ବନ୍ଦେ ଭାରତ ଟ୍ରେନ୍‌ରେ ଉପଲବ୍ଧ ହେବ ସ୍ଲିପର୍‌ କୋଚ୍‌ ସୁବିଧା! ସରକାର କରୁଛନ୍ତି ପ୍ରସ୍ତୁତି…

ନୂଆଦିଲ୍ଲୀ,୨୦।୧: ଦେଶରେ ଏବେ ୮ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ କରୁଛି। ୧୫ ଅଗଷ୍ଟ, ୨୦୨୩ ସୁଦ୍ଧା ଦେଶରେ ୭୫ ଟି ଟ୍ରେନ୍‌ ଚଳାଚଳ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହାକୁ ନେଇ ଆସନ୍ତା ଫେବୃୟାରୀ ପହିଲାରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ବିଶେଷକରି ଟ୍ରେନ୍‌ ସ୍ଲିପର୍‌ ଭର୍ସନ ବିଷୟରେ ମଧ୍ୟ ଯୋଜନା କରାଯାଉଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଅଧିକାରୀମାନେ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର ସଂସ୍କରଣ ଆରମ୍ଭରୁ ଖବର ଶିରୋନାମାରେ ରହିଛି। ଏହା ଯାତ୍ରୀମାନଙ୍କୁ ଆକର୍ଷିତ କରୁଛି। ଏଥିଯୋଗୁ ସ୍ଲିପର ସୁବିଧା ଥିବା ଏକ୍ସପ୍ରେସ ଟ୍ରେନ୍‌କୁ ୨୨୦ କିମି ପ୍ରତି ଘଣ୍ଟା ବେଗରେ ଯାତ୍ରା କରିବା ଲାଗି ଡିଜାଇନ୍‌ କରାଯିବ।

ରେଳ ବିଭାଗ ୪୦୦ ବନ୍ଦେ ଭାରତ ଟ୍ରେନ୍‌ ଲାଗି ଟେଣ୍ଡର ଜାରି କରିଛି। ଏହି କାର୍ଯ୍ୟକୁ ଚଳିତ ମାସ ଶେଷ ସୁଦ୍ଧା ଅନୁମୋଦନ ହେବ। ଏହିପରି ଟ୍ରେନ୍‌ର ପ୍ରଥମ ବ୍ୟାଚ୍‌ ସ୍ବଦେଶୀ ନିର୍ମିତ ଟ୍ରେନ୍‌ର ସ୍ଲିପର୍‌ ସଂସ୍କରଣ ହୋଇପାରେ। ତେବେ ୪ଟି ଅଗ୍ରଣୀ ଘରୋଇ ଏବଂ ବିଦେଶୀ କମ୍ପାନୀ ଟ୍ରେନ୍‌ ଉତ୍ପାଦନ ଲାଗି ଆଗେଇ ଆସିଥିବା ପିଟିଆଇ ରିପୋର୍ଟ କରିଛି।

ଯୋଜନାନୁଯାୟୀ, ପ୍ରଥମ ୨୦୦ ବନ୍ଦେ ଭାରତ ଟ୍ରେନ୍‌ରେ ଶତାଦ୍ଦୀ ଏକ୍ସପ୍ର୍ରେସ ଭଳି ବସିବାର ବ୍ୟବସ୍ଥା ରହିବ। ଏହାକୁ ଘଣ୍ଟାପ୍ରତି ୧୮୦ କିମି ବେଗରେ ଯାତ୍ରା କରିବା ଲାଗି ଡିଜାଇନ୍‌ କରାଯିବ। ହେଲେ ରେଳ ଟ୍ରାକ୍‌ର ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଟ୍ରେନ୍‌ର ଗତି ୧୩୦ କିମି ପର୍ଯ୍ୟନ୍ତ ସୀମିତ ରହିବ। ଏହି ଟ୍ରେନ୍‌ଗୁଡ଼ିକ ଇସ୍ପାତରେ ତିଆରି ହେବ। ଏହାପରେ ୨୦୦ ବନ୍ଦେ ଭାରତ ଟ୍ରେନ୍‌ର ଦ୍ୱିତୀୟ ବ୍ୟାଚ୍‌ ସ୍ଲିପର ହେବ। ଏହା ଆଲୁମିନିୟମରେ ତିଆରି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri