ଛାତ୍ରୀଛାତ୍ରଙ୍କ ପାଇଁ ସ୍ମାର୍ଟ କ୍ଲାସ୍‌ ରୁମ୍‌ ଅଲୋଡ଼ା

କାଏମା,୨୦।୯( ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ଲାଲବାହାଦୁର ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ଆସୁନି ନବମ ଓ ଦଶମ ଶ୍ରେଣୀର ସ୍ମାର୍ଟ କ୍ଲାସ ରୁମ୍‌। ଏହି ସ୍କୁଲ ୧୯୬୮ରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉକ୍ତ ସ୍କୁଲରେ ପାଠ ପଢ଼ୁଛନ୍ତି । ଓଡ଼ିଶା ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାରେ ଏହି ସ୍କୁଲକୁ ରୂପାନ୍ତୀରଣ କରାଯାଇଛି। ଯୋଜନା ଅନୁସାରେ ସ୍କୁଲରେ ନିର୍ମିତ ହୋଇଛି ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ସାଇନ୍ସ ଲାବ୍‌, କମ୍ପ୍ୟୁଟର୍‌ ଲାବ୍‌ ଓ ଅତ୍ୟାଧୁନିକ ଶୌଚାଳୟ । ସ୍ମାର୍ଟ କ୍ଲାସ୍‌ରେ ଛାତ୍ରୀଛାତ୍ର ବ୍ଲାକବୋର୍ଡ ବଦଳରେ ଅଡିଓ-ଭିଡିଓ ମାଧ୍ୟମରେ ପାଠ ପଢ଼ିବେ। ଇଣ୍ଟରନେଟ୍‌ ସହ ଜଡ଼ିତ ହୋଇ ନୂଆ ଟେକ୍ନୋଲୋଜିକୁ ଆପଣେଇବେ। ସ୍କୁଲରେ ଏଭଳି ବ୍ୟବସ୍ଥା ଯାହା ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତରେ ଅନେକ ସାହାଯ୍ୟ କରିବ। କିନ୍ତୁ ଏହି ସ୍କୁଲରେ ଥିବା ସ୍ମାର୍ଟ କ୍ଲାସ ରୁମ୍‌ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ାରେ ଲାଗୁନି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମିତ କ୍ଲାସ ରୁମ୍‌ ବର୍ତ୍ତମାନ ବନ୍ଦହୋଇ ପଡ଼ି ରହିଛି। କାରଣ ଏହି କ୍ଲାସ ରୁମ୍‌ ଛୋଟ । ୫୦ ସିଟ୍‌ ପଡ଼ିବା ପାଇଁ ବ୍ୟବସ୍ଥା ଅଛି। କିନ୍ତୁ ନବମ ଶ୍ରେଣୀରେ ୮୯ ଓ ଦଶମ ଶ୍ରେଣୀରେ ୧୧୫ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି । ଏଥିପାଇଁ ପିଲାଙ୍କ ସ୍ମାଟ୍‌ କ୍ଲାସ୍‌ ରୁମ୍‌ରେ ପଢ଼ିବା ସ୍ବପ୍ନ, ସ୍ବପ୍ନରେ ରହିଯାଇଛି । କେତେଜଣ ପିଲା କହିଛନ୍ତି, ଯେଉଁଦିନ ଅଳ୍ପ ପିଲା ସ୍କୁଲକୁ ଆସିଥାଆନ୍ତି, ସେଦିନ ସେହି ରୁମ୍‌ ଖୋଲାଯାଇ ପାଠ ପଢ଼ାଯାଇଥାଏ । ଅନ୍ୟପକ୍ଷେ ସେହି ରୁମ୍‌ରେ ସ୍ମାର୍ଟ ବ୍ଲାକ୍‌ବୋର୍ଡ ଅଛି। କିନ୍ତୁ ଅଡିଓ-ଭିଡିଓ ଦେଖିବା ପାଇଁ ପ୍ରୋଜେକ୍ଟରର ବ୍ୟବସ୍ଥା ହୋଇନାହିଁ। ଘର କାମ ସରିବାର ବର୍ଷେ ନ ପୂରୁଣୁ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ବର୍ଷା ପାଣି କାନ୍ଥରେ ଭେଦୁଥିବାରୁ ରଙ୍ଗ ଛାଡ଼ିବା ଆରମ୍ଭ ହୋଇଛି ।
ଏ ସଂକ୍ରାନ୍ତରେ ସ୍ବାଭିମାନ ମଞ୍ଚ ପକ୍ଷରୁ ବିଦ୍ୟାଳୟର ଉନ୍ନତୀକରଣ ଓ ନିମ୍ନମାନର କାମକୁ ନେଇ ଅଭିଯୋଗ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ରାଜଶ୍ରୀ ପଣ୍ଡା ଓ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ପରିଡ଼ା କହିଛନ୍ତି, ୫-ଟି କାମ ବିଷୟରେ ଆମେ ଅବଗତ ନ ଥିଲୁ । କାମ ଚାଲୁ ଥିବା ସମୟରେ ଶ୍ରେଣୀଗୃହଗୁଡ଼ିକ ଛୋଟ ଲାଗୁଛି, ସବୁ ପିଲା ବସି ପାଠ ପଢ଼ିପାରିବେ ନାହିଁ ବୋଲି କହିଥିଲୁ । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା ବୋଲି ଉଭୟ କହିଛନ୍ତି। ଉକ୍ତ ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ୩ ଲକ୍ଷ ଟଙ୍କା ଓ ଖେଳ ଉପକରଣ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଫଳକ ଲଗାଯାଇଛି । ସ୍କୁଲ ରୂପାନ୍ତୀକରଣ ନାମରେ ଠିକାଦାର ଓ ଦାୟିତ୍ୱରେ ଥିବା ଅଧିକାରୀ ମିଳିମିଶି ଦୁର୍ନୀତି କରିଛନ୍ତି ବୋଲି ସ୍ବାଭିମାନ ମଞ୍ଚ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri