ହଉ କିଛି ନୂଆ

ରାଜନୈତିକ ଦୃଷ୍ଟିକୋଣରୁ ୨୦୨୪ ଓଡ଼ିଶା ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ବିଜୁ ଜନତା ଦଳ(ବିଜେଡି)ର ୨୪ ବର୍ଷ ଶାସନର ଅବସାନ ଘଟିଥିଲା। ଲୋକଙ୍କର ଏକ ନୀରବ ବିପ୍ଳବ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭୋଟର ସ୍ପଷ୍ଟ କରିଦେଲେ ଯେ, ଗଣତନ୍ତ୍ରରେ ସାମନ୍ତବାଦର ସ୍ଥାନ ନାହିଁ। କେତେକ ଗୋଷ୍ଠୀ ଏହି ନିର୍ବାଚନୀ ବିପର୍ଯ୍ୟୟ ଭି.କେ.ପାଣ୍ଡିଆନଙ୍କ ଯୋଗୁ ହୋଇଥିବା କହୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜୟ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଶ୍ରେୟ ଦେଉଛନ୍ତି। ନିକଟରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସରେ ଦଳୀୟ ସଭାପତି ନବୀନ କହିଥିଲେ, ଭାଜପାର ନକାରାତ୍ମକ ପ୍ରଚାରକୁ କାଉଣ୍ଟର କରିପାରିଲୁ ନାହିଁ। ବାସ୍ତବରେ ଦେଖିବାକୁ ଗଲେ ଏହି ପରାଜୟ ପାଇଁ ପାଣ୍ଡିଆନ ନୁହନ୍ତି କି ଭାଜପା ନୁହେଁ, ନିଜେ ନବୀନ ଦାୟୀ। ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍‌ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବାପରେ ନିଜ ଜନ୍ମସ୍ଥାନକୁ ଫେରିଯିବା ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ। ନବୀନ ଭାବିଥିଲେ ଯେ ସେ ଛେଳି, ମେଣ୍ଢା, ବଳଦ, ବିଲୁଆ ଯାହାକୁ ନାହିଁ ତାକୁ ଛିଡ଼ା କରିଦେଲେ ସେ ଜିତିଯିବ। ଓଡ଼ିଶାକୁ ନିଜର ଜାଗିରି ବୋଲି ଧରି ନେଇଥିଲେ। ବିଜେଡିର ଜନ୍ମଲଗ୍ନକୁ ଦେଖିଲେ ୧୯୯୭ରେ ପ୍ରତିଷ୍ଠା ସମୟରେ ନବୀନଙ୍କ ଭୂମିକା ଅତି ନଗଣ୍ୟ ଥିଲା। ଯେଉଁମାନେ ଦଳ ଗଢ଼ିଥିଲେ ଧୀରେ ଧୀରେ ସେମାନଙ୍କୁ ଅଣଦେଖା କରାଯାଇ ମୁଷ୍ଟିମେୟ ଗୋଷ୍ଠୀଙ୍କୁ ଧରି ସେ ଶାସନ ଚଳାଇଥିଲେ। ତାଙ୍କ କାନି ଧରି କେତେକେ ପାରି ହୋଇଗଲେ। ହେଲେ ନବୀନ ବୁଝିବା ଦରକାର ଥିଲା ଯେ, ସେ କ୍ଷମତାକୁ ଆସିବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କ ପ୍ରଚୁର ଘୃଣାଭାବ ନିଅଁ ପକାଇଥିଲା। ଦୀର୍ଘ ୧୪ ବର୍ଷ କଂଗ୍ରେସ ଶାସନରେ ଜାନକୀଙ୍କ ଜଘନ୍ୟ କାର୍ଯ୍ୟକଳାପ ଓଡ଼ିଶା ଲୋକଙ୍କୁ ଅନ୍ତରରୁ ଘୃଣା କରିବା ପାଇଁ ବାଧ୍ୟ କରିଥିଲା। ସେହି ଭାବନା ଆଜି ପର୍ଯ୍ୟନ୍ତ ଓଡ଼ିଆଙ୍କ ମନରେ ଅଛି ବୋଲି କଂଗ୍ରେସ ଭଳି ଏକ ଜାତୀୟ ଦଳ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ ହୋଇଯାଇଛି। ଏପରିକି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରିବାର ଓ ସମ୍ପର୍କୀୟ ରାଜନୈତିକ ସଫଳତା ଦେଖିପାରୁ ନାହାନ୍ତି। ଏତିକିବେଳେ ନେତୃତ୍ୱବିହୀନ କଂଗ୍ରେସର ଅଧୋଽଗତି ମଧ୍ୟ ବିଜେଡିକୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ତେବେ ୧୯୯୭ରେ ବିଜେଡି ଗଠନ ହେବା ପରେ ୧୯୯୮ ଲୋକ ସଭା ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଭାବେ ସଫଳତା ପାଇଥିଲା। ତା’ପରେ ଭାଜପା ସମର୍ଥନରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି କ୍ଷମତା ଧରି ରଖିବାରେ ସକ୍ଷମ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ୟାରୀମୋହନ ମହାପାତ୍ର ଯେଉଁ ଭିତ୍ତିଭୂମି ସୃଷ୍ଟି କରିପାରିଥିଲେ, ତାହା ଉପରେ ନିର୍ଭର କରି ବିଜୁ ଜନତା ଦଳ ଏକାକୀ ୨୦୦୯ ନିର୍ବାଚନ ଲଢ଼ି ଜିତିପାରିଥିଲା। ଏହା ସତ୍ୟ ଯେ, ନବୀନଙ୍କ ନାମରେ ଭୋଟ ଆସୁଥିଲା। କିନ୍ତୁ ପ୍ୟାରୀଙ୍କ ଭଳି ଦଳର ଆହୁରି ଅନେକ ସଦସ୍ୟ କଳସରେ ଆଞ୍ଜୁଳେ ପାଣି ଢାଳିବା ହେତୁ ବିଜୁ ଜନତା ଦଳ ୨୪ ବର୍ଷ ତିଷ୍ଠିଲା। ୨୦୧୯ ପରେ ପାଗଳାମି ଆରମ୍ଭ ହୋଇଥିଲା। ଆଜି ଯଦି କେହି କହୁଥାଏ ଯେ, ବିଜେଡି କେବଳ ନବୀନଙ୍କ ନାମରେ ୫ ଥର ଜିତିଥିଲା, ତେବେ ୬ଷ୍ଠ ଥର ପରାଜୟ ପାଇଁ ମଧ୍ୟ ସେହି ନେତା ସମ୍ପୂର୍ଣ୍ଣ ଦାୟୀ ହେବେ।
ପ୍ରଥମଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ କରିଛି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର କୋଣ ଅନୁକୋଣକୁ ନିଜେ ବୁଲିବା ସହିତ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନଙ୍କୁ ବିଭିନ୍ନ ଅଞ୍ଚଳ ଯାଇ ଲୋକଙ୍କ ଅଭିଯୋଗ ଓ ସମସ୍ୟା ବୁଝିବା ଉପରେ ଗୁରୁତ୍ୱ ଦେଉଛନ୍ତି। ସେ ଏଭଳି ଏକ ସକାରାମତ୍କ ବାତାବରଣ ସୃଷ୍ଟି କରୁଛନ୍ତି, ଯାହା ଏକ ଦୃଢ଼ ଗଣତାନ୍ତ୍ରିକ ସରକାରର ସଙ୍କେତ ଦେଉଛି। ଏହା ଜଣାଶୁଣା ଯେ ଜଣେ ନେତା ଲୋକଙ୍କ ପାଖକୁ ଗଲେ ସାଧାରଣରେ ସରକାରଙ୍କ ଉପରେ ଆସ୍ଥା ଓ ଭରସା ବୃଦ୍ଧି ପାଇଥାଏ। ଗୋଟେ ମାନସିକତା ରହିଆସିଛି ଯେ ଆମକୁ ଶାସନ କରୁଥିବା ଜଣେ କେହି ରାଜା ବା ସମ୍ଭ୍ରାନ୍ତ ବର୍ଗର ହୋଇଥିବା ଦରକାର। କିନ୍ତୁ ନୂଆ ସରକାର ସେଭଳି ନେତାଙ୍କ ଠାଣିକୁ ଭାଙ୍ଗି ଲୋକଙ୍କ ସରକାର ହେବାକୁ ଚେଷ୍ଟା କରିବା ରାଜ୍ୟ ପାଇଁ ଏକ ଶୁଭ ସଙ୍କେତ। ଦେଶର ଅନ୍ୟାନ୍ୟ ଭାଜପା ଶାସିତ ରାଜ୍ୟ ବିଶେଷକରି ଉତ୍ତର ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ଅସୂୟାଭାବ ଦେଖାଦେବା ସହ ଧର୍ମୀୟ ବାଛବିଚାର ଓ ବିଭାଜନ ରାଜନୀତି ସର୍ବାଗ୍ରେ ରହୁଥିବାବେଳେ ଓଡ଼ିଶାରେ ତାହାର କୌଣସି ମାତ୍ର ପ୍ରଭାବ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ଅର୍ଥାତ୍‌ ଜାତୀୟ ଭାଜପାର ଅଗଣତାନ୍ତ୍ରିକ ଚରିତ୍ରଠାରୁ ଓଡ଼ିଶାରେ ପ୍ରାରମ୍ଭିକ ସ୍ତରରେ, ଭାଜପା ସରକାର, ଏକ ସ୍ବାଗତଯୋଗ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପସନ୍ଦ କରେ ବୋଲି ଦର୍ଶାଉଛି। ଏହିଭଳି ଆଭିମୁଖ୍ୟ ଭବିଷ୍ୟତରେ ରହିଲେ ସେହି ଦଳ ଓ ତା’ର ନେତୃବୃନ୍ଦଙ୍କୁ ଦୀର୍ଘମିଆଦୀ ରାଜନୈତିକ ଲାଭ ଆଣିଦେଇ ପାରିବ। କାରଣ ଓଡ଼ିଶାବାସୀ କେବେହେଲେ ହିଂସାତ୍ମକ କାର୍ଯ୍ୟକଳାପକୁ ପସନ୍ଦ କରନ୍ତି ନାହିଁ। ନିକଟରେ ବାଲେଶ୍ୱର ଜିଲା ରେମୁଣା ଥାନା ଛଣଖଣପୁରରେ ଘଟିଥିବା ଘଟଣା ରାଜ୍ୟ ପାଇଁ ଏକ ନକାରାତ୍ମକ ଛବି ଦେଖାଉଛି। ଅନ୍ୟପଟେ ବିଜେଡି ସରକାର ଅମଳରେ ଲୋକଙ୍କ ପାଖକୁ ପଦଯାତ୍ରାରେ ଯିବା ଗୋଟେ ଫେଶନ ହୋଇଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ୨ ଅକ୍ଟୋବରରୁ ୧୧ ଅକ୍ଟୋବର ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଯାଏ ଜନସମ୍ପର୍କ ଯାତ୍ରା କିଭଳି ଚାଲିଥିଲା ତାହା ଆମେ ଦେଖିଛୁ। ଶେଷରେ ‘ନୂଆ-ଓ’ ଏବଂ ନବୀନ ଓଡ଼ିଶା ଭଳି କାର୍ଯ୍ୟକ୍ରମ ବିଜେଡିକୁ କ୍ଷତି ପହଞ୍ଚାଇଥିଲା।
ନୂଆବର୍ଷ ୨୦୨୫ ଆସିଛି। ଏକ ସୁସ୍ଥ ଗଣତନ୍ତ୍ର ସକାଶେ ଶକ୍ତିଶାଳୀ ବିରୋଧୀ ଦଳର ମଧ୍ୟ ଆବଶ୍ୟକତା ଅଛି। କାରଣ ଆସନ୍ତାଦିନର ରାଜନୀତି ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ବିକଳ୍ପ ଦେଖିବା ଲାଗି ଓଡ଼ିଶା ଭୋଟରଙ୍କୁ ସୁଯୋଗ ମିଳିବା ଦରକାର। ଏବେ ସକାରାତ୍ମକ ରାଜନୀତି ଆରମ୍ଭ କରିବାକୁ ହେବ। ଓଡ଼ିଶାର ରାଜନୈତିକ ଇତିହାସ କହୁଛି ଯେ ଏହି ରାଜ୍ୟରେ ଜାତୀୟ ଦଳ ପରିବର୍ତ୍ତେ ସାଧାରଣ ଓଡ଼ିଆ ଭୋଟର ୧୯୬୦ ଦଶନ୍ଧିରୁ, ଯେତେବେଳେ ସୁଯୋଗ ମିଳିଛି, ଆଞ୍ଚଳିକ ନେତୃତ୍ୱକୁ ସମର୍ଥନ କରିଆସିଛନ୍ତି। ଜାନକୀଙ୍କୁ ବିରୋଧ କରି ନବୀନ ଆସିଥିଲେ। ୨୪ ବର୍ଷର ଶାସନ ପରେ ନବୀନଙ୍କୁ ନାପସନ୍ଦ କରି ଓଡ଼ିଆ ଭୋଟର ଭାଜପାକୁ ଆଣିଲେ। ଏବେ ସକାରାତ୍ମକ ଚିନ୍ତାରେ ବିରୋଧୀ ଛିଡ଼ାହେଲେ ନାପସନ୍ଦ ପରିବର୍ତ୍ତେ ପସନ୍ଦ ପାଇଁ ରାଜନୀତି କରିବାର ସୁଯୋଗ ସୃଷ୍ଟି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri