ଦାରିଙ୍ଗବାଡ଼ି,୧୮।୧(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପଲଠାରୁ ବାଲିଗୁଡା ମଧ୍ୟରେ ରାଜପଥର ୨ କଡ଼ରେ ସୋଲାର ପ୍ୟାନେଲ, ବ୍ୟାଟେରି ଥାଇ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା କରାଯଇଥିଲା।
ମୋଟ ୩୫୪ଟି ପୋଲରେ ଏହି ଆଲୋକ ବ୍ୟବସ୍ଥା କରାଯିବାର କମ୍ଦିନ ମଧ୍ୟରେ ସମସ୍ତ ଲାଇଟ ଅଚଳ ହୋଇପଡ଼ିଥିଲା। ଏହି କାର୍ଯ୍ୟ କରିଥିବା ଠିକାସଂସ୍ଥା ପକ୍ଷରୁ ରକ୍ଷଣବେକ୍ଷଣ କରାଯିବା ଅବହେଳା ଯୋଗୁ ସମସ୍ତ ଲାଇଟ ଅଚଳ ହୋଇପଡିଛି। ଏ ନେଇ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନ ଏବଂ ଜିଲା ପ୍ରଶାସନଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ
ସମସ୍ତଙ୍କୁ ଅଭିଯୋଗ ପରେ ଚାପରେ ଚାପି ହୋଇ ଠିକାସଂସ୍ଥା ପକ୍ଷରୁ ଏବେ ଅଚଳ ସୋଲାର ଲାଇଟକୁ ସଚଳ କରୁଛି।
ଏବେ ସୁଦ୍ଧା ମାତ୍ର ୧୧ଟି ଲାଇଟକୁ ମରାମତି କରି ସ୍ବାଭାବିକ କରାଯାଇଥିବା ବେଳେ ରାଜପଥ କଡ଼ରେ ଲାଗିଥିବା ଅନ୍ୟ ସୋଲାର ଆଲେକା ମରାମତି ପୂର୍ବରୁ କଣ ସବୁ ନଷ୍ଟ ହୋଇଛି, ସେଗୁଡିକ ସର୍ଭେ କରାଯାଉଛି । ଅଧିକାଂଶ ସୋଲାର ପ୍ୟାନେଲ ଓ ବ୍ୟାଟେରି ଚୋରି ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବ୍ୟାଟେରି ରହିଥିଲେ ମଧ୍ୟ ସେଠାରେ ପଡୁଥିବା ଡିଷ୍ଟିଲ ୱାଟର ସରିଯାଇଥିବା ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ମରାମତି କାର୍ଯ୍ୟ ସରିବ ବୋଲି କୁହାଯାଉଛି।
Dharitri – Odisha’s No.1 Odia Daily