Posted inଖେଳ

ଫଲୋଅନ୍‌ ପରେ ବି ମ୍ୟାଚ୍‌ ଛଡ଼ାଇ ଆଣିଲା ମହିଳା ଦଳ

ବ୍ରିଷ୍ଟଲ,୧୯।୬: ଫଲୋଅନ୍‌ ପରେ ମ୍ୟାଚ୍‌ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍‌ର ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ ଶେଫାଳି ବର୍ମା। ଶେଷକୁ ମ୍ୟାଚ୍‌ ବଞ୍ଚାଇବା ଲାଗି ସ୍ନେହ ରାଣା (୮୦* ଓ ୧୩ ଚୌକା) ଓ ତାନିୟା ଭାଟିଆ (୪୪* ଓ ୬ ଚୌକା ) ଯେଉଁଭଳି ଖେଳିଲେ ତା’ର ପ୍ରଶଂସା ପାଇଁ ଶବ୍ଦ ନାହିଁ। ଦୁହେଁ ଅପରାଜିତ ୮ମ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୪ ରନ୍‌। ତା’ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁହେଁ ପ୍ରାୟ ୩୧ ଓଭର ବ୍ୟାଟିଂ କରିଥିଲେ, ଯାହାକି ଇଂଲଣ୍ଡ ବୋଲରଙ୍କୁ ନିରାଶ କରି ଦେଇଥିଲେ। ସେମାନଙ୍କ ଧୈର୍ଯ୍ୟ ଆଗରେ ଇଂଲଣ୍ଡ ଦଳ ମ୍ୟାଚ୍‌କୁ ଡ୍ର’ ଘୋଷଣା କରିବାକୁ ବାଧ୍ୟ ହୋଇଛି।

ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୬ ରନ୍‌ କରିଥିଲା। ଜବାବରେ ସ୍ମ୍ରିତି ମନ୍ଧାନା ଓ ସେଫାଳିଙ୍କ ୧୬୭ ରନ୍‌ର ଓପନିଂ ଭାଗୀଦାରି ସତ୍ତ୍ୱେ ୨୩୧ ରନ୍‌ରେ ସୀମିତ ରହିଥିଲା ଭାରତ। ଫଲୋଅନ୍‌ ଡାକରା ପାଇଥିବା ଟିମ୍‌ ଇଣ୍ଡିଆ ପାଇଁ ପୁଣି ଥରେ ଜବରଦସ୍ତ ବ୍ୟାଟିଂ କରିଥିଲେ ଶେଫାଳି। ମାତ୍ର ତାଙ୍କ ଉଇକେଟ ପଡ଼ିବା ପରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଥିଲା ଭାରତୀୟ ବ୍ୟାଟିଂ ଲାଇନଅପ୍‌। ୨୪୦ ରନ୍‌ରେ ୮ ଉଇକେଟ ହରାଇ ସାରିଥିଲା ଭାରତ। ଲାଗୁଥିଲା ଦଳ ଖୁବ୍‌ ଶୀଘ୍ର ଅଲଆଉଟ୍‌ ହୋଇଯିବ। କିନ୍ତୁ ସ୍ନେହ ଓ ତାନିୟାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆଗରେ ହାର ମାନିଥିଲା ପୂରା ଇଂଲଣ୍ଡ ଦଳ। ବାଧ୍ୟ ହୋଇ ପ୍ରାୟ ୧୨ ଓଭର ପୂର୍ବରୁ ଉଭୟ ଦଳର ସହମତିରେ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯାଇଥିଲା। ଷ୍ଟମ୍ପ୍ସ ଘୋଷଣା ବେଳକୁ ଭାରତ ୮ ଉଇକେଟ ହରାଇ ୩୪୪ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri