ମୋରଡା,୨୬।୩(ସ୍ମାରକ ମାଜୀ): ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଲେ ପୁଅ । ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ।
ସୂଚନା ଅନୁଯାୟୀ, ଉକ୍ତ ଫାଣ୍ଡି ଅଧୀନ ହଳଦୀପାଳ ପଞ୍ଚାୟତର ଲଦ ଡ଼ିହି ଗ୍ରାମର ଗୋବିନ୍ଦ ମାର୍ଣ୍ଡି(୮୦)ଙ୍କ ଠାରୁ ତାଙ୍କ ପୁଅ ମଧୁ ମାର୍ଣ୍ଡି(୩୬) ପ୍ରତିଦିନ ଟଙ୍କା ନିଅନ୍ତି । ତେବେ ବୁଧବାର ରାତି ୯ଟା ସମୟରେ ଗୋବିନ୍ଦ ଶୋଇଥିବା ସମୟରେ ପୁଅ ମଧୁ ତାଙ୍କୁ ସଜନା ଛୁଇଁ ବିକ୍ରି କରିଥିବା ବାବଦରେ ୪୦୦ଟଙ୍କା ମାଗିଥିଲେ। ଗୋବିନ୍ଦ ମନା କରିବାରୁ ନିଶାଶକ୍ତ ପୁଅ ମଧୁ ଗୋବିନ୍ଦଙ୍କୁ ଏକ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ। ଆଜି ପୂର୍ବାହ୍ନ ୧୦ଟା ସମୟରେ ଖବର ପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମଧୁଙ୍କୁ ଅଟକ ରଖିଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।