Posted inଜାତୀୟ

୬ ରାମମନ୍ଦିରରେ ହୋଇଥାଏ ଭକ୍ତଙ୍କ ସମାଗମ

ନୂଆଦିଲ୍ଲୀ, ୨୨।୧: ଭଗବାନ ରାମଙ୍କ ଜନ୍ମଭୂମି କୁହାଯାଉଥିବା ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ସହ ବହୁ ଆଡ଼ମ୍ବର ସହକାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏଥିପାଇଁ ଗଣମାଧ୍ୟମଠାରୁ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରଚାର ଜାରି ରହିଛି। ଫଳରେ ଅଯୋଧ୍ୟା ସହର ସମେତ ସାରା ଦେଶରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଏବଂ ରାମମନ୍ଦିର ଯାଇ ଭଗବାନ ରାମଙ୍କୁ ଦର୍ଶନ ଲାଗି ହିନ୍ଦୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ଦେଶରେ ଅନେକ ରାମମନ୍ଦିର ରହିଛି। ସେଥିରୁ କେତେକ ମନ୍ଦିର ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିବାବେଳେ ସେଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି। ଏହିଭଳି ୬ଟି ମନ୍ଦିର ହେଲେ ଜମ୍ମୁ-କଶ୍ମୀରର ରଘୁନାଥ ମନ୍ଦିର, ଉତ୍ତରପ୍ରଦେଶ କାନପୁରର ରାମ୍‌ଜୀ ମନ୍ଦିର, ବାରାଣସୀର ରାମନଗର ଦୁର୍ଗ ମନ୍ଦିର, ମଧ୍ୟପ୍ରଦେଶର ଓର୍ଚ୍ଛାରେ ଥିବା ରାମମନ୍ଦିର, ତେଲଙ୍ଗାନାର ସୀତା ରାମଚନ୍ଦ୍ରସ୍ବାମୀ ମନ୍ଦିର ଏବଂ ଆନ୍ଧ୍ରପ୍ରଦେଶର ରାମତୀର୍ଥମ୍‌ ମନ୍ଦିର।

ଜମ୍ମୁ ସହରରେ ରହିଥିବା ରଘୁନାଥ ମନ୍ଦିର ଉତ୍ତର ଭାରତର ଅନ୍ୟତମ ସର୍ବବୃହତ୍‌ ମନ୍ଦିର। ୧୮୫୩ରୁ ୧୮୬୦ ମଧ୍ୟରେ ମହାରାଜା ଗୁଲାବ ସିଂ ଓ ତାଙ୍କ ପୁଅ ମହାରାଜା ରଣବୀର ସିଂ ଉକ୍ତ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରର ୭ଟି ଶିଖରରେ ୭ ମୂର୍ତ୍ତି ରହିଥିବାବେଳେ ମୁଖ୍ୟ ମୂର୍ତ୍ତି ହେଉଛି ଭଗବାନ ରାମଙ୍କର। ୨୦୦୨ ନଭେମ୍ବର ୨୪ରେ ହିନ୍ଦୁମାନେ ଉକ୍ତ ମନ୍ଦିର କମ୍ପ୍ଲେକ୍ସରେ ପୂଜାର୍ଚ୍ଚନା ଆରମ୍ଭ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା। ମନ୍ଦିରରେ ମୋଗଲ ସମୟର କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ।

ଭଦ୍ରାଚଳମ୍‌ ସହରରେ ତଥା ଗୋଦାବରୀ ନଦୀକୂଳରେ ରହିଛି ଶ୍ରୀ ସୀତା ରାମଚନ୍ଦ୍ରସ୍ବାମୀ ମନ୍ଦିର। ରାମନବମୀ ଦିନ ଏଠାରେ ଉତ୍ସବ ପାଳନ କରାଯାଇଥାଏ। ପ୍ରତିଦିନ ଏହି ମନ୍ଦିରକୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ଏହାକୁ ଗୋଦାବରୀର ଦିବ୍ୟ କ୍ଷେତ୍ରମ୍‌ ତଥା ଦକ୍ଷିଣ ଅଯୋଧ୍ୟା କୁହାଯାଇଥାଏ। ମନ୍ଦିରରେ ଚତୁର୍ଭୁଜ ବୈକୁଣ୍ଠ ରାମ, ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ମୂର୍ତ୍ତି ରହିଛି। ସପ୍ତଦଶ ଶତାବ୍ଦୀରେ ସନ୍ଥ କାଞ୍ଚେର୍ଲା ଗୋପନ୍ନା ଏହା ନିର୍ମାଣ କରିଥିଲେ। ଭଦ୍ରାଚଳମ୍‌ର ରାଜସ୍ବ ଅଧିକାରୀ ଥିବା ଗୋପନ୍ନା ମନ୍ଦିର ନିର୍ମାଣରେ ସୁଲତାନେଟ୍‌ ରାଜକୋଷର ଅର୍ଥ ବିନିଯୋଗ କରିଥିବା ଅଭିଯୋଗରେ ଗିରଫ ହୋଇ ୧୨ ବର୍ଷ ଜେଲରେ ରହିଥିଲେ। ସେଠାରେ ସେ ଲେଖିଥିବା ଭକ୍ତି ସଙ୍ଗୀତ ଏପର୍ଯ୍ୟନ୍ତ ମନ୍ଦିରରେ ଗାନ କରାଯାଉଛି।

