ଘର ଭିତରେ ଜିଅନ୍ତା ଜଳିଗଲେ ଯବାନଙ୍କ ସ୍ତ୍ରୀ

କୋରାପୁଟ,୯ା୧୦: ଘର ଭିତରେ ପୋଡ଼ିଯାଇ ଜଣେ ଆଇଆର୍‌ବି ଯବାନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସହର ଉପକଣ୍ଠସ୍ଥ ଓଏମ୍‌ପିସ୍ଥିତ ଉପର ଲାଇନ୍‌ କ୍ବାର୍ଟର୍ସରେ ରହୁଥିବା ଯବାନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟି ପୋଡ଼ିଯାଇଥିବା ସୂଚନାରୁ ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡରୁ ଅଳ୍ପକେ ଶାଶୁ ଓ ପୁଅ ବର୍ତ୍ତି ଯାଇଥିବା ଜଣାପଡ଼ିଛି। କୋରାପୁଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ମୃତ ମହିଳାଙ୍କ ସ୍ବାମୀ ଆଇଆର୍‌ବିରେ କାର୍ଯ୍ୟରତ ଅଛନ୍ତି। କୋରାପୁଟ ଟାଉନ ଥାନା ଓ ସାଇଣ୍ଟିଫିକ୍‌ ଟିମ୍‌ ପକ୍ଷରୁ ତଦନ୍ତ ଜାରି ରହିଛି।

Dharitri – The Most Trusted Odia Daily of Odisha

Share