Posted inଜାତୀୟ

ପରାଜୟ ପରେ ସ୍ମୃତି ଇରାନୀଙ୍କ କମ୍‌ବ୍ୟାକ୍‌, ମୋଦିଙ୍କ ଟିମ୍‌ରେ ପୁଣି ହେଲେ ସାମିଲ୍‌

ନୂଆଦିଲ୍ଲୀ,୧୫।୧: ୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ ତାଙ୍କୁ କେବଳ ଏକ ସାକ୍ଷାତକାରରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ସେ ମୋଦିଙ୍କ ଟିମ୍‌ରେ ଯୋଗ ଦେଇଛନ୍ତି। ଏଥର ତାଙ୍କର ଭୂମିକା ପୂର୍ବ ଅପେକ୍ଷା ଭିନ୍ନ ରହିଛି।
ମୋଦି ତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଏଥର ମନ୍ତ୍ରୀ ଭାବରେ ନୁହେଁ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାର (PMML)ର କାର୍ଯ୍ୟର୍ନିବାହୀ ପରିଷଦରେ ସ୍ମୃତି ଇରାନୀଙ୍କୁ ସ୍ଥାନ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ପ୍ରଥମ ୧୦ବର୍ଷ ମଧ୍ୟରେ ସେ ଶିକ୍ଷା ଏବଂ ବୟନଶିଳ୍ପ ମନ୍ତ୍ରୀ ଥିଲେ। ସରକାର ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର କାର୍ଯ୍ୟର୍ନିବାହୀ ପରିଷଦକୁ ସେ ପୁନର୍ଗଠିତ କରିଛନ୍ତି।

ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ଅଧ୍ୟକ୍ଷ ଭାବରେ ଅତିରିକ୍ତ ପାଞ୍ଚ ବର୍ଷ କାର୍ଯ୍ୟକାଳ ଦିଆଯାଇଛି। ନୂତନ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅବସରପ୍ରାପ୍ତ ସେନା ଜେନେରାଲ ସୟଦ ଆତା ହସନେନ, ପୂର୍ବତନ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର ଏବଂ ଚଳଚ୍ଚିତ୍ର ର୍ନିମାତା ଶେଖର କପୁର ସାମିଲ ଅଛନ୍ତି। ସମାଜ ଏବଂ ପରିଷଦରେ ମନୋନୀତ ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ପାଞ୍ଚ ବର୍ଷ। ନିୟମ ଅନୁଯାୟୀ, ଜଣେ ସଦସ୍ୟ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିପାରିବେ। ପୂର୍ବ କାର୍ଯ୍ୟର୍ନିବାହୀ ପରିଷଦର କାର୍ଯ୍ୟକାଳ ସୋମବାର ଶେଷ ହୋଇଥିଲା।

ଏହି ତାଲିକାରେ ସ୍ମୃତି ଇରାନୀଙ୍କ ନାମ ଗୁରୁତ୍ୱପୂର୍ଣ୍ଣ କାରଣ ଲୋକ ସଭା ର୍ନିବାଚନରେ ପରାଜୟ ପରେ ସେ ଲୋକଲୋଚନରୁ ଉଭାନ ହୋଇଯାଇଥିଲେ। ଏହି ପରିଷଦର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ମୋଦି ନେଉଛନ୍ତି। ସେ ପରିଷଦର ଅଧ୍ୟକ୍ଷ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଉପାଧ୍ୟକ୍ଷ। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର ସଦସ୍ୟ ସଂଖ୍ୟା ୨୯ ଥିଲା। ଏବେ ଏହାକୁ ୩୪କୁ ବୃଦ୍ଧି କରାଯାଇଛି। ପିଏମଏମଏଲ ପୂର୍ବରୁ ନେହେରୁ ସ୍ମାରକୀ ସଂଗ୍ରହାଳୟ ଏବଂ ପାଠାଗାର ଭାବରେ ଜଣାଶୁଣା ଥିଲା। ଏହାର ଲକ୍ଷ୍ୟ ହେଉଛି ଭାରତର ସ୍ବାଧୀନତା ସଂଗ୍ରାମ ଏବଂ ଏହାର ପୁନଃର୍ନିମାଣ ସହିତ ଜଡିତ ଜିନିଷଗୁଡ଼ିକୁ ସଂରକ୍ଷଣ କରିବା।

ସ୍ମୃତି ଇରାନୀଙ୍କୁ ସାମ୍ପ୍ରତିକ ସମୟରେ ଦିଲ୍ଲୀ ର୍ନିବାଚନ ୨୦୨୫ସମୟରେ ଦଳର କାର୍ଯ୍ୟକଳାପରେ କିଛିଟା ସକ୍ରିୟ ଦେଖାଯାଇଥିଲା। ସେ ଅନେକ ଥର ଭାଜପା ମୁଖ୍ୟାଳୟରୁ ଆମ ଆଦମୀ ପାର୍ଟି ବିରୋଧରେ ମୋର୍ଚ୍ଚା ଖୋଲିଥିଲେ। ସ୍ମୃତି ଇରାନୀ ୨୦୧୯ରେ ଆମେଥି ଆସନରୁ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି ଲୋକ ସଭା ସଦସ୍ୟ ହୋଇଥିଲେ। ଏହା ପୂର୍ବରୁ ସେ ରାଜ୍ୟ ସଭାର ସଦସ୍ୟ ଥିଲେ। ହେଲେ ୨୦୨୪ ଲୋକ ସଭା ନିର୍ବାଚନରେ ସେ ରାହୁଲଙ୍କ ଠାରୁ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?