ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ଚିହ୍ନଟ କରାଯାଇ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟକୁ ତାଲିକା ପଠାଯାଇଥିଲା। ମାତ୍ର ମରାମତି ପାଇଁ ଦିଆଯାଇଥିବା ତାଲିକାରେ ଅନିୟମିତତା ହୋଇଛି। ତାଲିକାରେ ବାତ୍ୟା ବିପର୍ଯ୍ୟସ୍ତ ରାସ୍ତାକୁ ବାଦ ଦିଆଯାଇଥିବା ବେଳେ ରାସ୍ତା ନ ଥିବା ସ୍ଥାନକୁ ଦର୍ଶାଯାଇଛି। ସେହିପରି ଅମ୍ଫନରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ମରାମତି ପାଇଁ ନିର୍ଦ୍ଦେଶ ଥିବାବେଳେ ଅନେକ ତାଲିକାରେ ସ୍ଥାନ ପାଇନାହିଁ। ବ୍ଲକ କାର୍ଯ୍ୟାଳୟ ସୂଚନା ଅନୁସାରେ, ବିଭିନ୍ନ ପଞ୍ଚାୟତର ୧୦୬ ପ୍ରକଳ୍ପ ତାଲିକାରେ ସ୍ଥାନ ପାଇଛି। ସେଥିରୁ ୧୧ ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ଥିବାବେଳେ ୯୫ ରାସ୍ତା ରହିଛି। ଏସବୁ ପ୍ରକଳ୍ପର ମରାମତି ପାଇଁ ୧ କୋଟି ୬୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ବାତ୍ୟାରେ କ୍ଷତିଗ୍ରସ୍ତ ବହୁ ପ୍ରକଳ୍ପ ସ୍ଥାନ ପାଇ ନାହିଁ।
ନାଉଗାଁ ବ୍ଲକ ଡେରିକି ପଞ୍ଚାୟତ ଗଙ୍ଗଦାହାଟ-ତିରୁଣା ଗ୍ରାମରାସ୍ତା ଓ ଡେରିକି ପଞ୍ଚାୟତର ପାଇକସାହିରୁ ମଝିପଡା ଦେଇ ବାଲିଗଁାକୁ ସଂଯୋଗ କରୁଥିବା ଗ୍ରାମ ରାସ୍ତା ଅମ୍ଫନ ବାତ୍ୟାରେ ଶୋଚନୀୟ ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାକୁ ଅମ୍ଫନ ଯୋଜନାରେ ସାମିଲ କରାଯାଇ ମରାମତି କରାଯିବ ବୋଲି ସୂଚନା ଦିଆଯାଇଥିଲା। ମାତ୍ର ପ୍ରକଳ୍ପ ମଞ୍ଜୁରୀ ତାଲିକାରେ ଏହି ରାସ୍ତା ନ ଥିବା ଜଣାପଡିଛି। ଅପରପକ୍ଷେ ଅମ୍ଫନରେ ମରାମତି ପାଇଁ ମଞ୍ଜୁରୀ ହୋଇଥିବା ବହୁ ରାସ୍ତା ପୂର୍ବରୁ ନ ଥିବା ଜଣାପଡ଼ିଛି। ମାତ୍ର ଏଠାରେ ପୂର୍ବରୁ ରାସ୍ତାଥିବା ଦର୍ଶାଯାଇ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ କରାଯାଇଛି। ଏହାର ଉଦାହରଣ ଡେରିକି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ପାଇକସାହି କଂକ୍ରିଟ ରୋଡଠାରୁ ତ୍ରିଲୋଚନ ପାଳଙ୍କ ଘର ପର୍ଯ୍ୟନ୍ତ ସରକାରୀ ରାସ୍ତା ନ ଥିବା ବେଳେ ଏହାକୁ ତାଲିକାରେ ଉଲ୍ଲେଖ କରାଯାଇଛି। କେବଳ ଏହି ପ୍ରକଳ୍ପ ନୁହେଁ ବ୍ଲକର ୧୬ଟି ପଞ୍ଚାୟତରେ ପ୍ରଦାନ କରାଯାଇଥିବା ତାଲିକାରେ ତାଳ ମେଳ ରହୁ ନଥିବା ଜଣାପଡ଼ିଛି। ଏହି ତାଲିକା ପ୍ରସ୍ତୁତ ପାଇଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଅନିୟମିତତା ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ କୈଳାସ ବେହେରାଙ୍କୁ ପଚରାଯିବାରୁ ପ୍ରକଳ୍ପଗୁଡିକ ଠିକ୍‌ ରହିଛି। ଏଥିରେ କୌଣସି ତ୍ରୁଟି ନାହିଁ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ତୁରନ୍ତ ଏହି ତାଲିକାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

କ୍ୟାବିନେଟରେ ମଞ୍ଜୁରୀ ପାଇଥିବା ବିକଶିତ ଭାରତ ଶିକ୍ଷା ଅଧୀକ୍ଷଣ ବିଲ୍ କଣ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଉଚ୍ଚଶିକ୍ଷାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର କ୍ୟାବିନେଟ୍ ଏକ ଐତିହାସିକ ବିଲ୍ ମଞ୍ଜୁର କରିଛି ଯାହା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ...

ପାକିସ୍ତାନ ୟୁନିଭରସିଟିରେ ଏଣିକି ପଢାଯିବ ମହାଭାରତ ଓ ଗୀତା, ବଡ଼ ନିଷ୍ପତ୍ତି ନେଲେ…

ଇସଲାମବାଦ,୧୩।୧୨: ବିଭାଜନ ପରେ ପ୍ରଥମ ଥର ପାଇଁ, ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାଷା ସଂସ୍କୃତର ଆନୁଷ୍ଠାନିକ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଲାହୋର...

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

ଜୟଶ୍ରୀ- ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣଦାବି ଜୋର ଧରିଲା, ପ୍ରଶାସନ ନ ଶୁଣିଲେ…

ଗଞ୍ଜାମ,୧୩।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ରାଜପଥ ଜୟଶ୍ରୀ ଛକ ଏବଂ ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣ ଦାବି...

ଆମେରିକାରେ ଅଶାନ୍ତି! ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଅଦାଲତରେ ୨୦ ରାଜ୍ୟ

ନୂଆଦିଲ୍ଲୀ,୧୩।୧୨: ଟ୍ରମ୍ପ ପ୍ରଶାସନର ନୂତନ H-1B ଭିସା ଆବେଦନ ଉପରେ ୧୦୦,୦୦୦ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆମେରିକାର ୨୦ଟି ରାଜ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri