ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି।

ସୂଚନା ମୁତାବକ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗତ ୨୩ ତାରିଖଠାରୁ ପ୍ରଶାସନ ପକ୍ଷରୁ ଧାନ କିଣା ଶୁଭାରମ୍ଭ ହୋଇଛି। କିନ୍ତୁ ଆଜି ବାଣୀଭୁସନପୁର ସୋସାଇଟିରେ ଧାନକିଣା ଆରମ୍ଭ ହୋଇଥିଲା। ଟୋକନ ପାଇଥିବା ଚାଷୀମାନେ ଜରି ଅଖାରେ ଧାନ ଆଣିଥିଲେ। କିନ୍ତୁ ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନ ନେବାକୁ ମନା କରିଥିଲେ। ଫଳରେ ଚାଷୀମାନେ ଚାରିଛକ – କୁସଙ୍ଗ ପୂର୍ତ୍ତ ରାସ୍ତା କରଞ୍ଜ କଟାଠାରେ ଅବରୋଧ କରିଛନ୍ତି । ଏଠରେ ପ୍ରଶ୍ନ ଉଠୁଛି ପୂର୍ବରୁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ଓ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। କିନ୍ତୁ ଚାଷୀଙ୍କ ଅନୁରୋଧ ଯେହେତୁ ଧାନ ସବୁ ଜରି ଅଖାଗୁଡ଼ିକରେ ଭର୍ତ୍ତି କରାଯାଇଛି। ଏଥର ନିଆଯାଉ ବୋଲି ଦାବିରେ ଅଡ଼ି ବସିଛନ୍ତି। ତୁରନ୍ତ ଜିଲାପାଳ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି।

Dharitri – Odisha’s No.1 Trusted Odia Daily