ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର

ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ ଜିଲାର ଜିଲ୍ଲାପାଳ ଭାବେ କାମ କରି ଆସିଛନ୍ତି। ଏଥିସହ ସେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥୋରଟିର ସିଇଓ ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳିଛନ୍ତି। କୁହାଯାଏ ସଫଳତା ସହଜରେ ଆସେନି ଏଥିପାଇଁ କଠିନରୁ କଠିନ କରିଶ୍ରମ କରିବାକୁ ପଡେ। ଯାହା ଦେଖିବାକୁ ମିଳିଥିଲା ପାଟିଲଙ୍କ ଭାଗ୍ୟରେ । ଆଇଏଏସ ପାଟିଲ୍‌ଙ୍କ ଜୀବନ ବହୁ ସଂଘର୍ଷ ଭିତରେ ଗତି କରିଛି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ…

कभी ब्रेड और सब्जी बेचकर घर का खर्चा चलाता था ये शख्स, बना IAS ऑफिसर

ଆଇଏଏସ ପାଟିଲ୍‌ ପଢିବା ପାଇଁ ପିଲାବେଳୁ ବହୁ କଷ୍ଟ କରିଛନ୍ତି। ଟଙ୍କା ଅଭାବରୁ ଅନ୍ୟମାନଙ୍କ ପରି ସେ କେବେ ପାଠପଢା ଛାଡି ନ ଥିଲେ। ଅତି କମ୍‌ ବୟସରୁ ନିଜ ପଢାଖର୍ଚ୍ଚ ଉଠାଇବା ପାଇଁ ଘରଘର ବୁଲି ପାଉଁରୁଟି ଓ ପରିବା ବିକ୍ରି କରୁଥିଲେ। ମହାରାଷ୍ଟ୍ରର ଖଣ୍ଡେଶ କ୍ଷେତ୍ର ସ୍ଥିତ ଏକ ଛୋଟ ଗାଁ ଜଲଗାଁରେ ଏକ ଗରିବ ପରିବାରରେ ରାଜେଶ ପାଟିଲ୍‌ ଜନ୍ମ ହୋଇଥିଲେ। ତାଙ୍କର ବାପାଙ୍କ ପାଖରେ ଖୁବ୍‌ କମ୍‌ ଜମି ଥିଲା ଯାହା ପରିବାରର ପେଟ ପୋଷିବା ପାଇଁ ସକ୍ଷମ ନ ଥିଲା। ପରିବାର ଚଳାଇବା ପାଇଁ ରାଜେଶଙ୍କ ମାଆ-ବାପା ଶ୍ରମିକ କାମ କରୁଥିଲେ। ବାପା-ମାଆଙ୍କ ଏପରି ସଂଘର୍ଷ ଦେଖି ରାଜେଶ ପିଲାଟି ବେଳରୁ ହିଁ ପାଠପଢା ସହ ସେମାନଙ୍କୁ ସାହାଯ୍ୟ କରୁଥିଲେ।

कभी ब्रेड और सब्जी बेचकर घर का खर्चा चलाता था ये शख्स, बना IAS ऑफिसर

ରାଜେଶ ପାଠପଢାରେ ଏତେ ଭଲ ଛାତ୍ର ନ ଥିଲେ। କିନ୍ତୁ କିଛି କରି ଦେଖେଇବାର ଝୁଙ୍କକୁ ଟଙ୍କାର ଅଭାବ ଫରକ୍‌ ପକାଇ ପାରି ନ ଥିଲା। ୧୦ମ ପରି +୨ରେ ମଧ୍ୟ ସେ ଭଲ ନମ୍ବର ରଖିଥିଲେ। ହେଲେ ଟଙ୍କା ଅଭାବରୁ ତାଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍‌ ମିଳି ନ ଥିଲା। ପରେ ଯୁକ୍ତ ତିନି ପଢିବା ପାଇଁ କଲେଜରେ ଆଡମିଶନ ତ କରିଦେଲେ ହେଲେ ଫି ଭରିବା ପାଇଁ ତାଙ୍କ ନିକଟରେ ଟଙ୍କାଟିଏ ବି ନ ଥିଲା। ଏଥିପାଇଁ ପଢାଖର୍ଚ୍ଚ ଉଠାଇବା ପାଇଁ କ୍ଷେତରେ ଚାଷ କରିଥିଲେ। ଦିନଯାକ କ୍ଷେତରେ ପରଶ୍ରମ କରି ମଧ୍ୟ ସଂଧ୍ୟାରେ ଆସି ସେ ପାଠ ପଢୁଥିଲେ। ତାଙ୍କ ପରିଶ୍ରମର ମୂଲ୍ୟ ସେତେବେଳେ ମିଳିଥିଲା ଯେତେବେଳେ ସେ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସେସ୍‌ରେ ଚାକିରି ପାଇଥିଲେ। ପିଲାଟି ବେଳେୁ ତାଙ୍କର ଆଇଏଏସ ହେବାର ନିଶା ଥିଲା। ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସେସରେ ଚାକିରି କରି ମଧ୍ୟ ସେ ଆଇଏଏସ ପାଇଁ ପ୍ରସ୍ତୁତି କରିଥିଲେ। ପରେ ସେ ଆଇଏଏସ ମଧ୍ୟ ହୋଇଥିଲେ।

कभी ब्रेड और सब्जी बेचकर घर का खर्चा चलाता था ये शख्स, बना IAS ऑफिसर

ପିଲାବେଳେ ରାଜେଶ ନିଜ ମାଆଙ୍କୁ ‘କଲେକ୍ଟରର ମାଆ’ କହି ସମ୍ବୋଧନ କରୁଥିଲେ। ତାଙ୍କର ପିଲାଟିବେଳୁ ବିଶ୍ୱାସ ଥିଲା ଦିନେ ନା ଦିନେ ସେ ନିଜ ସ୍ବପ୍ନ ସାକାର କରିବେ। ଆଉ ଯେଉଁଦିନ ସେ କଲେକ୍ଟର ହୋଇଯାଇଥିଲେ, ଘରକୁ ଆସି ମା’ ମୁଁ କଲେକ୍ଟର ହେଲି ବୋଲି ଚିଲ୍ଲାଇ ଚିଲ୍ଲାଇ ପାଟି କରିଥିଲେ।

ଆଇଏଏସ ଟ୍ରେନିଂ ପୁରା ହେବା ପରେ ୨୦୦୬ରେ ସେ ଓଡିଶା କ୍ୟାଡର ଭାବେ ଆଠଗଡ, କୋରାପୁଟର ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ପାଇଥିଲେ। ୨୦୦୮ରେ ମହାନଦୀରେ ବଡ ବନ୍ୟା ଆସିଥିଲା। ଯେଉଁଥିରେ ସେ ବନ୍ୟା ବିପନ୍ନ ଲୋକଙ୍କୁ ରେସ୍କ୍ୟୁ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦୦୯ରେ ସେ କୋରାପୁଟ, କନ୍ଧମାଳ ଓ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ। ସେ ୮ବର୍ଷ ଧରି ଜିଲ୍ଲାପାଳ ପଦବୀରେ ଥିଲେ। ମୟୂରଭଞ୍ଜରେ ଜିଲ୍ଲାପାଳ ଥିବା ସମୟରେ ଜିଲାକୁ ପ୍ରଥମ ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ଘୋଷଣା କରିଥିଲେ। ତାଙ୍କୁ ମନରେଗା, ସୋଲାର ଶକ୍ତିରେ ପାନୀୟ ସେବା ଆରମ୍ଭ କରି ତିନି ଥର ଏକ୍ସେଲେନ୍ସ ଆଓ୍ବାର୍ଡରେ ସମ୍ମାନୀତ ହୋଇଥିଲେ। ତାଙ୍କୁ ପୁସ୍ତକ ‘ମା’ ମୁଁ କଲେକ୍ଟର ହେଲି’ ଆଜି ବି ଲୋକଙ୍କ ପସନ୍ଦର ବହି ମଧ୍ୟରୁ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri