Posted inଖେଳ

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ସମ୍ମାନ ରଖିଲା

ଲଣ୍ଡନ, ୨୯।୭: ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଷ୍ଟିଭେନ୍‌ ସ୍ମିଥଙ୍କ ଅର୍ଦ୍ଧଶତକ ଅଷ୍ଟ୍ରେଲିଆର ସମ୍ମାନ ରଖିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୩ ରନ କରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ଦିବସରେ ରିପୋର୍ଟ ପ୍ରସ୍ତୁତ ବେଳକୁ ଅଷ୍ଟ୍ରେଲିଆ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଛି। ସ୍ମିଥ ୭୧ ରନକରି ଆଉଟ ହୋଇଥିବାବେଳେ ଅଧିନାୟକ ପ୍ୟାଟ୍‌ କୁମିନ୍ସ ୨୨ ରନରେ ଅପରାଜିତ ରହିଛନ୍ତି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୬୧/୧ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସରେ ଚା’ ବିରତି ପୂର୍ବରୁ ୧୮୫ ରନ ମଧ୍ୟରେ ୭ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ମାର୍ନସ ଲାବୁସେନ ୯, ଉସମାନ ଖ୍ବାଜା ୪୭, ଟ୍ରାଭିସ ହେହ୍‌ ୪, ମିଚେଲ ମାର୍ଶ ୧୬, ଆଲକ୍ସ କାରେ ୧୦ ଓ ମିଚେଲ ଷ୍ଟାର୍କ ୭ ରନକରି ଆଉଟ ହୋଇଥିଲେ। ତେବେ ମିଡିଲ ଅର୍ଡରରେ ସ୍ମିଥ ଏବଂ ଲୋୟର ଅର୍ଡରରେ କୁମିନ୍ସ ସତର୍କତାର ସହ ବ୍ୟାଟିଂ କରିବାରୁ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ସ୍ମିଥ ଓ କୁମିନ୍ସ ୮ମ ଉଇକେଟରେ ୧୦୩ ବଲ୍‌ରୁ ମୂଲ୍ୟବାନ ୫୪ ରନର ଭାଗୀଦାରି ଗଢ଼ିଥିଲେ। ୯୦ତମ ଓଭରର ଶେଷ ବଲ୍‌ରେ ଉଇକେଟ କିପର ଜନି ବେୟାରଷ୍ଟୋଙ୍କ ହାତରେ ସ୍ମିଥଙ୍କୁ କ୍ୟାଚ କରାଇ କ୍ରିସ୍‌ ଓ୍ବକ୍ସ ଇଂଲଣ୍ଡକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୮୩। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ (ଅସମାପ୍ତ): ୨୩୯/୮ (ଷ୍ଟିଭ୍‌ ସ୍ମିଥ-୭୧, ଉସମାନ ଖ୍ବାଜା-୪୭, ପ୍ୟାଟ୍‌ କୁମିନ୍ସ-୨୨, ଷ୍ଟୁଆର୍ଟ ବ୍ରଡ୍‌-୨/୪୯, ମାର୍କ ଉଡ୍‌-୨/୪୦, କ୍ରିସ୍‌ ଓ୍ବକ୍ସ-୨/୪୦, ଜେମ୍ସ ଆଣ୍ଡରସନ-୧/୫୫, ଜୋ ରୁଟ୍‌-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri