ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର

ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ ଜିଲାର ଜିଲ୍ଲାପାଳ ଭାବେ କାମ କରି ଆସିଛନ୍ତି। ଏଥିସହ ସେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥୋରଟିର ସିଇଓ ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳିଛନ୍ତି। କୁହାଯାଏ ସଫଳତା ସହଜରେ ଆସେନି ଏଥିପାଇଁ କଠିନରୁ କଠିନ କରିଶ୍ରମ କରିବାକୁ ପଡେ। ଯାହା ଦେଖିବାକୁ ମିଳିଥିଲା ପାଟିଲଙ୍କ ଭାଗ୍ୟରେ । ଆଇଏଏସ ପାଟିଲ୍‌ଙ୍କ ଜୀବନ ବହୁ ସଂଘର୍ଷ ଭିତରେ ଗତି କରିଛି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ…

कभी ब्रेड और सब्जी बेचकर घर का खर्चा चलाता था ये शख्स, बना IAS ऑफिसर

ଆଇଏଏସ ପାଟିଲ୍‌ ପଢିବା ପାଇଁ ପିଲାବେଳୁ ବହୁ କଷ୍ଟ କରିଛନ୍ତି। ଟଙ୍କା ଅଭାବରୁ ଅନ୍ୟମାନଙ୍କ ପରି ସେ କେବେ ପାଠପଢା ଛାଡି ନ ଥିଲେ। ଅତି କମ୍‌ ବୟସରୁ ନିଜ ପଢାଖର୍ଚ୍ଚ ଉଠାଇବା ପାଇଁ ଘରଘର ବୁଲି ପାଉଁରୁଟି ଓ ପରିବା ବିକ୍ରି କରୁଥିଲେ। ମହାରାଷ୍ଟ୍ରର ଖଣ୍ଡେଶ କ୍ଷେତ୍ର ସ୍ଥିତ ଏକ ଛୋଟ ଗାଁ ଜଲଗାଁରେ ଏକ ଗରିବ ପରିବାରରେ ରାଜେଶ ପାଟିଲ୍‌ ଜନ୍ମ ହୋଇଥିଲେ। ତାଙ୍କର ବାପାଙ୍କ ପାଖରେ ଖୁବ୍‌ କମ୍‌ ଜମି ଥିଲା ଯାହା ପରିବାରର ପେଟ ପୋଷିବା ପାଇଁ ସକ୍ଷମ ନ ଥିଲା। ପରିବାର ଚଳାଇବା ପାଇଁ ରାଜେଶଙ୍କ ମାଆ-ବାପା ଶ୍ରମିକ କାମ କରୁଥିଲେ। ବାପା-ମାଆଙ୍କ ଏପରି ସଂଘର୍ଷ ଦେଖି ରାଜେଶ ପିଲାଟି ବେଳରୁ ହିଁ ପାଠପଢା ସହ ସେମାନଙ୍କୁ ସାହାଯ୍ୟ କରୁଥିଲେ।

कभी ब्रेड और सब्जी बेचकर घर का खर्चा चलाता था ये शख्स, बना IAS ऑफिसर

ରାଜେଶ ପାଠପଢାରେ ଏତେ ଭଲ ଛାତ୍ର ନ ଥିଲେ। କିନ୍ତୁ କିଛି କରି ଦେଖେଇବାର ଝୁଙ୍କକୁ ଟଙ୍କାର ଅଭାବ ଫରକ୍‌ ପକାଇ ପାରି ନ ଥିଲା। ୧୦ମ ପରି +୨ରେ ମଧ୍ୟ ସେ ଭଲ ନମ୍ବର ରଖିଥିଲେ। ହେଲେ ଟଙ୍କା ଅଭାବରୁ ତାଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍‌ ମିଳି ନ ଥିଲା। ପରେ ଯୁକ୍ତ ତିନି ପଢିବା ପାଇଁ କଲେଜରେ ଆଡମିଶନ ତ କରିଦେଲେ ହେଲେ ଫି ଭରିବା ପାଇଁ ତାଙ୍କ ନିକଟରେ ଟଙ୍କାଟିଏ ବି ନ ଥିଲା। ଏଥିପାଇଁ ପଢାଖର୍ଚ୍ଚ ଉଠାଇବା ପାଇଁ କ୍ଷେତରେ ଚାଷ କରିଥିଲେ। ଦିନଯାକ କ୍ଷେତରେ ପରଶ୍ରମ କରି ମଧ୍ୟ ସଂଧ୍ୟାରେ ଆସି ସେ ପାଠ ପଢୁଥିଲେ। ତାଙ୍କ ପରିଶ୍ରମର ମୂଲ୍ୟ ସେତେବେଳେ ମିଳିଥିଲା ଯେତେବେଳେ ସେ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସେସ୍‌ରେ ଚାକିରି ପାଇଥିଲେ। ପିଲାଟି ବେଳେୁ ତାଙ୍କର ଆଇଏଏସ ହେବାର ନିଶା ଥିଲା। ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସେସରେ ଚାକିରି କରି ମଧ୍ୟ ସେ ଆଇଏଏସ ପାଇଁ ପ୍ରସ୍ତୁତି କରିଥିଲେ। ପରେ ସେ ଆଇଏଏସ ମଧ୍ୟ ହୋଇଥିଲେ।

कभी ब्रेड और सब्जी बेचकर घर का खर्चा चलाता था ये शख्स, बना IAS ऑफिसर

ପିଲାବେଳେ ରାଜେଶ ନିଜ ମାଆଙ୍କୁ ‘କଲେକ୍ଟରର ମାଆ’ କହି ସମ୍ବୋଧନ କରୁଥିଲେ। ତାଙ୍କର ପିଲାଟିବେଳୁ ବିଶ୍ୱାସ ଥିଲା ଦିନେ ନା ଦିନେ ସେ ନିଜ ସ୍ବପ୍ନ ସାକାର କରିବେ। ଆଉ ଯେଉଁଦିନ ସେ କଲେକ୍ଟର ହୋଇଯାଇଥିଲେ, ଘରକୁ ଆସି ମା’ ମୁଁ କଲେକ୍ଟର ହେଲି ବୋଲି ଚିଲ୍ଲାଇ ଚିଲ୍ଲାଇ ପାଟି କରିଥିଲେ।

ଆଇଏଏସ ଟ୍ରେନିଂ ପୁରା ହେବା ପରେ ୨୦୦୬ରେ ସେ ଓଡିଶା କ୍ୟାଡର ଭାବେ ଆଠଗଡ, କୋରାପୁଟର ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ପାଇଥିଲେ। ୨୦୦୮ରେ ମହାନଦୀରେ ବଡ ବନ୍ୟା ଆସିଥିଲା। ଯେଉଁଥିରେ ସେ ବନ୍ୟା ବିପନ୍ନ ଲୋକଙ୍କୁ ରେସ୍କ୍ୟୁ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦୦୯ରେ ସେ କୋରାପୁଟ, କନ୍ଧମାଳ ଓ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ। ସେ ୮ବର୍ଷ ଧରି ଜିଲ୍ଲାପାଳ ପଦବୀରେ ଥିଲେ। ମୟୂରଭଞ୍ଜରେ ଜିଲ୍ଲାପାଳ ଥିବା ସମୟରେ ଜିଲାକୁ ପ୍ରଥମ ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ଘୋଷଣା କରିଥିଲେ। ତାଙ୍କୁ ମନରେଗା, ସୋଲାର ଶକ୍ତିରେ ପାନୀୟ ସେବା ଆରମ୍ଭ କରି ତିନି ଥର ଏକ୍ସେଲେନ୍ସ ଆଓ୍ବାର୍ଡରେ ସମ୍ମାନୀତ ହୋଇଥିଲେ। ତାଙ୍କୁ ପୁସ୍ତକ ‘ମା’ ମୁଁ କଲେକ୍ଟର ହେଲି’ ଆଜି ବି ଲୋକଙ୍କ ପସନ୍ଦର ବହି ମଧ୍ୟରୁ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri