ରାଜପଥରେ କିଏ ଛାଡ଼ିଗଲା ବାଇକ୍‌, ଲୋକେ ଭୟଭୀତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ୫୯ ନଂ ଜାତୀୟରାଜପଥର କାରିପାଙ୍ଗାଠାରେ ଏକ ଅଜଣା ଲୋକ ବାଇକ୍‌ ଛାଡ଼ି ପଲାଇଯାଇଥିବା ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି ଏହାକୁ ନେଇ ଲୋକମାନେ ଯେତିକି ଭୟଭୀତ ସେତିକି ଚର୍ଚ୍ଚା ମଧ୍ୟ ହେଉଛି। କିଏ କାହିଁକି ଏଭଳି ରାଜପଥ ଉପରେ ବାଇକ୍‌ ଛାଡ଼ି ଯାଇଛି ନା ଆଉ କିଛି ରହସ୍ୟ ଲୁଚି ରହିଛି ସେନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରୁ ଉକ୍ତ ରାଜପଥ ଉପରେ ଏକ ବାଇକ୍‌ ନଂ (ଓଆର ୧୨ ବି ୦୫୫୧)କୁ ରାଜପଥ ଉପରେ କେହି ଛାଡ଼ି ଚାଲିଯାଇଥିବା ବେଳେ ଶନିବାର ସକାଳ ୮ଟା ପର୍ଯ୍ୟନ୍ତ ତାକୁ ତାର ମାଲିକ ନ ନେବା ଜଣାପଡିଛି ରାଜପଥ ଉପରେ ଗୋରୁ ଶୋଉଥିବାବେଳେ ବାଇକ୍‌ଟି ଥିବା ଦେଖି କିଛି ଲୋକ ତାକୁ ରାଜପଥର କଡ଼କୁ ଘୁଞ୍ଚାଇ ରଖିଥିଲେ। ଖବର ଲେଖାହେବା ସୁଦ୍ଧା ବାଇକ୍‌ଟି ସେଠାରେ ହିଁ ରହିଛି। ପୋଲିସ ଏହାର ତଦନ୍ତ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Share
Tags: Bike