ଭାଜପା ବିଜେଡିକୁ ଟାର୍ଗେଟ କଲେ ସୋଫିଆ, ଖୋଲିଦେଲେ ରାଜ୍ୟ ବିକାଶ ନ ହେବାର ବଡ଼ କାରଣ 

ଭୁବନେଶ୍ୱର,୭।୪ : କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ଭାଜପା ବିଜେଡିକୁ ଟାର୍ଗେଟ   କରିଛନ୍ତି।  ସେ କହିଛନ୍ତି, ମହିଳାଙ୍କୁ ସବୁବେଳେ ଭୋଟ ବ୍ୟାଙ୍କ ହିସାବରେ ଦେଖାଯାଉଛି। ଭୋଟ ବ୍ୟାଙ୍କ ହିସାବରେ ଦେଖୁଥିବାରୁ  ରାଜ୍ୟର ବିକାଶ ହେଉନି। ୪୦, ୫୦ବର୍ଷ ମହିଳାଙ୍କୁ କାଢ଼ି ଦେଲେ ଏବେ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷେଏମ୍‌ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍‌ ବିଲ୍‌ ଭୋଟ୍‌ ବେଳେ ଓ୍ବାକଆଉଟ୍‌କୁ ନେଇ ସିଧା ଟାର୍ଗେଟ କରିଛନ୍ତି ସୋଫିଆ।ସେ କହିଛନ୍ତି, ଓ୍ବାକଆଉଟ୍‌ ଅର୍ଥ ଦେବାଶିଷ ବାବୁ ଭାଜପାକୁ ସମର୍ଥନ କରିଛନ୍ତି। ଗୋଟିଏ ଭୋଟ୍‌ କମିଲା ଅର୍ଥ ସେମାନଙ୍କ ଓ୍ବେଟେଜ୍‌ ବଢ଼ିଲା। ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ। ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା ସେ ନିଶ୍ଚିତ ବିରୋଧ କରିଥାନ୍ତେ। ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ଓ୍ବାକ୍‌ଆଉଟ୍‌ କରିଛନ୍ତି। ସେ ଭାଜପା ସହ ୧୦୦% ଡିଲ କରିଛନ୍ତି। ୨୪ ବର୍ଷର ସ୍କାମ ଧୋଇବାକୁ ସବୁକ୍ଷେତ୍ରରେ ସମର୍ଥନ କରିଛନ୍ତି। ଯାହାଦ୍ୱାରା ସେ କଟକର ମୁସଲମାନଙ୍କ ସହ ଲୋକଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସୋଫିଆ ସିଧାସିଧା କହିଛନ୍ତି।