Posted inଫୁରସତ

କରୋନା ଦେଇଛି ଦୁଃଖ: ପୁଅଙ୍କ ଏହି ଗୋଟିଏ ଭୁଲ ପାଇଁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବାପା

ସାରା ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼ୁଛି। ବିଶେଷଜ୍ଞମାନେ ରୋଗର ଔଷଧ ବାହାର କରିବାକୁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ଏଯାଏ ତାହା ବାହାରିପାରୁ ନ ଥିବାରୁ ଲୋକମାନଙ୍କୁ ସତର୍କ ଏବଂ ସଚେତନ ରହିବାକୁ କୁହାଯାଉଛି। ଏହାକୁ ଅନେକ ଲୋକ ମାନୁ ନ ଥିବା ନଜିରକୁ ଆସୁଛି। ହେଲେ ଏହା କେତେ ଭୟଙ୍କର ହୋଇପାରେ ତାର ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଫ୍ଲୋରିଡାରେ ଜଣେ ଯୁବକ ମାସ୍କ ନ ପିନ୍ଧି ସାଙ୍ଗମାନଙ୍କ ସହ ବୁଲିବାକୁ ଚାଲିଯାଇଥିଲେ। ଏଥିପାଇଁ ତାଙ୍କ ପରିବାରର ସମସ୍ତଙ୍କୁ କରୋନା ସଂକ୍ରମଣ ହୋଇଥିଲା। ଏପରିକି ତାଙ୍କ ବାପା ଜୀବନ ମରଣ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି।

କେବଳ ପୁଅଙ୍କ ଭୁଲ ପାଇଁ ୪୨ ବର୍ଷୀୟ ବାପା ଜନ୍‌ ପ୍ଲେସ୍‌ଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପୁଅଙ୍କଠାରୁ ତାଙ୍କୁ ସଂକ୍ରମଣ ହୋଇଥିଲା। ୩ ସପ୍ତାହରୁ ଅଧିକ ସମୟ ଧରି ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ହେଲେ ଅବସ୍ଥାରେ ସୁଧାର ଆସିବା ତ ଦୂରର କଥା, ବେଳକୁ ବେଳ ଅବନତି ଘଟୁଛି।

ଜନ୍‌ଙ୍କ ପତ୍ନୀ ମିଶେଲ ଜିମେଟ୍‌ କୁହନ୍ତି, ଜନ ମେଦବହୁଳତା ସହ ଡାଇବେଟିସ୍‌ର ଶିକାର ହୋଇଥିଲେ। ଏଣୁ ସେ ତାଙ୍କ ସାବତ ପୁଅ(୨୧ ବର୍ଷ)କୁ ସାବଧାନ ରହିବାକୁ କହିଥିଲେ। ହେଲେ ସେ ଶୁଣି ନ ଥିଲେ। ଏବେ ଜନ୍‌ ୨ ସପ୍ତାହରୁ ଅଧିକ ସମୟ ହେଲାଣି ଭେଣ୍ଟିଲେଟରରେ ଅଛନ୍ତି। ପରିବାରର ଅନ୍ୟମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ହେଲେ ଜନ୍‌ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri