ବିଦାୟ ନେଲା ସ୍କାଇପ୍‌

ଓ୍ବାଶିଂଟନ,୬।୫: ଲୋକପ୍ରିୟ ଭିଡିଓ କନ୍‌ଫରେନ୍ସିଂ ପ୍ଲାଟଫର୍ମ ସ୍କାଇପ୍‌ ଆପ୍ଲିକେଶନ ସୋମବାରଠାରୁ ବନ୍ଦ ହୋଇଛି। ପ୍ରାୟ ୨ ଦଶନ୍ଧି ଧରି ଲୋକଙ୍କୁ ଯୋଡ଼ି ରଖିଥିବା ଏହି ଆପ୍‌ ଏବେ ଇତିହାସରେ ପରିଣତ ହୋଇଛି। ନିଜର ନୂତନ ଏବଂ ଅଧିକ ଶକ୍ତିଶାଳୀ କମ୍ୟୁନିକେଶନ ଟୁଲ୍ସ ‘ମାଇକ୍ରୋସଫ୍ଟ ଟିମ୍ସ’ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖି ମାଇକ୍ରୋସଫ୍ଟ ସ୍କାଇପ୍‌ ସେବାକୁ ବନ୍ଦ କରିଛି। ମାଇକ୍ରୋସଫ୍ଟ ପକ୍ଷରୁ ‘ମାଇକ୍ରୋସଫ୍ଟ ଟିମ’୍ସକୁ ସ୍କାଇପର ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଛି। ଏହା ସହ ମାଇକ୍ରୋସଫ୍ଟ ମାଲିକାନାରେ ଥିବା ସ୍କାଇପ୍‌ ଆପ୍‌ ମାଇକ୍ରୋସଫ୍ଟ ଟିମ୍ସ ସହ ସମନ୍ବିତ ହୋଇଛି। ସ୍କାଇପ୍‌ ବନ୍ଦ ହେବା ପରେ ଯେପରି ଏହାର ୟୁଜର୍ସମାନେ ଅସୁବିଧାର ସମ୍ମୁଖୀନ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସ୍କାଇପ୍‌ରୁ ମାଇକ୍ରୋସଫ୍ଟ ଟିମ୍ସକୁ ସ୍ଥାନାନ୍ତରିତ ହେବା ପାଇଁ ସେମାନଙ୍କୁ ବହୁ ପୂର୍ବରୁ ମାଇକ୍ରୋସଫ୍ଟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ମାଇକ୍ରୋସଫ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସ୍କାଇପ୍‌ ବ୍ୟବହାରକାରୀଙ୍କ ନିକଟରେ ମାଗଣାରେ ମାଇକ୍ରୋସଫ୍ଟ ଟିମ୍ସକୁ ଯିବା ପାଇଁ ବିକଳ୍ପ ରହିଛି ଯାହା ସ୍କାଇପ୍‌ ଆପ୍‌ଠାରୁ ଅଧିକ ଭଲ ଫିଚର ପ୍ରଦାନ କରିବ। ୨୦୦୩ରେ ସ୍କାଇପ୍‌ ଆପ୍ଲିକେଶନ ଲଞ୍ଚ୍‌ ହୋଇଥିଲା। ଏହା ଏକ ସ୍ବତନ୍ତ୍ର କମ୍ପାନୀ ଭାବେ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri