ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା

ଅଙ୍କାରା,୩୦।୯: ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ ଜୀବନ ହାରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତାଙ୍କ ଶେଷ ରୀତିନୀତି ତାଙ୍କ ହୋମ ଟାଉନରେ ଅନୁଷ୍ଠିତ ହେବ। ଟିକ ଟକ ଷ୍ଟାରଙ୍କ ମୃତ୍ୟୁ ଖବର ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ତୁର୍କୀ ଗଣମାଧ୍ୟମ ଅନୁଯାୟୀ କୁବ୍ରାଙ୍କ ମୃତଦେହ ଇସ୍ତାନବୁଲର ସୁଲତାନବେଲି ଜିଲାରୁ ମିଳିଥିଲା। ମୃତଦେହ ନିକଟରେ ପୋଲିସ ଏକ ସୁଇସାଇଟ ନୋଟ ମଧ୍ୟ ଜବତ କରିଛି। ଅଧିକାରୀମାନେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତରେ ନିୟୋଜିତ ଅଛନ୍ତି।
ଭାଇରାଲ ଭିଡିଓ ‘ଓ୍ବେଡିଂ ଓ୍ବିଦାଉଟ ଏ ଗ୍ରୁମ’ହେତୁ ୨୬ବର୍ଷୀୟ କୁବ୍ରା ଆଇକୁଟ ସୋସିଆଲ ମିଡିଆରେ ବହୁ ପରିଚିତ ହୋଇଥିଲେ। ଏହି ଭିଡିଓରେ କୁବ୍ରା ନିଜେ ନିଜକୁ ବିବାହ କରିଥିଲେ। ସେ କହିଛନ୍ତି ଯେ ସେ ଉପଯୁକ୍ତ ବର ପାଇ ନାହାଁନ୍ତି। ଏହି କାରଣରୁ ତାଙ୍କୁ ନିଜେ ବିବାହ କରିବାକୁ ପଡିଲା। ଏବେ ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ତାଙ୍କର ଶେଷ ଟିକଟକ ଭିଡିଓରେ କୁବ୍ରା ତାଙ୍କ ଆପାର୍ଟମେଣ୍ଟ ସଫା କରୁଛନ୍ତି।
ତୁର୍କୀ ଟୁଡେ ଅନୁଯାୟୀ, ଟିକ ଟକ ଷ୍ଟାର ସୁଇସାଇଟ ନୋଟରେ ଲେଖିଛନ୍ତି ଯେ ମୁଁ ଜଣେ ଭଲ ମଣିଷ ପରି ଜୀବନଯାପନରୁ କିଛି ପାଇ ନାହିଁ। ଜୀବନରେ ସ୍ବାର୍ଥପର ହୁଅ, କେବଳ ଏହା ତୁମକୁ ଖୁସି କରିବ। ମୁଁ ଅନେକ ଦିନ ଧରି ସଂଘର୍ଷ କରୁଛି। କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ। ମୁଁ ନିଜକୁ ଭଲ ପାଏ, ତେଣୁ ମୁଁ ଯାଉଛି ମୁଁ ମୋର ନିଜ ଇଚ୍ଛାରେ ଜମ୍ପ ନେଇଛି। ମୁଁ ଆଉ ବଞ୍ଚିବାକୁ ଚାହେଁ ନାହିଁ । ମୁଁ ମୋ ଜୀବନରେ ସମସ୍ତଙ୍କ ପାଇଁ ଭଲ ଥିଲି । କିନ୍ତୁ ମୁଁ ନିଜ ପାଇଁ ଭଲ ହୋଇପାରିଲି ନାହିଁ । ଫିଷ୍ଟିକ ର ଭଲ ଯତ୍ନ ନିଅ। ମୋତେ କ୍ଷମା କର।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri