Categories: Video

ଖାଁ ଖାଁ ବଡଦାଣ୍ଡ

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ବଡଦାଣ୍ଡ ଖାଁ ଖାଁ ରହିଛି। କେବଳ ପୋଲିସ କର୍ମଚାରୀ ଓ ସେବାୟତ ମାନଙ୍କୁ ଛାଡି ଦେଲେ ଆଉ କାହାକୁ ଅନୁମତି ନାହିଁ। ସହରର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିଛି।