ ପରିମାଣର ଟ୍ରାକ୍ଟର ବିକ୍ରି କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସୋନାଲିକା ମୋଟ ୭୮,୭୯୩ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି। ଉଦ୍ୟୋଗରେ ସର୍ବାଧିକ ଘରୋଇ ବିକ୍ରି ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସୋନାଲିକା ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ବିଶେଷ କରି ପ୍ରଭାବଶାଳୀ ପ୍ରଦର୍ଶନ ସହ କମ୍ପାନୀ ୨୦୨୩ ସେପ୍ଟେମ୍ବରରେ ୧୫.୮%ର ବଜାର ଅଂଶ ହାସଲ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର ଲିମିଟେଡ୍‌ର ଜଏଣ୍ଟ ମ୍ୟାନେଜିଂ ଡାଇରେକ୍ଟର ରମଣ ମିତ୍ତଲ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ (୬ ମାସ)ରେ ଆମେ ୭୮,୭୯୩ ଟ୍ରାକ୍ଟର ବିକ୍ରିକରି ଉଦ୍ୟୋଗରେ ସର୍ବାଧିକ ଘରୋଇ ବିକ୍ରି ଅଭିବୃଦ୍ଧି ହାସଲ କରିଛୁ। ଏପରିକି ବଜାରରେ ପ୍ରଭାବଶାଳୀ ପ୍ରଦର୍ଶନ ସହ କମ୍ପାନୀ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ୨୦୨୩ ସେପ୍ଟେମ୍ବରରେ ଆମେ ୧୫.୮% ର ସର୍ବାଧିକ ବଜାର ଅଂଶ ମଧ୍ୟ ହାସଲ କରିଛୁ। ଏହି ଦମ୍‌ଦାର ପ୍ରଦର୍ଶନ ସହ କୃଷକଙ୍କ ପାଇଁ ଅଧିକ ଆନନ୍ଦ ଆଣିବା ଲାଗି ଆମେ ନିକଟରେ ‘୫ ବର୍ଷ ୱାରେଣ୍ଟି’ର ଶୁଭାରମ୍ଭ କରିଛୁ, ଯାହା କୃଷକମାନଙ୍କ ସହ ଆମ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ନୂତନ ବଜାରରେ ପ୍ରବେଶ କରିବାରେ ସକ୍ଷମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri