Posted inଜାତୀୟ

୬ ରାମମନ୍ଦିରରେ ହୋଇଥାଏ ଭକ୍ତଙ୍କ ସମାଗମ

ନୂଆଦିଲ୍ଲୀ, ୨୨।୧: ଭଗବାନ ରାମଙ୍କ ଜନ୍ମଭୂମି କୁହାଯାଉଥିବା ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ସହ ବହୁ ଆଡ଼ମ୍ବର ସହକାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏଥିପାଇଁ ଗଣମାଧ୍ୟମଠାରୁ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରଚାର ଜାରି ରହିଛି। ଫଳରେ ଅଯୋଧ୍ୟା ସହର ସମେତ ସାରା ଦେଶରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଏବଂ ରାମମନ୍ଦିର ଯାଇ ଭଗବାନ ରାମଙ୍କୁ ଦର୍ଶନ ଲାଗି ହିନ୍ଦୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ଦେଶରେ ଅନେକ ରାମମନ୍ଦିର ରହିଛି। ସେଥିରୁ କେତେକ ମନ୍ଦିର ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିବାବେଳେ ସେଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି। ଏହିଭଳି ୬ଟି ମନ୍ଦିର ହେଲେ ଜମ୍ମୁ-କଶ୍ମୀରର ରଘୁନାଥ ମନ୍ଦିର, ଉତ୍ତରପ୍ରଦେଶ କାନପୁରର ରାମ୍‌ଜୀ ମନ୍ଦିର, ବାରାଣସୀର ରାମନଗର ଦୁର୍ଗ ମନ୍ଦିର, ମଧ୍ୟପ୍ରଦେଶର ଓର୍ଚ୍ଛାରେ ଥିବା ରାମମନ୍ଦିର, ତେଲଙ୍ଗାନାର ସୀତା ରାମଚନ୍ଦ୍ରସ୍ବାମୀ ମନ୍ଦିର ଏବଂ ଆନ୍ଧ୍ରପ୍ରଦେଶର ରାମତୀର୍ଥମ୍‌ ମନ୍ଦିର।

ଜମ୍ମୁ ସହରରେ ରହିଥିବା ରଘୁନାଥ ମନ୍ଦିର ଉତ୍ତର ଭାରତର ଅନ୍ୟତମ ସର୍ବବୃହତ୍‌ ମନ୍ଦିର। ୧୮୫୩ରୁ ୧୮୬୦ ମଧ୍ୟରେ ମହାରାଜା ଗୁଲାବ ସିଂ ଓ ତାଙ୍କ ପୁଅ ମହାରାଜା ରଣବୀର ସିଂ ଉକ୍ତ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରର ୭ଟି ଶିଖରରେ ୭ ମୂର୍ତ୍ତି ରହିଥିବାବେଳେ ମୁଖ୍ୟ ମୂର୍ତ୍ତି ହେଉଛି ଭଗବାନ ରାମଙ୍କର। ୨୦୦୨ ନଭେମ୍ବର ୨୪ରେ ହିନ୍ଦୁମାନେ ଉକ୍ତ ମନ୍ଦିର କମ୍ପ୍ଲେକ୍ସରେ ପୂଜାର୍ଚ୍ଚନା ଆରମ୍ଭ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା। ମନ୍ଦିରରେ ମୋଗଲ ସମୟର କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ।

ଭଦ୍ରାଚଳମ୍‌ ସହରରେ ତଥା ଗୋଦାବରୀ ନଦୀକୂଳରେ ରହିଛି ଶ୍ରୀ ସୀତା ରାମଚନ୍ଦ୍ରସ୍ବାମୀ ମନ୍ଦିର। ରାମନବମୀ ଦିନ ଏଠାରେ ଉତ୍ସବ ପାଳନ କରାଯାଇଥାଏ। ପ୍ରତିଦିନ ଏହି ମନ୍ଦିରକୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ଏହାକୁ ଗୋଦାବରୀର ଦିବ୍ୟ କ୍ଷେତ୍ରମ୍‌ ତଥା ଦକ୍ଷିଣ ଅଯୋଧ୍ୟା କୁହାଯାଇଥାଏ। ମନ୍ଦିରରେ ଚତୁର୍ଭୁଜ ବୈକୁଣ୍ଠ ରାମ, ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ମୂର୍ତ୍ତି ରହିଛି। ସପ୍ତଦଶ ଶତାବ୍ଦୀରେ ସନ୍ଥ କାଞ୍ଚେର୍ଲା ଗୋପନ୍ନା ଏହା ନିର୍ମାଣ କରିଥିଲେ। ଭଦ୍ରାଚଳମ୍‌ର ରାଜସ୍ବ ଅଧିକାରୀ ଥିବା ଗୋପନ୍ନା ମନ୍ଦିର ନିର୍ମାଣରେ ସୁଲତାନେଟ୍‌ ରାଜକୋଷର ଅର୍ଥ ବିନିଯୋଗ କରିଥିବା ଅଭିଯୋଗରେ ଗିରଫ ହୋଇ ୧୨ ବର୍ଷ ଜେଲରେ ରହିଥିଲେ। ସେଠାରେ ସେ ଲେଖିଥିବା ଭକ୍ତି ସଙ୍ଗୀତ ଏପର୍ଯ୍ୟନ୍ତ ମନ୍ଦିରରେ ଗାନ କରାଯାଉଛି।

ରାମତୀର୍ଥମ୍‌ ମଧ୍ୟ ଭଗବାନ ଶ୍ରୀରାମଙ୍କ ସହ ସମ୍ପୃକ୍ତ ଥିବା ପବିତ୍ର ସ୍ଥାନ। ପର୍ବତମାଳାର ପାଦଦେଶରେ ମନ୍ଦିର ଓ ଗାଁ ରହିଥିବାବେଳେ ସେଠାର ବିଭିନ୍ନ ସ୍ଥାନର ନାମ ରାମଙ୍କ ସହ ଜଡ଼ିତ। ସେଠାରେ ପୂର୍ବରୁ ଜୈନମାନେ ରହୁଥିଲେ। ସେଠାରେ ଅନେକ ପ୍ରାକୃତିକ ଗୁମ୍ଫା ଓ ଛୋଟ ମନ୍ଦିର ରହିଛି। ବହୁ ପୁରାତନ ରାମଚନ୍ଦ୍ରସ୍ବାମୀ ମନ୍ଦିରରେ ରାମଙ୍କ ସହ ମାତା ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି ରୁପା କବଚରେ ରହିଛି। ସେଠାରେ ପ୍ରତିବର୍ଷ ରାମନବମୀ ଏବଂ ବୈକୁଣ୍ଠ ଏକାଦଶୀ ଉତ୍ସବ ଧୁମ୍‌ଧାମରେ ପାଳନ କରାଯାଇଥାଏ।

ଉତ୍ତରପ୍ରଦେଶର ବାରାଣସୀ ରାମନଗରରେ ରହିଛି ରାମନଗର ଦୁର୍ଗ ମନ୍ଦିର। ତୁଳସୀ ଘାଟ ବିପରୀତ ପାର୍ଶ୍ୱ ଗଙ୍ଗାନଦୀର ପୂର୍ବ କୂଳରେ ଏହା ଅବସ୍ଥିତ। ୧୭୫୦ରେ କାଶୀ ନରେଶ ମହାରାଜା ବଲଓ୍ବନ୍ତ ସିଂ ଏହାକୁ ନିର୍ମାଣ କରିଥିଲେ, ଯାହା ମୋଗଲ ଢାଞ୍ଚାରେ ଗଢ଼ାଯାଇଛି। ଦୁର୍ଗ ପରିସରରେ ବେଦବ୍ୟାସ ମନ୍ଦିର, ସଂଗ୍ରହାଳୟ, ରାଜପ୍ରାସାଦ କମ୍ପ୍ଲେକ୍ସ ଏବଂ ଦକ୍ଷିଣମୁଖୀ ହନୁମାନ ମନ୍ଦିର ରହିଛି। ସେହିପରି ମଧ୍ୟପ୍ରଦେଶର ଓର୍ଚ୍ଛିଠାରେ ଏକ ରାମମନ୍ଦିର ରହିଛି। ଷୋଡ଼ଶ ଶତାବ୍ଦୀରେ ବୁନ୍ଦେଲା ରାଜପୁତ୍‌ ଏହାକୁ ନିର୍ମାଣ କରିଥିଲେ। ମନ୍ଦିରରେ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳେ। ସେହିପରି ଉତ୍ତରପ୍ରଦେଶର କାନପୁରରେ ମଧ୍ୟ ଭଗବାନ ରାମଙ୍କର ଏକ ଭବ୍ୟ ମନ୍ଦିର ରହିଛି, ଯେଉଁଠିକୁ ବହୁସଂଖ୍ୟାରେ ଭକ୍ତ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?