ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ ବାବୁ ଯାହା ନିଷ୍ପତ୍ତି ନେବେ, ଆମେ ତାହାକୁ ମାନିବୁ।
ଅନ୍ୟପକ୍ଷେ, ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ କାଉଣ୍ଟର କଲେ ସ୍ନେହାଙ୍ଗିନୀ। କହିଛନ୍ତି, ଦଳ ଭିତରେ ଯିଏ ନାହାଁନ୍ତି ସିଏ କାହିଁକି ଆମ ଦଳ ପାଇଁ ଉଦ୍ବିଗ୍ନ। ସେ ତାଙ୍କ ଘର କଥା ବୁଝନ୍ତୁ, ତାଙ୍କୁ ଆମେ ଗୁରୁତ୍ୱ ଦେଉନାହୁଁ। ଆମ ଦଳ ସବୁବେଳେ ଏକ, ବୈଠକ ପାଇଁ ନବୀନ ବାବୁଙ୍କ ନିର୍ଦ୍ଦେଶ ରହିଛି।
Dharitri – Odisha’s No.1 Odia Daily