ଡିସେମ୍ବରରେ ‘ସ୍କୋଡା’ର ବିକ୍ରି ୪୮% ବୃଦ୍ଧି

ନୂଆଦିଲ୍ଲୀ,୩।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ପକ୍ଷରୁ ୨୦୨୨ ଡିସେମ୍ବରର ଗାଡ଼ି ବିକ୍ରି ସମ୍ପର୍କିତ ସୂଚନା ବିଷୟରେ ଘୋଷଣା କରାଯାଇଛି। ଏପରିକି ଗତ ବର୍ଷ ଡିସେମ୍ବରରେ ସ୍କୋଡା ଅଟୋ ମାସିକ ଭିତ୍ତିରେ ୪୭୮୮ ୟୁନିଟ୍‌ ଗାଡ଼ି ବିକ୍ରି ରେକର୍ଡ ହୋଇଛି। ହେଲେ ୨୦୨୧ ବର୍ଷର ସମାନ ଅବଧି ମଧ୍ୟରେ କମ୍ପାନୀ ମାତ୍ର ୩୨୩୪ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା। ଫଳରେ ଏହି ପରିମାଣ ୨୦୨୧ ବର୍ଷ ଅପେକ୍ଷା ୨୦୨୨ ଡିସେମ୍ବରରେ ପ୍ରାୟ ୪୮% ବୃଦ୍ଧି କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ବାର୍ଷିକ ଭିତ୍ତିରେ ୨୦୨୧ ବର୍ଷ ତୁଳନାରେ ୨୦୨୨ ବର୍ଷର ବାର୍ଷିକ ବିକ୍ରି ଯଥେଷ୍ଟ ବୃଦ୍ଧି ଘଟିଥିବା ଜଣାପଡିଛି। ଏପରିକି ୨୦୨୨ ବର୍ଷରେ କମ୍ପାନୀ ୫୩,୭୨୧ ୟୁନିଟ୍‌ ଯାନ ବାର୍ଷିକ ହିସାବରେ ବିକ୍ରି କରିଥିବାବେଳେ ୨୦୨୧ବର୍ଷରେ ଉକ୍ତ ସଂଖ୍ୟା ୨୩,୮୫୮ ୟୁନିଟ୍‌ରେ ରହିଥିଲା। ବିଶେଷକରି ୨୦୨୧ ବର୍ଷର ବାର୍ଷିକ ବିକ୍ରି ତୁଳନାରେ ୨୦୨୨ବର୍ଷର ବାର୍ଷିକ ବିକ୍ରିର ହାର ହାରାହାରି ୧୨୫% ଅଭିବୃଦ୍ଧି କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସୋଲ୍କ କହିଛନ୍ତି,ଏକ ଦଳ ଭାବେ ଆମର ଧ୍ୟାନ ୨୦୨୨କୁ ସଫଳତାର ସହ ଶେଷ କରିବା ସହ ଆମର ଅଭିଳାଷ ହାସଲ କରି ଆମେ ସମସ୍ତେ ଗର୍ବିତ ମନେ କରୁଛୁ। ଏପରିକି ୨୦୨୨ ଆମ ପାଇଁ ସର୍ବଦା ଏକ ଅବିସ୍ମରଣୀୟ ବର୍ଷ ଭାବେ ମନେ ରହିବ, ପୂର୍ବ ବର୍ଷ ତୁଳନାରେ ଆମେ ଆମର ବିକ୍ରିକୁ ଦ୍ୱିଗୁଣିତ କରିପାରିଥିଲୁ, ବିଶେଷ କରି ମାସିକ ଏବଂ ତ୍ରୈମାସିକ ବିକ୍ରୟ ରେକର୍ଡକୁ ମଧ୍ୟ ଛୁଇଁଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?