ନୂଆପଡ଼ା,୨୨ା୬(ମକାରୁ ବେମାଲ): ପୁଅର ଠେଙ୍ଗାମାଡ଼ରେ ଚାଲିଯାଇଛି ଜନ୍ମତାତା ବାପାଙ୍କ ଜୀବନ। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ। ମୃତକ ଜଣକ ୬୦ ବର୍ଷୀୟ ପବନ ସିଂ ବରିହା।
ସୂଚନାନୁଯାୟୀ, ଶନିବାର ମଧ୍ୟାହ୍ନରେ କୁରୁମୁଣ୍ଡା ଗାଁରେ ବାପା ପବନ ଓ ପୁଅ ତୁଲାରାମଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବଚସା ହୋଇଥିଲା। ଏଥିରେ ନିଶାଶକ୍ତ ପୁଅ ତୁଲାରାମ ନିଜ ବାପା ପବନଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲେ। ଚାଷଜମିରେ ବାପାଙ୍କ ମୃତଦେହକୁ ଛାଡ଼ି ଘରକୁ ଚାଲି ଆସିଥିଲେ।
ରବିବାର ପୂର୍ବାହ୍ନରେ ବେଲଟୁକୁରି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୁଅ ତୁଲାରାମ ବାରିହା (୩୬)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ମଧ୍ୟାହ୍ନରେ ନୂଆପଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଜମିବାଡ଼ିକୁ ନେଇ ନିଜ ବାପାଙ୍କୁ ପୁଅ ହତ୍ୟା କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ଏନେଇ ବେଲତୁକୁରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ସାଇନ୍ସଥିପିକ ଟିମ୍ ସହ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।


