ନୂଆପଡ଼ାରେ ବାପାଙ୍କୁ ଟପିଗଲେ ପୁଅ ଜୟ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ୨୦୨୪ ନିର୍ବାଚନରେ ବର୍ତ୍ତମାନର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ସେତେବେଳେ ବିଜେଡିରୁ ଲଢ଼ି ୬୧୮୨୨ ଖଣ୍ଡ ଭୋଟ୍‌ ପାଇଥିଲେ। ତେବେ ତାଙ୍କର ଦେହାନ୍ତ ପରେ ପୁଅ ଜୟ ଭାଜପାରେ ସାମିଲ ହୋଇ ଭାଜପାରୁ ପ୍ରାର୍ଥୀ ହୋଇ ନୂଆପଡ଼ା ଉପନିର୍ବାଚନ ଲଢୁଛନ୍ତି। ୧୩ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆ ୬୩ ହଜାରରୁ ଅଧିକ ଭୋଟ ପାଇ ବାପାଙ୍କୁ ଟପିଯାଇଛନ୍ତି।

୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ଭାଜପା ପ୍ରଥମ ଥର ଏକୁଟିଆ ଶାସନକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ଏହି ପ୍ରଥମ ନିର୍ବାଚନ ଲଢୁଛି। ତେଣୁ ଏକ ଭଲ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବା ଭାଜପା ପାଇଁ ବହୁତ ଗୁରୁତ୍ୱ ରଖିବ। ୨୪ ବର୍ଷ ପରେ କ୍ଷମତାରୁ ଯିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତାଙ୍କ ଦଳ ପ୍ରଥମ ଥର ବିରୋଧୀ ଦଳ ଭୂମିକାରେ ରହି ଏହି ଉପନିର୍ବାଚନ ଲଢୁଛନ୍ତି। ଗତ ସାଧାରଣ ନିର୍ବାଚନରେ ଉକ୍ତ ଆସନ ମଧ୍ୟ ବିଜେଡି ହାତରେ ରହିଥିଲା।

Dharitri – disha’sNo.1 Trusted Odia Daily

Share