ବାପା ଆଗରେ ଜଳଭଣ୍ଡାରକୁ ଡେଇଁପଡ଼ିଲେ ପୁଅ

ସୁନାବେଡ଼ା,୧୪ା୨(କୃତ୍ତିବାସ ପ୍ରଧାନ)-ସୁନାବେଡ଼ା ଥାନା ଅଧୀନ ୨୬ନଂ. ଜାତୀୟ ରାଜପଥ ଟିମ୍ବର ବ୍ରିଜ୍‌ ଉପରେ ସ୍କୁଟି ରଖି ବାପାଙ୍କ ଆଗରେ ନଦୀକୁ ଜଣେ ଯୁବକ ଡେଇଁ ପଡ଼ିଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଜାନୀଗୁଡ଼ା ଗ୍ରାମର ପାକୁଳୁ ଜାନୀଙ୍କ ପୁଅ ମଦନ ଜାନୀ(୨୨) ୨ ମାସ ହେବ ହାଲ୍‌ ସହରାଞ୍ଚଳରେ ଅସ୍ଥାୟୀ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ କିଛିଦିନ ହେବ ତାଙ୍କ ସ୍ତ୍ରୀଙ୍କ ସହ ସୁନାବେଡ଼ା ଚିକାପାର ଗଁାରେ ରହୁଥିଲେ। ଶୁକ୍ରବାର ବାପା ପାକୁଳୁ ତାଙ୍କୁ ଗାଁକୁ ଯିବାକୁ ଡାକିଥିଲେ। ବାପପୁଅ ଦୁଇଟି ଗାଡ଼ିରେ ଗାଁ ଅଭିମୁଖେ ବାହାରିଥିଲେ। ମଦନ ଠିକ୍‌ ଟିମ୍ବର ବ୍ରିଜ୍‌ ମଝାମଝିରେ ସ୍କୁଟିକୁ ରଖି ହଠାତ୍‌ ଜଳଭଣ୍ଡାରକୁ ଡେଇଁ ପଡ଼ିଥିଲେ।

ପଛରେ ବାଇକ୍‌ରେ ଆସୁଥିବା ତାଙ୍କ ବାପା ଏହା ଦେଖି ତୁରନ୍ତ ସୁନାବେଡ଼ା ପୋଲିସକୁ ଖବର ଦେଇଥିଲେ। ସୁନାବେଡ଼ା ଥାନା ଅଧିକାରୀ ସୁସୁମା କୁହଁର ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିବା ସହ ସେମିଳିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସେମିଳିଗୁଡ଼ା ଅଗ୍ନିଶମ ବିଭାଗର ଏଲ୍‌ଏଫ୍‌ଏମ୍‌ ବିଜୟ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଜେ.ଏମ୍‌ . ନାୟକ, ଆର୍‌. ଜାନୀ, ଏସ୍‌ସିଏଚ୍‌ ଶବର,ଏନ୍‌. ମାଝୀ ୫ ଜଣିଆ ଟିମ୍‌ ଜଳଭଣ୍ଡାରରେ ସନ୍ଧାନ ଜାରି ରଖିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବକଙ୍କ କୌଣସି ସନ୍ଧାନ ମିଳି ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri