ନଭେମ୍ବରରେ ସୋନାଲିକାର ୧୨,୮୯୧ ୟୁନିଟ ବିକ୍ରି

ଭୁବନେଶ୍ୱର,୧୮।୧୨: ଚଳିତବର୍ଷ ନଭେମ୍ବର ମାସରେ ସୋନାଲିକା ଟ୍ରାକ୍ଟର୍ସ ମୋଟ ୧୨,୮୯୧ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି। ଏପରିକି ଗତ ବର୍ଷ ସମାନ ଅବଧି ମଧ୍ୟରେ କମ୍ପାନୀ ମୋଟ ୧୦,୪୬୪ ୟୁନିଟ ଟ୍ରାକ୍ଟର ବିକ୍ରି କରିଥିଲା। ବିଶେଷ କରି ଗତବର୍ଷ ତୁଳନାରେ କମ୍ପାନୀର ଚଳିତବର୍ଷ ପ୍ରାୟ ୨୩% ଅଧିକ ଟ୍ରାକ୍ଟର୍ସ ବିକ୍ରି ହୋଇଛି। ସେହିଭଳି କମ୍ପାନୀ ପ୍ରତ୍ୟେକ ପ୍ରକାରର ମୃତ୍ତିକା ପାଇଁ କଷ୍ଟମାଇଜ୍‌ଡ ଟ୍ରାକ୍ଟର ବିକଶିତ କରି ୨୦୨୩ ନଭେମ୍ବରରେ ୧୬.୩%ର ସର୍ବାଧିକ ବଜାର ଅଂଶ ହାସଲ କରିଛି। ଏଥିସହିତ ସୋନାଲିକା ୨୦୨୩ ନଭେମ୍ବରରେ ଶିଳ୍ପ ଅଭିବୃଦ୍ଧି (ହାରାହାରି ୨%) କୁ ମଧ୍ୟ ପଛରେ ପକାଇଛି ଏବଂ ୨୦୧୮ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ କ୍ରମାଗତ ଭାବେ ୭ ବର୍ଷ ଲାଗି ୧ ଲକ୍ଷ ଟ୍ରାକ୍ଟର ବିକ୍ରି ମାଇଲଖୁଣ୍ଟକୁ ଅତିକ୍ରମ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ଆମେ ଶିଳ୍ପରେ ସର୍ବାଧିକ ୨୩%ର ଅଭିବୃଦ୍ଧି ସହିତ ୨୦୨୩ ନଭେମ୍ବରରେ ସର୍ବୋଚ୍ଚ ୧୬.୩%ର ବଜାର ଅଂଶ ହାସଲ କରି ବେଶ୍‌ ଉତ୍ସାହିତ ଅଛୁ। ଏଥି ସହିତ ଆମେ କେବଳ ଗତ ୮ମାସରେ ୧ଲକ୍ଷ ଟ୍ରାକ୍ଟର ବିକ୍ରି ରେକର୍ଡକୁ ଅତିକ୍ରମ କରିଛୁ। ଏହି ନୂଆ ରେକର୍ଡ ପ୍ରଦର୍ଶନ ସମଗ୍ର କୃଷି ସମୁଦାୟ ପ୍ରତି ସୋନାଲିକାର ସାମଗ୍ରିକ ଆଭିମୁଖ୍ୟର ଏକ ଫଳାଫଳ ଅଟେ। ଟ୍ରାକ୍ଟର ଶିଳ୍ପରେ ପ୍ରତିଯୋଗୀପୂର୍ଣ୍ଣ ପରିବେଶ ସତ୍ତ୍ୱେ ଶିଳ୍ପ ଅଭିବୃଦ୍ଧିକୁ ପଛରେ ପକାଇବା ଏହା ପ୍ରମାଣିତ କରୁଛି ଯେ, ଆମର ଟ୍ରାକ୍ଟରଗୁଡିକ ଠିକ୍‌ ଟେକ୍ନୋଲୋଜି ଓ ଉଚିତ ମୂଲ୍ୟ ସହିତ କୃଷକମାନଙ୍କ ବିଶ୍ୱାସ ଜିତିଛନ୍ତି। ଅପରପକ୍ଷରେ ସୋନାଲିକା ଠିକ୍‌ ସମୟରେ ଉପତ୍ାଦ ଉପଲବ୍ଧତା ଓ ଉପଯୁକ୍ତ ଉପତ୍ାଦ ମିଶ୍ରଣ ସହ ଜଡିତ ହୋଇ ପାର୍ବଣ ଋତୁ ସମୟରେ ଅଧିକ ବିକ୍ରି ଭଳି ଅନୁକୂଳ ପରିସ୍ଥିତି କମ୍ପାନୀକୁ ଏହି ନୂତନ ସଫଳତା ହାସଲ କରିବା ପାଇଁ ସକ୍ଷମ କରିଥିଲା। ଏହି ନୂଆ ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ରୁତ କୃଷି ବିକାଶ ଓ କୃଷକଙ୍କ ପ୍ରଗତିଶୀଳ ଭବିଷ୍ୟତକୁ ନୂଆ ରୂପ ଦେବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?