ଛାତ ଉପରକୁ ଯାଇଥିଲେ ପୁଅ, ଦାଦା ଦେଖିଲା ବେଳକୁ ଲାଗିଥିଲେ ବିଦ୍ୟୁତ୍‌ ତାରରେ ପରେ…

ଧର୍ମଶାଳା,୨୮।୬: ଯାଜପୁର ଜିଲା  ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।
ସୂଚନା ମୁତାବକ ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ପ୍ରଭାସ କୁମାର ସାହୁଙ୍କ ପୁଅ ଓମ୍‌ ପ୍ରକାଶ ସାହୁ ବୟସ ପାଖାପାଖି ୧୭ ବର୍ଷ ସକାଳୁ କୌଣସି କାମରେ ଘର ଛାତ ଉପରକୁ ଯାଇଥିବା ବେଳେ ଉପରେ ଥିବା ବିଦ୍ୟୁତ୍‌ ତାର ଲାଗି ରହିଥିବା, ବେଳେ ଓମ ପ୍ରକାଶଙ୍କ ଦାଦା ଛାତ ଉପରକୁ ଯିବା ବେଳେ ଦେଖିବାକୁ ପାଇଥିଲେ। ପରିବାର ପକ୍ଷରୁ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାର ଗୁରୂତର ଥିବାରୁ କଟକ ନେଇଯାଇଥିଲେ । କଟକ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଶାୟା ଖେଳିଯାଇଛି।