ବିହାର ରାଜନୀତିରେ ସାମାଜିକ ନ୍ୟାୟ

ବିହାର ରାଜନୀତି ସର୍ବଦା ଏକ ପ୍ରମୁଖ ଚର୍ଚ୍ଚାର ବିଷୟଭାବେ ସ୍ଥାନ ପାଇ ଆସିଛି। ସାମ୍ପ୍ରତିକ ଅବସ୍ଥାରେ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଏ ଚର୍ଚ୍ଚାକୁ ବହୁଗୁଣିତ କରିଛି। ଏହି ନିର୍ବାଚନରେ ଦୁଇଟି ଅଗ୍ରଣୀ ମେଣ୍ଟ ଏନ୍‌ଡିଏ ଓ ଇଣ୍ଡିଆ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ଆକଳନ କରାଯାଉଛି। ଏନ୍‌ଡିଏ ମେଣ୍ଟର ଅନ୍ୟତମ ମୁଖ୍ୟ ଅଂଶୀଦାର ହେଉଛି ଜନତା ଦଳ ୟୁନାଇଟେଡ (ଜେଡିୟୁ)। ଏହାର ମୁଖ୍ୟ ହେଉଛନ୍ତି ନୀତିଶ କୁମାର, ଯିଏ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆର ମୁଖ୍ୟ ଅଂଶୀଦାର ହେଉଛି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି), ଯାହାର ନେତୃତ୍ୱ ନେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସୀ ଯାଦବ। ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ଓ ତାଙ୍କ ରାଜନୈତିକ ଉତ୍ତର ଦାୟାଦ। ଉଭୟ ନୀତିଶ କୁମାର ଓ ଲାଲୁପ୍ରସାଦ ଯାଦବ ଜୟପ୍ରକାଶ ଆନ୍ଦୋଳନର ଉତ୍ପତ୍ତି ଓ ସାମାଜିକ ନ୍ୟାୟର ପ୍ରବକ୍ତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କପୂର୍ର୍ରୀ ଠାକୁରଙ୍କ ବିଚାରଧାରାର ବାହକ। ଉଭୟେ ମଣ୍ଡଳ କମିଶନର ପକ୍ଷଧର ଓ ଏହି କମିଶନ ପ୍ରଦତ୍ତ ରିପୋର୍ଟ କାର୍ଯ୍ୟକାରିତାର ସମର୍ଥକ।
୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତା ଘୋଷଣା ପଛରେ ଉଭୟ ନୀତିଶ କୁମାର ଓ ଲାଲୁପ୍ରସାଦ ଯାଦବ ଦୃଢଭାବେ ଛିଡ଼ା ହୋଇଥିଲେ। ଏମାନଙ୍କ ସହିତ ଥିଲେ ରାମବିଳାସ ପାଶ୍ବାନ। ଏମାନେ ସମସ୍ତେ ଭିପି ସିଂଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଜନତା ଦଳର ସଦସ୍ୟ ଥିଲେ। ଜନତା ଦଳର ବିଘଟନ ପରେ ନୀତିଶଙ୍କ ଗୋଷ୍ଠୀ ପ୍ରଥମେ ଗଠନ କଲେ ସମତା ପାର୍ଟି ଓ ପରେ ଏହା ମିଶିଲା ଜନତା ଦଳ ୟୁନାଇଟେଡ଼ରେ। ଲାଲୁପ୍ରସାଦ ଯାଦବ ଗଠନ କଲେ ରାଷ୍ଟ୍ରୀୟ ଜନତା ଦଳ। ରାମବିଳାସ ପାଶ୍ବାନ ଗଠନ କଲେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଯାହାର ନେତୃତ୍ୱ ନେଉଛନ୍ତି ତାଙ୍କ ପୁଅ ଚିରାଗ ପାଶ୍ବାନ। ସେହିପରି ଜେଡିୟୁରୁ ଜନ୍ମ ନେଇଛି ଉପେନ୍ଦ୍ର କୁଶୱାଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍‌ଏଲ୍‌ଏମ୍‌) ଓ ଜିତେନରାମ ମାନଝୀଙ୍କ ପାର୍ଟି ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା (ହାମ୍‌)। ପଶୁପତି ପରାସଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲ୍‌ଜେପି) ମୂଳ ଲୋକ ଜନଶକ୍ତି ପାର୍ଟିରୁ ଜନ୍ମ ନେଇଛି। ଏନଡିଏ ମେଣ୍ଟରେ ଜେଡିୟୁ, ଭାଜପା, ଏଲଜେପି, ଆର୍‌ଏଲ୍‌ଏମ୍‌ ଓ ହାମ ରହିଛି। ଇଣ୍ଡିଆ ମେଣ୍ଟରେ ଆରଜେଡି, କଂଗ୍ରେସ, ବାମପନ୍ଥୀ ପାର୍ଟିଗୁଡିକ, ଭିଆଇପି, ଆରଏଲଜେପି ରହିଛି। ଏନଡିଏ ମେଣ୍ଟରେ ଆସନ ବୁଝାମଣା ପ୍ରାୟତଃ ସରିଛି। କିନ୍ତୁ ଇଣ୍ଡିଆ ମେଣ୍ଟରେ ଏହା ସ୍ପଷ୍ଟ ହୋଇନାହିଁ। ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।
ବହୁ ଚର୍ଚ୍ଚିତ ମଣ୍ଡଳ କମିଶନର ଅଧ୍ୟକ୍ଷ ଥିଲେ ବିନ୍ଦେଶ୍ବରୀ ପ୍ରସାଦ ମଣ୍ଡଳ। ତାଙ୍କରି ନାମ ଅନୁସାରେ ଏହା ମଣ୍ଡଳ କମିଶନଭାବେ ଖ୍ୟାତ। ସେ ଥିଲେ ଜଣେ ସମାଜ ସଂସ୍କାରକ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ। ୧୯୭୭ରେ ଗଠିତ ଜନତା ପାର୍ଟି ସରକାର ଏହି କମିଶନ ବସାଇଥିଲେ। ୧୯୮୦ରେ କମିଶନ ତାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା। ସେତେବେଳକୁ ଜନତା ପାର୍ଟି ସରକାର ଭାଙ୍ଗି ଯାଇଥିଲା। ୧୯୯୦ରେ ଭିପି ସିଂ ଏହି ରିପୋର୍ଟ ଅନୁଯାୟୀ ଚାକିରି କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ସୁବିଧା ଦେବା ପାଇଁ ଘୋଷଣା କଲେ। ଏହି ସମୟରେ ଉଲ୍ଲେଖିତ ସମସ୍ତ ନେତା ମଣ୍ଡଳ ରିପୋର୍ଟର କାର୍ଯ୍ୟକାରିତା ସପକ୍ଷରେ ଥିଲେ। ମଣ୍ଡଳ ପ୍ରଭାବକୁ ପ୍ରତିହତ କରିବା ପାଇଁ ଲାଲକୃଷ୍ଣ ଆଡ଼ଭାନୀ ରାମ ରଥ ଯାତ୍ରା ଆରମ୍ଭ କରିଥିଲେ। ଏହା ବିହାରରେ ପ୍ରବେଶ କରିବା ମାତ୍ରେ ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ତାଙ୍କୁ ଗିରଫ କରିଥିଲେ। ଏହାର ପ୍ରତିବାଦରେ ଭଜପା କେନ୍ଦ୍ର ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲା ଓ ଭିପି ସିଂ ସରକାର ଭାଙ୍ଗି ଯାଇଥିଲା।
୧୯୯୦ରେ ଲାଲୁପ୍ରସାଦ ଯାଦବ ମଣ୍ଡଳ କମିଶନ ରିପୋର୍ଟକୁ ବିହାରରେ କାର୍ଯ୍ୟକାରୀ କରିଥିଲେ। ଏ ଦିଗରେ ନୀତିଶ କୁମାର ଓ ରାମବିଳାସ ପାଶ୍ବାନଙ୍କ ପୂର୍ଣ୍ଣ ସହଯୋଗ ଥିଲା। ଏହା ପୂର୍ବରୁ କର୍ପୂରୀ ଠାକୁର ବିହାରର ମୁଖ୍ୟମନ୍ତ୍ରୀ ଥିବା ଅବସରରେ ୧୯୭୮ରେ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ଚାକିରିରେ ୨୬% ସଂରକ୍ଷଣ ସୁବିଧା ଦେଇଥିଲେ। ନୀତିଶ କୁମାର ନିଜ କାର୍ଯ୍ୟକାଳ ସମୟରେ ଓବିସିଙ୍କ ସଂରକ୍ଷଣ ସୀମା ବଢ଼ାଇବାକୁ ବହୁ ଚେଷ୍ଟା କରିଛନ୍ତି। ଏହା ସହିତ ଏସଟି ଓ ଏସସିଙ୍କ କୋଟା ମଧ୍ୟ ବଢ଼ାଇବା ପାଇଁ ଚେଷ୍ଟା କରିଛନ୍ତି। ସମସ୍ତ ରାଜନୈତିକ ଦଳ ଏଦିଗରେ ସହମତ ହୋଇଥିଲେ। ସୁପ୍ରିମ କୋର୍ଟଙ୍କ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଯୋଗୁ ଏହା କର୍ଯ୍ୟକାରୀ ହୋଇପାରି ନଥିଲା। ପରବର୍ତ୍ତୀ ସମୟରେ ନୀତିଶ କୁମାର ପ୍ରତ୍ୟେକ ଜାତିର ସଂଖ୍ୟା ଓ ସ୍ଥିତିଗତ ଅବସ୍ଥାର ଅନୁଧ୍ୟାନ ପାଇଁ ରାଜ୍ୟରେ ୨୦୨୩ରେ ଜାତିଗତ ଜନଗଣନା କରାଇଛନ୍ତି। ରାଜ୍ୟରେ ଓବିସିଙ୍କ ସଂଖ୍ୟା ୬୩% ବୋଲି ତଥ୍ୟ ଉପଲବ୍ଧ ହୋଇଛି। ଏହି ଜନଗଣନା ଆଧାରରେ ରାଜ୍ୟରେ ପୁଣି ସଂରକ୍ଷଣ ସୀମାକୁ ୬୫% ବୃଦ୍ଧି ପାଇଁ ବିଧେୟକ ପାରିତ ହୋଇଛି। ଏହା କାର୍ଯ୍ୟକାରୀ ହୋଇପାରି ନାହିଁ, ଯେହେତୁ ଏହା ଏବେ ପାଟନା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି।
ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ପ୍ରାୟ ସମସ୍ତ ଦଳ ସାମାଜିକ ନ୍ୟାୟ ବିଚାର ଧାରାର। ଭାଜପା ମଧ୍ୟ ଏଥିରୁ ବାଦ ନୁହେଁ। ଏହା ରାଜ୍ୟର ରାଜନୈତିକ ବାଧ୍ୟବାଧକତା। ଏହି ବିଚାରଧାରାକୁ ଛାଡି ଏଠାରେ ରାଜନୀତି କରାଯାଇ ପାରିବ ନାହିଁ। ଏନ୍‌ଡିଏ ମଧ୍ୟରେ ନୀତିଶ କୁମାର ତୁଲ୍ୟ ଚେହେରା ଆଉ କାହାର ନାହିଁ। ଅନ୍ୟପଟେ ଇଣ୍ଡିଆ ମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ହେଉଛି କଂଗ୍ରେସ। ରାହୁଲ ଗାନ୍ଧୀ ‘ଯାହାର ଯେତେ ସଂଖ୍ୟା ତାହାର ସେତେ ଭାଗ’ କଥା ଉଠାଉଛନ୍ତି। ବରଂ ଆଗକୁ ପାଦେ ଯାଇ କହୁଛନ୍ତି ଯେ ସଂରକ୍ଷଣର ଯେଉଁ ସର୍ବୋଚ୍ଚ ସୀମା ୫୦% ନିର୍ଦ୍ଧାରଣ ହୋଇଛି ତାହାର ଉଚ୍ଛେଦ ହେବା ଉଚିତ। ତାଙ୍କ ମେଣ୍ଟ କେନ୍ଦ୍ର କ୍ଷମତାକୁ ଆସିଲେ ଏହା ନିଶ୍ଚୟ କରିବ। ଆରଜେଡି, କଂଗ୍ରେସ ଓ ଅନ୍ୟ ଦଳମାନେ ସମ୍ପୂର୍ଣ୍ଣଭାବେ ସାମାଜିକ ନ୍ୟାୟ ବିଚାରଧାରା ଉପରେ ନିର୍ବାଚନ ଲଢୁଛନ୍ତି। ତେଣୁ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ କହିବା ଆରମ୍ଭ କରିଛନ୍ତି ଯେ ବିହାରରେ ନିର୍ବାଚନ ଲଢେଇ ପଛୁଆବର୍ଗ ବନାମ ପଛୁଆବର୍ଗ।
ଏହି ଦୁଇ ମେଣ୍ଟ ବ୍ୟତୀତ ଅନ୍ୟ ଏକ ରାଜନୈତିକ ଶକ୍ତି ଆଲୋଚନା ପରିସରକୁ ଆସୁଛି, ତାହା ହେଉଛି ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋରଙ୍କ ପ୍ରତିଷ୍ଠିତ ନୂଆ ଜନ ସୂରଜ ପାର୍ଟି (ଜେଏସ୍‌ପି)। ଏହା ଭ୍ରଷ୍ଟାଚାର ବିରୋଧୀ ଆଭିମୁଖ୍ୟ ନେଇ ନିର୍ବାଚନ ଲଢୁଛି। ଏହା ବାଦେ ନିର୍ବାଚନ ମଇଦାନକୁ ଅନ୍ୟ ଏକ ମେଣ୍ଟ ଆସିଛି ସାମାଜିକ ନ୍ୟାୟ ଓ ସାମଜିକ ସୁରକ୍ଷା ପ୍ରସଙ୍ଗକୁ ନେଇ, ଯେଉଁଥିରେ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି (ଏଏସ୍‌ପି), ଆଶାଉଦ୍ଦିନ ଓଏସିଙ୍କ ଏମ୍‌ଆଇଏମ୍‌ ଓ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଆପନି ଜନତା ଦଳ ରହିଛି। ଏହାର ନାମ ହେଉଛି ଗ୍ରାଣ୍ଡ ଡେମୋକ୍ରାଟିକ ଆଲାଏନ୍ସ (ଜିଡିଏ)। ଚନ୍ଦ୍ରଶେଖରଙ୍କ ଜନସଭାରେ ଭଲ ଜନସମାଗମ ଦେଖିବାକୁ ମିଳୁଛି।
ନିର୍ବାଚନ ଫଳାଫଳ କେଉଁ ମେଣ୍ଟ ସପକ୍ଷରେ ଯିବ ତାହା ଏବେ କୁହାଯାଇ ପାରିବ ନାହିଁ, ତେବେ ନିର୍ବାଚନ ପରେ ପୁଣି ଏକ ନୂତନ ମେଣ୍ଟ ଗଠନର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ। କାରଣ ବିହାର ରାଜନୀତିରେ ପଟ ପରିବର୍ତ୍ତନର ଦୃଷ୍ଟାନ୍ତ ଅନେକ ରହିଛି। ଏହା ସତ୍ତ୍ୱେ ଗୋଟିଏ କଥା ସ୍ପଷ୍ଟ ଯେ ରାଜ୍ୟରେ ଯେଉଁ ସରକାର ଆସିଲେ ମଧ୍ୟ ତାହା ସାମାଜିକ ନ୍ୟାୟ ବିଚାରଧାରାରୁ ଭିନ୍ନ ହୋଇ ପାରିବ ନାହିଁ।

ଅଧ୍ୟାପକ ଗୋପବନ୍ଧୁ
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?