ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ଗ୍ରାମର ସାମାଜିକ କର୍ମୀ ଶଙ୍କର୍ଷଣ ପ୍ରଧାନ (ଟୁନା) ୫୯ ବର୍ଷ ବୟସରେ ରବିବାର ରାତିରେ ହଠାତ୍ ହୃଦଘାତ ଯୋଗୁ ପରଲୋକ ଗମନ କରିଛନ୍ତି। ତାଙ୍କର ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ତାଙ୍କର ଅନ୍ତିମ ଦର୍ଶନ କରି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହାପରେ ପୁରୀରେ ଟୁନାଙ୍କ ଅନ୍ତିମ ସତ୍କାର ପାଇଁ ସୋମବାର ସକାଳେ ନିଆଯାଇଛି।
ସ୍ବର୍ଗତ ଟୁନା ପ୍ରଧାନ ଘୁମୁସର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ। ବାଉଁଶଲୁଣ୍ଡି ଗ୍ରାମ କୁର୍ମୀ କ୍ଷତ୍ରିୟ ସମାଜର ସଭାପତି ସମେତ ନଦିଆ ସଙ୍ଘ, ରାଧାକୃଷ୍ଣ ପାଠାଗାର, ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି,ବାଉଁଶଲୁଣ୍ଡି ଠାକୁରାଣୀ ଯାତ୍ରା କମିଟିର ସକ୍ରିୟ ସଭ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ। ଟୁନାଙ୍କ ବିୟୋଗରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, କୂର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ବରିଷ୍ଠ କର୍ମକର୍ତ୍ତା ବୈଦ୍ୟନାଥ ପ୍ରଧାନ, ସରୋଜ ରାଉଳ, ବିଶ୍ୱନାଥ ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
Dharitri – Odisha’s No.1 Odia Daily

