ଚିଲିକାରେ ଚାଲିବ ସୌରଚାଳିତ ବୋଟ୍‌

ଭୁବନେଶ୍ୱର, ୧୭।୧୦(ସୁନିତ୍‌ ମିଶ୍ର):ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରିଚାଳିତ ବୋଟ୍‌। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘଦିନର ପ୍ରସ୍ତାବିତ ପଦକ୍ଷେପ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏ ସମ୍ପର୍କରେ ଶୁକ୍ରବାର ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ। ଅନେକ ପ୍ରଜାତିର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀଙ୍କ ଏକ ବାସସ୍ଥଳୀ ହେତୁ ଏହା ‘ରାମସାର ଅଧୀନ ୱେଟ୍‌ ଲ୍ୟାଣ୍ଡ ଅଫ୍‌ ଇଣ୍ଟରନ୍ୟାଶନାଲ ଇମ୍ପୋର୍ଟାନ୍ସରେ ସ୍ଥାନିତ ହୋଇଛି। ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ଦୀର୍ଘ ଯାତ୍ରାରେ ଚିଲିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ରହଣି (ଷ୍ଟପ୍‌ ଓଭର ପଏଣ୍ଟ) ଭାବେ କାର୍ଯ୍ୟ କରେ। ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରୱାଡି ଡଲଫିନ୍‌ ମାଛଙ୍କ ଘର ଭାବେ ଚିଲିକାର ସ୍ବତନ୍ତ୍ର ପରିଚୟ ରହିଛି। ଏଥିସହିତ ଚିଲିକାର ଲୁଣାପାଣି ଏକ ସମୃଦ୍ଧ ଜୈବ ବିବିଧତାକୁ ସମର୍ଥନ କରେ। ଚିଲିକାରୁ ମାଛ ଧରିବା ହଜାର ହଜାର ପରିବାରଙ୍କ ଜୀବିକାର୍ଜନର ମାଧ୍ୟମ ହୋଇଛି ଓ ସେମାନଙ୍କ ଆଞ୍ଚଳିକ ଅର୍ଥନୀତି ପ୍ରତି ଯୋଗଦାନ ରହିଛି। ବିଦେଶାଗତ ପକ୍ଷୀ, ଡଲଫିନ୍‌ ମାଛ, କାଳିଜାଈ ମନ୍ଦିର ଏବଂ ବିଭିନ୍ନ ଜଳ କ୍ରୀଡା କାର୍ଯ୍ୟକଳାପ ଯୋଗୁ ଚିଲିକା ପର୍ଯ୍ୟଟକଙ୍କ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ହୋଇପାରିଛି। ଚିଲିକାରେ ଡିଜେଲ ଚାଳିତ ମୋଟର ବୋଟ୍‌ ବ୍ୟବହାର ଦ୍ୱାରା ଏହା ବିଭିନ୍ନ ପ୍ରକାର ପ୍ରଦୂଷଣର କାରଣ ହେଉଛି। ଏହି ପ୍ରକାର ବୋଟ୍‌ରେ ବ୍ୟବହୃତ ହେଉଥିବା ତେଲ ଅଧିକାଂଶ ସମୟରେ ହ୍ରଦରେ ମିଶୁଥିବାରୁ ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଏବଂ ବୋଟ୍‌ ଶବ୍ଦରୁ ଶବ୍ଦ ପ୍ରଦୂଷଣ ହୋଇଥାଏ। ଏଥିଯୋଗୁ ଜଳ ପରିସଂସ୍ଥାରେ ଅସନ୍ତୁଳନ ଦେଖାଦେବା ସହ ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା କମୁଛି ଓ ଡଲଫିନ୍‌ ମାଛଙ୍କ ଗତିପଥ ମଧ୍ୟ ହ୍ରଦରୁ ଦୂରେଇ ଯାଉଥିବା ଆଶଙ୍କା ରହୁଛି। ସୌରଚାଳିତ ବା ବ୍ୟାଟେରି ଚାଳିତ ବୋଟ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛିକାଂଶରେ ବ୍ୟୟସାପେକ୍ଷ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍‌ ହୋଇଥାଏ। ଏହି ଅବସରରେ ଓରେଡା ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ସୌରଚାଳିତ ଓ ବ୍ୟାଟେରିଚାଳିତ ବୋଟ୍‌ ମଡେଲଗୁଡ଼ିକ ପ୍ରଦର୍ଶିତ କରାଯାଇଥିଲା। ବର୍ତ୍ତମାନ ରହିଥିବା ମାଛଧରା, ପର୍ଯ୍ୟଟକ ଡଙ୍ଗାଗୁଡ଼ିକରେ ନିର୍ମାଣ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ତାହାକୁ ସୌରଚାଳିତ ବୈଦ୍ୟୁତିକ ବୋଟରେ ପରିଣତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri