ନୂଆଦିଲ୍ଲୀ,୭।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆକୁ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସ୍ବୀକୃତି ଓ ସଫଳତା ପ୍ରଦାନ କରାଯାଇଛି। ଏପରିକି ଭାରତ ବଜାରରେ ବ୍ରାଣ୍ଡ୍ ନିରାପତ୍ତା ଏବଂ କ୍ରାସ୍ ଯୋଗ୍ୟ ପ୍ରବୃତ୍ତି ସ୍ଥିତିରେ ବିକାଶ ଧାରା ଜାରି ରଖିଛି। ବିଶେଷକରି ସ୍କୋଡା ସ୍ଲାଭିଆ ସେଡାନ ଗ୍ଲୋବାଲ ନ୍ୟୁ କାର୍ ଆସେସ୍ମେଣ୍ଟ ପ୍ରୋଗ୍ରାମ (ଗ୍ଲୋବାଲ ଏନ୍ସିଏପି) କ୍ରାସ୍ ଟେଷ୍ଟରେ ୫ରୁ ୫ ରେଟିଂ ହାସଲ କରିଛି। ବିଶ୍ୱସ୍ତରୀୟ ଏନ୍ସିଏପି ଦ୍ୱାରା ପରୀକ୍ଷିତ ହୋଇ ସ୍ଲାଭିଆ ସୁରକ୍ଷିତ କାର୍ରେ ପରିଣତ ହୋଇଛି। ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦ୍ଦେଶକ ପିଟର ସୋଲ୍କ କହିଛନ୍ତି, ବ୍ରାଣ୍ଡ୍ ରଣନୀତିର ଏକ ଅଂଶ ଭାବେ ଆମେ ଆମର ଗ୍ରାହକଙ୍କ ସୁରକ୍ଷା ଉପରେ କୌଣସି ଆପୋସ ବୁଝାମଣା କରି ନ ଥାଉ। ଏପରିକି ଆମର ଦ୍ୱିତୀୟ ଇଣ୍ଡିଆ ୨.୦ କାର୍ ସ୍ଲାଭିଆ ଗ୍ଲୋବାଲ ଏନ୍ସିଏପି ସୁରକ୍ଷା ପରୀକ୍ଷଣରେ ୫ ଷ୍ଟାର ରେଟିଂ ହାସଲ କରିଛି। ବିଶେଷକରି ଆମେ ଆମର ଗ୍ରାହକମାନଙ୍କୁ ଆନ୍ତରିକତାର ସହ ପ୍ରଶଂସା କରୁଛୁ, ଯେଉଁମାନେ ସ୍କୋଡାର ଉତ୍ପାଦ କିଣିବାକୁ ସ୍ଥିର କରିଛନ୍ତି ଏବଂ ଆମେ ସେମାନଙ୍କୁ ବଜାରରେ ସୁରକ୍ଷିତ କାର୍ ପ୍ରଦାନ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