ରାମତୀର୍ଥମ୍‌ ମଧ୍ୟ ଭଗବାନ ଶ୍ରୀରାମଙ୍କ ସହ ସମ୍ପୃକ୍ତ ଥିବା ପବିତ୍ର ସ୍ଥାନ। ପର୍ବତମାଳାର ପାଦଦେଶରେ ମନ୍ଦିର ଓ ଗାଁ ରହିଥିବାବେଳେ ସେଠାର ବିଭିନ୍ନ ସ୍ଥାନର ନାମ ରାମଙ୍କ ସହ ଜଡ଼ିତ। ସେଠାରେ ପୂର୍ବରୁ ଜୈନମାନେ ରହୁଥିଲେ। ସେଠାରେ ଅନେକ ପ୍ରାକୃତିକ ଗୁମ୍ଫା ଓ ଛୋଟ ମନ୍ଦିର ରହିଛି। ବହୁ ପୁରାତନ ରାମଚନ୍ଦ୍ରସ୍ବାମୀ ମନ୍ଦିରରେ ରାମଙ୍କ ସହ ମାତା ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି ରୁପା କବଚରେ ରହିଛି। ସେଠାରେ ପ୍ରତିବର୍ଷ ରାମନବମୀ ଏବଂ ବୈକୁଣ୍ଠ ଏକାଦଶୀ ଉତ୍ସବ ଧୁମ୍‌ଧାମରେ ପାଳନ କରାଯାଇଥାଏ।

ଉତ୍ତରପ୍ରଦେଶର ବାରାଣସୀ ରାମନଗରରେ ରହିଛି ରାମନଗର ଦୁର୍ଗ ମନ୍ଦିର। ତୁଳସୀ ଘାଟ ବିପରୀତ ପାର୍ଶ୍ୱ ଗଙ୍ଗାନଦୀର ପୂର୍ବ କୂଳରେ ଏହା ଅବସ୍ଥିତ। ୧୭୫୦ରେ କାଶୀ ନରେଶ ମହାରାଜା ବଲଓ୍ବନ୍ତ ସିଂ ଏହାକୁ ନିର୍ମାଣ କରିଥିଲେ, ଯାହା ମୋଗଲ ଢାଞ୍ଚାରେ ଗଢ଼ାଯାଇଛି। ଦୁର୍ଗ ପରିସରରେ ବେଦବ୍ୟାସ ମନ୍ଦିର, ସଂଗ୍ରହାଳୟ, ରାଜପ୍ରାସାଦ କମ୍ପ୍ଲେକ୍ସ ଏବଂ ଦକ୍ଷିଣମୁଖୀ ହନୁମାନ ମନ୍ଦିର ରହିଛି। ସେହିପରି ମଧ୍ୟପ୍ରଦେଶର ଓର୍ଚ୍ଛିଠାରେ ଏକ ରାମମନ୍ଦିର ରହିଛି। ଷୋଡ଼ଶ ଶତାବ୍ଦୀରେ ବୁନ୍ଦେଲା ରାଜପୁତ୍‌ ଏହାକୁ ନିର୍ମାଣ କରିଥିଲେ। ମନ୍ଦିରରେ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳେ। ସେହିପରି ଉତ୍ତରପ୍ରଦେଶର କାନପୁରରେ ମଧ୍ୟ ଭଗବାନ ରାମଙ୍କର ଏକ ଭବ୍ୟ ମନ୍ଦିର ରହିଛି, ଯେଉଁଠିକୁ ବହୁସଂଖ୍ୟାରେ ଭକ୍ତ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri