Posted inଜାତୀୟ

ସଂସଦର ସୁରକ୍ଷା ତ୍ରୁଟି ଘଟଣା:ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କଲା ପୋଲିସ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ସାମିଲ୍‌ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଷଷ୍ଠ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଅଭିଯୁକ୍ତଜଣକ ଏପର୍ଯ୍ୟନ୍ତ ଫେରାର୍‌ ଅଛନ୍ତି। ପୋଲିସକୁ ତାଙ୍କର ପରିଚୟ ଜଣାପଡିଛି। ସେ ହେଲେ ଲଳିତ ଝା। ତାଙ୍କୁ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସେ ଜଣେ ସାମଜିକ କାର୍ଯ୍ୟକର୍ତ୍ତା ଅଟନ୍ତି। ପଶ୍ଚିମବଙ୍ଗ ସ୍ଥିତ ଏକ ଏନଜିଓ ସହ ସେ ଜଡିତ ଅଛନ୍ତି।

ସେ ବୁଧବାର ଦ୍ୱିପ୍ରହର ୧ରୁ ୨ଟା ମଧ୍ୟରେ ହ୍ବାଟସଆପରେ ନିଜ ସହଯୋଗୀଙ୍କୁ ଏହି ଘଟଣାର ଭିଡିଓ ପଠାଇଥିଲେ। ଘଟଣାର ତୁରନ୍ତ ବାଦ ଅଭିଯୁକ୍ତ ଲଳିତ ତାଙ୍କ ସହଯୋଗୀ ନୀଳାକ୍ଷ ଆଇଚଙ୍କୁ ହ୍ବାଟସଆପ ଦ୍ୱାରା ସମ୍ପର୍କ କରିଥିଲେ। ନୀଳାକ୍ଷ ପଶ୍ଚିମବଙ୍ଗ ସ୍ଥିତ ଏକ ଏନଜିଓର ପ୍ରତିଷ୍ଠାତା ଓ ଜଣେ ଛାତ୍ର ମଧ୍ୟ ଅଟନ୍ତି।
ଏକ ଜାତୀୟ ଗଣମାଧ୍ୟମକୁ ନୀଳାକ୍ଷ କହିଛନ୍ତି, ଲଲିତ ତାଙ୍କୁ ଫୋନ କରି ନାହାନ୍ତି। କେବଳ ହ୍ବାଟସଆପ ଦ୍ୱାରା ସଂସଦ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନର ଭିଡିଓ ପଠାଇଛନ୍ତି। ଗ୍ରାମୀଣ ପଶ୍ଚିମବଙ୍ଗର ବିଶେଷ ରୂପେ ପୁରୋଲିଆ ଓ ଝାଡଗ୍ରାମ ଜିଲାରେ ଲଳିତ ସକ୍ରିୟ ନେଟଓ୍ବର୍କ ଖୋଲିଥିବା ନୀଳାକ୍ଷ କହିଛନ୍ତି। ଦୁହେଁ ପରସ୍ପରଙ୍କୁ କୋଲକତାର ଏକ କାର୍ଯ୍ୟକ୍ରମରେ ସାକ୍ଷାତ କରିଥିଲେ। ପଛୁଆ ବର୍ଗଙ୍କ ପାଇଁ ସାମାଜିକ କାର୍ଯ୍ୟ କରିବା ତାଙ୍କର ପସନ୍ଦ ବୋଲି ଲଳିତ, ନୀଳାକ୍ଷୀଙ୍କୁ କହିଥିଲେ।

ନୀଳାକ୍ଷ ଆହୁରି କହିଛନ୍ତି, ଲଳିତ ତାଙ୍କ ସଂସ୍ଥାର ଜଣେ କାର୍ଯ୍ୟକର୍ତ୍ତା ଅଟନ୍ତି। ସେ ନିଜ ବିଷୟରେ ବିଶେଷ କିଛି କୁହନ୍ତି ନାହିଁ। ସଂସଦ ଆକ୍ରମଣ ସମ୍ପର୍କରେ ସେ ସିଧାସଳଖ କୌଣସି କଥା କହି ନାହାନ୍ତି। ଡିସେମ୍ବରରେ ସେମାନଙ୍କର ଏକ ବୈଠକ ହେବାର ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ଡିସେମ୍ବର ୧୨ପୂର୍ବରୁ ସାରିବାକୁ ଲଳିତ ଚାହୁଁଥିଲେ। ନୀଳାକ୍ଷଙ୍କ ସଂଗଠନ ପାଖରେ ଲଳିତଙ୍କ କୌଣସି ଠିକଣା ବିଷୟରେ ବିବରଣୀ ନ ଥିଲା। ସେଥିପାଇଁ ସେ ସଂଗଠନର ସଦସ୍ୟତା କାର୍ଡ ନେଇଥିଲେ। ସେ ସବୁବେଳେ ନିଜ ପରିଚୟ ଲୁଚାଇ ରଖୁଥିଲେ। ଲଳିତଙ୍କ ପାଖରେ ଦୁଇଟି ମୋବାଇଲ ନମ୍ବର ଥିଲା। ଯାହାକୁ ସେ ସବୁବେଳେ ସ୍ବିଚ କରୁଥିଲେ। ଅର୍ଥାତ୍‌ ସେ ଗୋଟିଏ ନମ୍ବର ବ୍ୟବହାର କଲେ ଅନ୍ୟଟି ସ୍ବିଚ ଅଫ୍‌ ହୋଇଯାଉଥିଲା। ଲଳିତ ନିଜ ଏନଜିଓକୁ ଭବିଷ୍ୟତରେ କୌଣସି ରାଜନୈତିକ ଦଳ ସହ ରେଜିଷ୍ଟାର କରିବାକୁ ଯୋଜନା କରୁଥିବା ନୀଳାକ୍ଷ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri