ଭୁବନେଶ୍ୱର,୨୦।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ ଥିବା ବେଳେ ସୋମବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିଛନ୍ତି। ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ଭାଜପା ଓ କଂଗ୍ରେସ। ଭାଜପାରୁ ଜୟ ଢୋଲକିଆ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଏହି ଆସନ ଖାଲିପଡିଥିଲା।