ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ଇତି ମଧ୍ୟରେ ହାତକୁ ଦି’ହାତ ହୋଇସାରିଛନ୍ତି। ତେବେ ଯେହେତୁ ବର୍ତ୍ତମାନ ସେ ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ଏହି ଅବସର ସମୟ ମଧ୍ୟରେ ସେ ଏକ ନୂଆ ଯୋଜନା ବିଷୟରେ ଚିନ୍ତା କରୁଛନ୍ତି। ସାମୟିକ ବ୍ରେକ୍‌ ପରେ ସେ ତ ପୁଣି ଥରେ ଆକ୍ଟିଂ ମଇଦାନକୁ ଓହ୍ଲାଇବେ, ହେଲେ ତା’ ସହ ନିଜକୁ ଆଉ ଏକ କାମରେ ଜଡିତ ରଖିବାକୁ ମନସ୍ଥ କରିଛନ୍ତି। କଥା କ’ଣ କି ଏଣିକି ସେ ସିନେମାରୁ ଯାହା ପାରିଶ୍ରମିକ ପାଇବେ ତା’ମଧ୍ୟରୁ ପ୍ରମୁଖ ଭାଗକୁ ସେ ଦୁଃଖୀ ଦରିଦ୍ରଙ୍କ ପାଇଁ ଖର୍ଚ୍ଚ କରିବେ। ଏ ନେଇ ସୋନାକ୍ଷୀ କହନ୍ତି, ”ଏଭଳି ଆଇଡିଆ ମୋର ପ୍ରଥମ ସିନେମା ‘ଦବଙ୍ଗ’ ସମୟରେ ଆସିଥିଲା। ସେହି ସମୟରେ ମୋ ପ୍ରଥମ ପାରିଶ୍ରମିକର କିଛି ଅଂଶ ମୁଁ ସଲମାନଙ୍କ ସ୍ବେଚ୍ଛାସେବୀ ସଂସ୍ଥା ‘ବିଇଙ୍ଗ ହ୍ୟୁମାନ’କୁ ଦାନ କରିଥିଲି। ଏବେ ଦରିଦ୍ର ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ପାଇଁ ମୋ ପକ୍ଷରୁ ଯାହା କିଛି ସମ୍ଭବ ତାହା ଚେଷ୍ଟା କରିବି। ଯେହେତୁ ଏସବୁ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ତେଣୁ ଏ ନେଇ ସବିଶେଷ ସୂଚନା ଦେବା ସମ୍ଭବ ନୁହେଁ। ସମୟ ଆସିଲେ ମୁଁ ମୋ ନିଜ ପଟରୁ ଏ ବିଷୟରେ ନିଶ୍ଚୟ ସମସ୍ତଙ୍କୁ ଜଣାଇ ଦେବି।“ ତେବେ ସୋନାକ୍ଷୀ ତାଙ୍କ ନୂଆ ଯୋଜନାକୁ କେତେ ସଫଳ ରୂପାୟନ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri