ଉଦଳା,୩୦ା୮(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଡାକି ନେଇ ରାସ୍ତାକଡରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଉଦଳା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କମ୍ପାନୀରେ ଚାକିରି କରାଇଦେବାକୁ କହି ଘରୁ ଏକ ଓମିନି ଗାଡ଼ିରେ ୨ ଜଣ ଡାକି ଆଣିଥିଲେ। ପରେ ରାସ୍ତାରୁ ଆଉ ୩ଜଣ ଉକ୍ତ ଗାଡ଼ିରେ ଚଢିଥିଲେ। ବାଙ୍ଗିରିପୋଷିରୁ ୮୦ କି.ମି. ଦୂର ଉଦଳା ଆଣି ରାସ୍ତାକଡରେ ଗାଡି ଛିଡା କରି ୬ଜଣ ଯୁବକ ଗଣବଳାତ୍କାର କରିଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ଯୁବକମାନେ ତାଙ୍କୁ ଗାଡି ବାହାରକୁ ଠେଲି ଦେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ଘରେ ଛାଡିଥିଲେ। ଯୁବତୀଜଣକ ଏ ସମ୍ପର୍କରେ ଘରେ ଜଣାଇବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।