ସୋମାନୀର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର, ୫।୯: ସୋମାନୀ ସେରାମିକ୍ସ ଲିମିଟେଡ଼ (ଏସସିଏଲ)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ କଟକ ତ୍ରିଶୁଳିଆ ନିକଟସ୍ଥ ବାଙ୍କି ରୋଡସ୍ଥିତ ପାଟପୁର ମୀରାମଣ୍ଡପଠାରେ ଉଦଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସସିଏଲର ସ୍ବୀକୃତିପ୍ରାପ୍ତ ଡିଲର ସତ୍ୟମ କନଷ୍ଟ୍ରକସନ ଆନୁକୂଲ୍ୟରେ ଉକ୍ତ ଆଉଟଲେଟର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ସୋମାନୀ ସେରାମିକ୍ସ ଲିମିଟେଡ଼ର ବରିଷ୍ଠ ଉପସଭାପତି ସୁଜିତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟମ କନଷ୍ଟ୍ରକସନର ସ୍ବତ୍ୱାଧିକାରୀ(ପ୍ରୋପ୍ରାଇଟର) କମଲ କୁମାର ସିକାରିଆ, କେଶବ ସିକାରିଆ,କୁମାର ମଙ୍ଗଳମ ସିକାରିଆ,ଓମପ୍ରକାଶ ସିକାରିଆ ଏବଂ ଉମେଶ ସିକାରିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ପ୍ରାୟ ୬ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଉକ୍ତ ଶୋ‘ରୁମରେ ସୋମାନୀର ବିଭିନ୍ନ ଭେରାଇଟିର ଟାଇଲ୍ସ ମହଜୁଦ ରହିଥିବା ବେଳେ ୧୫ ହଜାର ବର୍ଗଫୁଟ ପରିମିତ ଜାଗାରେ ସୋମାନୀ ମାର୍ବଲ୍ସ ଏବଂ ଗ୍ରାନାଇଟି ଆଦି ମହଜୁଦ ରହିଛି। ସେହିଭଳି ଉଦଘାଟନୀ ଉତ୍ସବରେ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଗ୍ରାହକମାନେ ସୋମାନୀର ଟାଇଲ୍ସ, ମାର୍ବଲ ଏବଂ ଗ୍ରାନାଇଟ୍‌ ଆଦି ସୁଲଭ ମୂଲ୍ୟରେ ପାଇପାରିବେ। ସେହିପରି ଗ୍ରାହକଙ୍କ ଆବଶ୍ୟକତା ସାଙ୍ଗକୁ ବଜାର ଚାହିଦା ପୂରଣ କରିବା ଏବଂ ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇବାବାକୁ ଗୁରୁତ୍ୱ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ଏସସିଏଲ ବର୍ତ୍ତମାନ ୮୦ରୁ ଅଧିକ ଦେଶରେ କାରବାର କରୁଥିବାବେଳେ ଭାରତରେ ୫୦୦ରୁ ଅଧିକ ସ୍ବତନ୍ତ୍ର ଷ୍ଟୋର ଏବଂ ୧୫ହଜାରରୁ ଅଧିକ ଡିଲର୍ସ ଏବଂ ସବଡିଲର୍ସ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?