Posted inଜାତୀୟ

ପାର୍ଲାମେଣ୍ଟରେ ସ୍ମୋକ୍‌ ବମ୍‌ ପକାଇବା ଘଟଣା: ପୋଲିସ ହାତରେ ଲାଗିଲା ନୂଆ ସୁରାକ

ନୂଆଦିଲ୍ଲୀ,୧୭ା୧୨: ଦିଲ୍ଲୀ ସମେତ ସମଗ୍ର ଦେଶରେ ବୁଧବାର ହଇଚଇ ସୃଷ୍ଟି ହୋଇଥିଲା। ଯେତେବେଳେ ଦୁଇଜଣ ଲୋକ ପାର୍ଲାମେଣ୍ଟରେ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ। ପ୍ରକୃତରେ ଦୁଇଜଣ ଲୋକ ଦର୍ଶକ ଗ୍ୟାଲେରିରୁ ପାର୍ଲାମେଣ୍ଟ ହଲ୍‌କୁ ଡେଇଁ ହଳଦିଆ ରଙ୍ଗର କିଛି ସ୍ପ୍ରେ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ସହିତ ଜଡିଡ଼ କଥା କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇଜଣ ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଞ୍ଜନ ପାର୍ଲାମେଣ୍ଟର ଦଶର୍କ ଗ୍ୟାଲେରିରେ ପ୍ରଥମ ଧାଡ଼ିରେ ବସିଥିଲେ। ଯାହାଫଳରେ ସେମାନେ ପ୍ଲାନିଂର ଏକ ଅଂଶ ଭାବରେ ପାର୍ଲାମେଣ୍ଟ ଗୃହର ହଲକୁ ଡେଇଁଥିଲେ। ଉଭୟ ଜାଣିଥିଲେ ଯେ, ଯଦି ଦର୍ଶକମାନେ ଗ୍ୟାଲେରିର ପଛ ଧାଡିରେ ବସିଥା’ନ୍ତି, ତେବେ ହଲ ଭିତରକୁ ଡେଇଁବା ସମ୍ଭବ ନୁହେଁ। ଏହି ଯୋଜନାର ମୁଖ୍ୟ ଥିଲେ ମନୋରଞ୍ଜନ। କାରଣ ସେ ଥରେ ବିଧାନସଭା ଅଧିବେଶନ ସମୟରେ ପାର୍ଲାମେଣ୍ଟ ଗୃହର ପରିଦର୍ଶକ ଗ୍ୟାଲେରିରେ ପ୍ରଥମ ଧାଡ଼ିରେ ବସିଥିଲେ।

ତେଣୁ ଅଭିଯୁକ୍ତମାନେ ଜାଣିଥିଲେ ଯେ, ଯାଞ୍ଚ ପାଇଁ ସେମାନଙ୍କୁ ପାର୍ଲାମେଣ୍ଟ ଗୃହରେ ଠିକ୍‌ ସମୟରେ ପହଞ୍ଚିବାକୁ ପଡ଼ିବ। ଯାହା ଦ୍ୱାରା ସେମାନେ ଲାଇନ୍‌ଠାରୁ ଆଗରେ ରହି ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିପାରିବେ ଏବଂ ତା’ପରେ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରିବେ। ସୂଚନାନୁସାରେ, ମହେଶ କୁମାଓ୍ବତ ଦିଲ୍ଲୀଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ଥିବା ନାଗପୁରର କୁଚମାନ ସହର ନିକଟ ତ୍ରିଶଙ୍ଗୟା ଗ୍ରାମରେ ଥିବା ଏକ ହୋଟେଲରେ ପାର୍ଲାମେଣ୍ଟ ଦୁର୍ନୀତିର ମାଷ୍ଟରମାଇଣ୍ଡ ଲଲିତ ଝା’ଙ୍କୁ ଏକ ହୋଟେଲରେ ରଖିଥିଲେ।

ଏହା ପରେ ୧୩ ଡିସେମ୍ବର ରାତିରେ ଲଲିତ ଏବଂ ମହେଶ ଏକତ୍ର ୪ଟି ଫୋନ ଜାଳିଦେବା ବାହାନାରେ ନିଆଁ ଲଗାଇ ଦେଇଥିଲେ। ଉଭୟେ ଏହି ପ୍ରମାଣକୁ ନଷ୍ଟ କରିଦେଲେ। ଯାହା ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ମାମଲାରେ ସବୁଠାରୁ ବଡ଼ ପ୍ରମାଣ ଥିଲା। ଏହା ଆଜି ଅର୍ଥାତ୍‌ ୧୭ ଡିସେମ୍ବରରେ ଜଣାପଡ଼ିଛି ଯେ, ଯେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ରାଜସ୍ଥାନର ନାଗପୁରରୁ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ ଉଦ୍ଧାର କରିଛି। ତେବେ ଜଳିଯାଇଥିବା ଅବସ୍ଥାରେ ମୋବାଇଲ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri