‘କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ’

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ସୋମବାର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଉଦ୍‌ଘାଟନ କରିଛନ୍ତି। ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ହିଁ ସମ୍ପଦ। ଆଜି ଓଡ଼ିଶା ସମଗ୍ର ପୃଥିବୀରେ ସ୍ପୋର୍ଟସ୍‌ ହବ୍‌ ଭାବେ ସୁପରିଚିତ। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ। ଓଡ଼ିଶା ମାଟିର ଖଣିଜ ସମ୍ପଦକୁ ନେଇ ରାଜ୍ୟର ଅର୍ଥନୈତିକ ଓ କର୍ମନିଯୁକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିକାଶଧାରାକୁ ଆଗେଇ ନେବା ପାଇଁ ରାଜ୍ୟର ସମସ୍ତ ପଲିଟେକ୍‌ନିକ୍‌ (ଆଇଟିଆଇ) ଇଞ୍ଜିନିୟରିଂ କଲେଜ ଛାତ୍ରୀଛାତ୍ରଙ୍କୁ ସେ ଆହ୍ବାନ ଦେଇଛନ୍ତି। ଏଥିରେ ବିଭଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଯୋଗ ଦେଇ କହିଛନ୍ତି, ଦେଶରେ କ୍ରୀଡ଼ା ନାମ ଉଠିଲେ କେବେ ପଞ୍ଜାବ, ହରିଆଣା ରାଜ୍ୟର ନାମ ରହୁଥିଲା କିନ୍ତୁ ବର୍ତ୍ତମାନ କ୍ରୀଡ଼ା କଥା ପଡ଼ିଲେ ଓଡ଼ିଶାର ନାମ ଆସୁଛି।
ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଜି.ରଘୁଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ମଣ୍ଡଳସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଡିପ୍ଲୋମା ଇଂଜିନିୟରିଂ ଏବଂ ଆଇଟିଆଇ ଛାତ୍ରୀଛାତ୍ରଙ୍କୁ ନେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ୪ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ୨୭ ଫେବୃୟାରୀରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri