Posted inଖେଳ

ସ୍ମିଥ୍‌, ଡିଭିଲର୍ସଙ୍କୁ ବୋଲିଂ କରିବା ବଡ଼ ଚ୍ୟାଲେଞ୍ଜ: କୁଲଦୀପ୍‌

ନୂଆଦିଲ୍ଲୀ,୩।୭(ପି.ଟି): ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବ କହିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପାଖରେ ଏକ ସ୍ବତନ୍ତ୍ର କଳା ରହିଛି। ସ୍ମିଥ୍‌ ବ୍ୟାକ୍‌ ଫୁଟ୍‌ରେ ଓ ଲେଟ୍‌ରେ ଶଟ୍‌ ଖେଳିଥାନ୍ତି। ତେଣୁ ତାଙ୍କୁ ବୋଲିଂ କରିବାକୁ କଷ୍ଟକର ହୋଇଥାଏ ବୋଲି ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋର କ୍ରିକେଟବାଜି ଏପିସୋଡ୍‌ରେ ଦୀପ୍‌ଦାସ ଗୁପ୍ତାଙ୍କୁ କହିଛନ୍ତି।
ଦିନିକିଆ ଫର୍ମାଟ୍‌ରେ ଡିଭିଲର୍ସ ଜଣେ ଉଚ୍ଚକୋଟୀର ଖେଳାଳି। ତାଙ୍କର ଷ୍ଟାଇଲ୍‌ ସ୍ବତନ୍ତ୍ର। ଏବେ ସେ ଅବସର ଗ୍ରହଣ କରିଛନ୍ତି। ଏହା ନିଶ୍ଚିତ ଭାବେ ଆମ ପାଇଁ ଭଲ। ଡିଭିଲର୍ସଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ସେତେଟା କଷ୍ଟକର ନୁହଁ ବୋଲି ସେ କହିଛନ୍ତି। ଗତ ବର୍ଷ ଖରାପ୍‌ ଫର୍ମ ଦେଇ ଗତି କରୁଥିବା କଥାକୁ ସେ ସ୍ବୀକାର କରିଛନ୍ତି। କେତୋଟି କୌଶଳର ଅଭାବ କାରଣରୁ ଗତବର୍ଷ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲି। ଗତବର୍ଷ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ପାରି ନ ଥିଲି। ବିଶ୍ୱକପ୍‌ ପୂର୍ବରୁ ଭଲ ପ୍ରସ୍ତୁତି କରିଥିଲି। ଉଇକେଟ ହାସଲ କରି ନ ଥିଲେ ମଧ୍ୟ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଥିଲା ବୋଲି ସେ କହିଛନ୍ତି। ଏହାପରେ ଦଳରୁ ସାମିଲ ହେବା ସହ ଏକାଧିକ ବାର ବାଦ୍‌ ମଧ୍ୟ ପଡିଥିଲି। ସାଥୀ ରିଷ୍ଟ ସ୍ପିନର ୟୂଜବେନ୍ଦ୍ର ଚହଲଙ୍କ ସହ ମୋର ଯୋଡି ବେଶ୍‌ ଭଲ ରହିଆସିଛି। ପଡିଆ ଭିତରେ ଓ ବାହାରେ ତାଙ୍କର ଉପଦେଶ ଓ ସମର୍ଥନ ବେଶ୍‌ କାମରେ ଆସେ। ମିଡଲ ଓଭରରେ ଆମେ ୩ରୁ ୪ ଉଇକେଟ ହାସଲ କରିଥାଉ। ଷ୍ଟମ୍ପ ପଛରେ ରହି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆମକୁ ମୂଲ୍ୟବାନ ଟିପ୍ସ ଦେଇଥାନ୍ତି। ଧୋନୀ ମଧ୍ୟ ଆବଶ୍ୟକତା ଅନୁଯାୟୀ ଫିଲ୍ଡ ସଜାଇଥାନ୍ତି। ପୂରା ଆତ୍ମବିଶ୍ୱାସ ସହ ବୋଲିଂ କରିବାରେ ସେ ବହୁତ ସାହାଯ୍ୟ କରିଆସିଛନ୍ତି ବୋଲି କୁଲପୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?